Home Breaking News / ତାଜା ଖବର କଙ୍କଡାହାଡ଼ ବ୍ଲକରେ ପ୍ରଥମ ଥର ସଂକ୍ରମଣ ୧୦୦ ପାର

କଙ୍କଡାହାଡ଼ ବ୍ଲକରେ ପ୍ରଥମ ଥର ସଂକ୍ରମଣ ୧୦୦ ପାର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଙ୍କଡାହାଡ଼(ନବକିଶୋର ସାହୁ):ବିଶ୍ୱ ଏବେ ମହାମାରୀ କରୋନା ମହାମାରୀ ରେ ପ୍ରଭାବିତ ହେଇଅଛି ।ଏହି ମହାମାରୀ ଏବେ ଗାଁ ମୁହାଁ ।ପ୍ରତିଦିନ ମହାମାରୀ ର ସଂକ୍ରମଣ ହୋ ହୋ ହେଇ ବଢ଼ିବାରେ ଲାଗିଅଛି ।ପ୍ରଶାସନ ପକ୍ଷରୁ ବାରମ୍ବାର ସଚେତନ କରାଯାଉଥିଲେ ମଧ୍ୟ ଲୋକମାନେ ଏହା କୁ ଅଣଦେଖା କରିବାରେ ଲାଗି ପଡିଛନ୍ତି ଯାହାକି ଏହି ମହାମାରୀ ଭୟଙ୍କର ହେବାରେ ଲାଗିଅଛି ।କଙ୍କଡ଼ାହାଡ଼ ବ୍ଲକ ରେ ପ୍ରଥମ ଥର ସଂକ୍ରମଣ ୧୦୩ ହେଇଅଛି ଯାହାକି ଏକ ଚିନ୍ତା ଜନକ ।ଜିଲ୍ଲା ପ୍ରଶାସନ ରିପୋର୍ଟ ଅନୁସାରେ ଚାନ୍ଦପୁର ଗ୍ରାମରେ ୬୮,ମହାବିରୋଡ଼ ୧୩,ଦଶୀପୁର ୪,ଅସନବାହାଳି ୬,ପଙ୍ଗାତିରା ୩,ରାଇବୋଲ ୫,କଙ୍କଡ଼ାହାଡ଼ ୧,ଡ଼ଙ୍ଗାପାଳ ୧,ଗତରେଇ ୧,ଭାଘମୁଣ୍ଡା ୧ ଆକ୍ରାନ୍ତ ହେଇଛନ୍ତି ।ଏହାକୁ ନଜର କୁ ରଖି ଢେଙ୍କାନାଳ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରାଙ୍କ ନିର୍ଦ୍ଦେଶ କ୍ରମେ କଙ୍କଡାହାଡ଼ ବ୍ଲକ ପ୍ରଶାସନ ତରଫରୁ ମହାବିରୋଡ଼ ପଞ୍ଚାୟତ ମହାବିରୋଡ଼ ଗ୍ରାମ ଓ ଚାନ୍ଦପୁର ପଞ୍ଚାୟତ ଚାନ୍ଦପୁର ଗ୍ରାମ ୨୩/୦୫/୨୧ ସକାଳ ୭ ରୁ ୩୦/୦୫/୨୧ ସକାଳ ୭ ପର୍ୟ୍ଯନ୍ତ ୭ ଦିନ ପାଇଁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ପାଇଁ ଘୋଷଣା କରିଛନ୍ତି ।ସେହିପରି ୪୦ ଜଣ ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବାରୁ ବିରାଶାଲ ପଞ୍ଚାୟତ ଅନ୍ତର୍ଗତ କାଠପାଳ କ୍ରୋମାଇଟ ମାଇନ୍ସ ଓ କାଠ ପାଳ ବଜାର କୁ ୨୪/୦୫/୨୧ ସକାଳ ୬ ରୁ ୨୭/୦୫/୨୧ ସକାଳ ୬ ପର୍ୟ୍ଯନ୍ତ ୭୨ ଘଣ୍ଟା ପାଇଁ ବିରାଶାଲ ସରପଞ୍ଚ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ।ଏହି ସମୟ ଭିତରେ ମେଡ଼ିକାଲ ସେବା ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଯେଉଁ ମାନଙ୍କ ଠାରେ ପଜେଟିଭ ଚିହ୍ନଟ ହେଇଅଛି ସେହି ମାନଙ୍କୁ ହୋମ କ୍ୱାରେଣ୍ଟାଇନ ରେ ରହିବା ସହିତ ମେଡ଼ିସିନ ବଣ୍ଟନ କରାଯାଉଅଛି ।ଏହି ସମୟ ଭିତରେ କେଉଁ ମାନେ ପଜେଟିଭ ଙ୍କ ସମ୍ପର୍କ ରେ ଆସିଛନ୍ତି ଟ୍ରେସିଙ୍ଗ କରି ସେମାନଙ୍କୁ ଟେଷ୍ଟ କରିବା ପାଇଁ ଏକ ଟିମ ଲାଗିଛନ୍ତି ।ସ୍ୱାସ୍ଥ୍ୟ ବିଭାଗ ତରଫରୁ ଟେଷ୍ଟିଙ୍ଗ ଚାଲୁଥିଲା ବେଳେ ଗ୍ରାମଆଞ୍ଚଳରେ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ଅଧିକ ଟେଷ୍ଟ ହେବା ଉପରେ ଗୁରୁତ୍ୱ ଦେବା ଦରକାର ।ବ୍ଲକ ପ୍ରଶାସନ,ପୋଲିସ ପ୍ରାସାସନ ବାରମ୍ବାର ସଚେତନତା କଲେ ମଧ୍ୟ ଅମାନିଆ ଲୋକମାନେ ନିୟମକୁ ଖାତିର କରୁ ନାହାନ୍ତି ଯାହାକି ଏକ ପରିତାପର ବିଷୟ ।ଆଗକୁ ଗ୍ରାମାଞ୍ଚଳ ଲୋକ ମାନେ ସଚେତନ ନହେଲେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବା କୁ ଏଡାଇ ହେବ ନାହିଁ ।

related posts

Leave a Comment