Home Breaking News / ତାଜା ଖବର ଗଞ୍ଜାମ ଜିଲ୍ଲା ପ୍ରଶାସନର ଆବଶ୍ୟକ ପ୍ରଚ୍ଛହନ ଯୋଗୁଁ ଚିଙ୍ଗୁଡ଼ି ଚାଷୀ ପ୍ରଭାବିତ

ଗଞ୍ଜାମ ଜିଲ୍ଲା ପ୍ରଶାସନର ଆବଶ୍ୟକ ପ୍ରଚ୍ଛହନ ଯୋଗୁଁ ଚିଙ୍ଗୁଡ଼ି ଚାଷୀ ପ୍ରଭାବିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଛତ୍ରପୁର(ନିରଞ୍ଜନ ପାଢ଼ୀ): ଗଞ୍ଜାମ ଜିଲ୍ଲା ପ୍ରଶାସନ ର ଆବଶ୍ୟକ ପ୍ରଚ୍ଛହନ ଅଭାବରୁ ଗଞ୍ଜାମ ବ୍ଲକ ରେ ଚିଙ୍ଗୁଡ଼ି ଚାଷୀ ମନେ ଅଧିକ ପ୍ରଭାବିତ ହେବା ଅଭିଯୋଗ ହେଉଛି l ପୁରୀ ଜିଲ୍ଲା ର ଚିଲିକା ହ୍ରଦ ର ଚତୁର୍ପାର୍ଶ ରେ ବିଦ୍ୟୁତ ବିଭାଗ ପଖ୍ୟରୁ ଚିଙ୍ଗୁଡ଼ି ଚାଷ ନିମନ୍ତେ ବିଦ୍ୟୁତ ସଂଯୋଗ କରାଯାଇ ସମସ୍ତ ସୋହଯୋଗ କରାଯାଉଥିବା ବେଳେ ଗଞ୍ଜାମ ବ୍ଲକ ରେ ତାର ବ୍ୟତିକ୍ରମ ହେଉଛି l ଯାହାକୁ ନେଇ ସେମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖା ଦେଇଛି l ସୂଚନା ଯୋଗ୍ୟ ଯେ ପାଳିବନ୍ଧ ରାମଗଡ଼ ପଂଚାୟତ ରେ ପ୍ରାୟ 1 ଏକର ଜାଗା ରେ ଅନେକ ଶିକ୍ଷିତ ବେକାର ଯୁବକ ମାନେ ଲକ୍ଷ ଲକ୍ଷ ଟଙ୍କା ଋଣ କରି ଚିଙ୍ଗୁଡ଼ି ଚାଷ ପ୍ରକଳ୍ପ କରି ନିଜର ଜୀବିକା ନିର୍ବାହ କରିବାକୁ ଲକ୍ଷ ଥିବା ବେଳେ ବିଦ୍ୟୁତ ସଂଯୋଗୀକରଣ ଅଭାବ ଫଳରେ 2018 ମସିହାରୁ ଏହି ଚାଷ ବନ୍ଦ ରହିବା ଯୋଗୁଁ ସେମାନେ ଦୁର୍ଦିନ ରେ ଦିନ କାଟୁଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି l ଆଗାମୀ ଦିନ ରେ ଜିଲ୍ଲା ପ୍ରଶାସନ ର ସହଯୋଗ ନ ମିଳିଲେ ସେମାନେ ଦାଦନ ଖଟିବା କୁ ଅନ୍ୟ ରାଜ୍ୟ କୁ ଯିବା ପାଇଁ ବାଧ୍ୟ ହେବେ ବୋଲି ପ୍ରକାଶ କରିଛନ୍ତି l ସ୍ଥାନୀୟ ଅଞ୍ଚଳ ରେ ଚିଙ୍ଗୁଡ଼ି ଚାଷ ନିମନ୍ତେ ସେମାନେ ନିଜ ଜାଗା ଓ ଲିଜ ସୂତ୍ର ରେ ଜାଗା ନେଇ ସରକାର ଙ୍କ ସମସ୍ତ ନିୟମାନୁଯାଇ ଚାଷ କରିବା କୁ ପ୍ରସ୍ତୁତ ଥିବା ବେଳେ ପ୍ରଶାସନ ର ସହଯୋଗ ନ ମିଳିବା ରୁ ସ୍ଥାନୀୟ ଅଂଚଳ ରେ ଅଶାନ୍ତ ଦେଖାଦେଇଛି l ସ୍ଥାନୀୟ ଶ୍ରମଯିବି ମାନେ ଆର୍ଥିକ ଅନାଟନ ରେ ଦିନ କାଟୁଛନ୍ତି l କରନା କଟକଣା ସେମାନ ଙ୍କ ପାଇଁ ଅଧିକ ଦୁର୍ଦଶା ଆଣି ଦେଇଥିବା ସ୍ଥାନୀୟ ଅଞ୍ଚଳ ବାସି ପ୍ରକାସ କରିଛନ୍ତି l

related posts

Leave a Comment