Home Breaking News / ତାଜା ଖବର ବଡମ୍ବାରେ ସମ୍ଭାବ୍ୟ ବାତ୍ୟା ଓ ବନ୍ୟାର ମୁକାବିଲା ପାଇଁ ଚୂଡାନ୍ତ ପ୍ରସ୍ତୁତି: ବିଧାୟକଙ୍କର ସମୀକ୍ଷା ଓ ପରାମର୍ଶ

ବଡମ୍ବାରେ ସମ୍ଭାବ୍ୟ ବାତ୍ୟା ଓ ବନ୍ୟାର ମୁକାବିଲା ପାଇଁ ଚୂଡାନ୍ତ ପ୍ରସ୍ତୁତି: ବିଧାୟକଙ୍କର ସମୀକ୍ଷା ଓ ପରାମର୍ଶ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନରସିଂହପୁର(ବିନୋଦ ନନ୍ଦ): ଆଜି ଅପରାହ୍ନରେ ବଡମ୍ବା ଅଞ୍ଚଳରେ ସମ୍ଭାବ୍ୟ ବାତ୍ୟା ଓ ବର୍ଷା ବିତ୍ପାତ ସମ୍ପର୍କରେ ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ର ସ୍ଥାନୀୟ ତହସିଲଦାର ଶ୍ରୀ ଦେବଦତ୍ତ ମହନ୍ତ , ବିଡିଓ ଶ୍ରୀ ଉତ୍କଳ ରଞ୍ଜନ ଆଚାର୍ଯ୍ୟ, ବ୍ଲକ ଉପାଧ୍ୟକ୍ଷ ଶ୍ରୀ ସଦାନନ୍ଦ ସ୍ୱାଇଁ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଭର୍ଚୁଆଲ ମୋଡ଼ରେ ଆଲୋଚନା/ ସମୀକ୍ଷା କରିଥିଲେ। ଏଥିରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଦେଇଥିବା ପରାମର୍ଶ ପାଣିପାଗ ବିଭାଗର ଆକଳନକୁ ଭିତ୍ତି କରି କଣ୍ଟିଜେଣ୍ଟ ପ୍ଲାନ(Contingent Plan)ର ଚୂଡାନ୍ତ ରୂପରେଖ ହୋଇଥିଲା। ପ୍ରକାଶ ଥାଉକି ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ର ପ୍ରାରମ୍ଭିକ ଆଲୋଚନା ପରେ ମେଡିକାଲ, କୃଷି, ଉଦ୍ୟାନକୃଷି, ବିଦ୍ୟୁତ, ଜଳଯୋଗାଣ, ଜଳସଂପଦ, କ୍ଷୁଦ୍ରଜଳସେଚନ,ଗ୍ରାମ୍ୟଉନ୍ନୟନ, ପୂର୍ତ୍ତ,ବ୍ଲକ, ଯୋଗାଣ, ଦମକଳ ପ୍ରଭୃତି ବିଭିନ୍ନ ବିଭାଗୀୟ ଅଧିକାରୀ ସେମାନଙ୍କର ବିଭାଗୀୟ ପ୍ରାରମ୍ଭିକ ପ୍ରସ୍ତୁତି ଅବତାରଣା କରିଥିଲେ ଓ ତହସିଲଦାର ଶ୍ରୀ ମହନ୍ତ ଏହାର ନିର୍ଯ୍ୟାସକୁ ନେଇ ବିଧାୟକଙ୍କ ପରାମର୍ଶକୁ ନେଇ ଆଜି ସନ୍ଧ୍ୟା ସୁଦ୍ଧା ଚୂଡାନ୍ତ ସମ୍ଭାବ୍ୟ ଦୁର୍ବିପାକ ପାଇଁ ଯୋଜନାର ଚୂଡାନ୍ତ ଯୋଜନା ଜିଲ୍ଲାପ୍ରଶାସନକୁ ଅବଗତ କରାଯିବ ବୋଲି କହିଥିଲେ।

ଏଥିରେ କେନ୍ଦ୍ରୀୟ ଆଶ୍ରୟସ୍ଥଳ ପାଇଁ ବାଙ୍ଗିରିସିଂଘା, ଗୋପୀନାଥପୁର, ଶଙ୍ଖାମେରୀ ଚିହ୍ନଟ କରାଯାଇଥିବା ବେଳେ ବିଭିନ୍ନ ପଂଚାୟତରେ ୩୮ଟି ବିଦ୍ୟାଳୟକୁ ଉପଯୋଗ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଗଛ ଉପୁଡି ରାସ୍ତାଘାଟ ଯୋଗାଯୋଗ ବିଛିନ୍ନକୁ ପ୍ରତିହତ କରିବା ଦୃଷ୍ଟିକୁ ରଖି ୫ଟି ଟିମ, ଚାଉଳ କିରାସିନି ଶୁଖିଲା ଖାଦ୍ୟ ମହଜୁଦ ରଖିବା କୋଭିଡ କେୟାର ସେଣ୍ଟର , ଡାକ୍ତରଖାନା, ଆଶ୍ରୟ ସ୍ଥଳୀ ,ପାନୀୟଜଳ ଯୋଗାଣ ପାଇଁ ଜେନେରେଟର ରଖିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଆସନ୍ନ ପ୍ରସବା ମହିଳା ଓ ଭିନ୍ନକ୍ଷମ ,କୋଭିଡରେ ଆଇସୋଲେସନରେ ଥିବା ଆକ୍ଟିଭ ଆକ୍ରାନ୍ତ କୋମରବିଡ଼ ରୋଗାକ୍ରାନ୍ତଙ୍କ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ,କିଛି ଚାଷୀଙ୍କ ଥିବା ଅମଳକ୍ଷମ ଶସ୍ୟ ସମ୍ପର୍କରେ ସଚେତନ କରିବା ପାଇଁ ବିଧାୟକ ଶ୍ରୀ ମିଶ୍ର ପରାମର୍ଶ ଦେଇଥିଲେ। ଟିମ ମନୋଭାବର ଗ୍ରାମବାସୀଙ୍କୁ ନେଇ ସମସ୍ତ ଅଧିକାରୀ ସମ୍ଭାବ୍ୟ ସ୍ଥିତିକୁ ପ୍ରତିହତ କରିବା ପାଇଁ ଶ୍ରୀ ମିଶ୍ର ଆହ୍ଵାନ ଦେଇଥିଲେ।

related posts

Leave a Comment