Home Breaking News ପରଲୋକରେ ବଜେପି ନେତା ତପନ ତପାଦାର ଜିଲାରେ ଶୋକର ଛାୟା

ପରଲୋକରେ ବଜେପି ନେତା ତପନ ତପାଦାର ଜିଲାରେ ଶୋକର ଛାୟା

by Times One Odia
Share with
     
 
 
   

ରାୟଗଡା(ଧନେଶ୍ବର ରାଉତ): ରାୟଗଡ ଜିଲ୍ଲା ଆଜି ଆଉଜଣେ ବରିଷ୍ଠ ଭାଜପା ନେତାଙ୍କୁ ହରାବଜେପିଇଛି। ଜିଲ୍ଲାର ପ୍ରଥମ ଯୁବମୋର୍ଚା ସଭାପତି ତପନ ତପାଦାରଙ୍କ ଆଜି ଅର୍ଥାତ୨୨/୦୫ ଦିନ ପୂର୍ବାହ୍ନ ଏଗାରଟା ବାଜିଥିବା ସମୟରେ ଶୋକ ସାଗରରେ ଭସାଇ ଚାଲିଯାଇଛନ୍ତି। ସେ ଅନେକ ଦିନ ହେବ କିଡନୀ ରୋଗରେ ପୀଡିତ ଥିଲେ ଓ ଚିକିତ୍ସିତ ହେଉଥିଲେ ତାଙ୍କ ମୃତ୍ୟୁ ବେଳକୁ ୫୮ ବୟସ ହୋଇଥିଲା। ସେ ଜଣେ ସ୍ୱଂୟ ସେବକ ସଂଘର କାର୍ଯ୍ୟକର୍ତା ରୁ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ତାଙ୍କ ଜୀବନରେ ଜିଲାର ସଂଘ ସମ୍ପର୍କିତ ବହୁ କାର୍ଯ୍ୟକର୍ମ ହାତକୁ ନେଇଥିବାବେଳେ ବନବାସୀ କଲ୍ୟାଣ ଆଶ୍ରମର ବହୁ ଦାଇତ୍ୱ ତୁଲାଇଥିଲେ। ଭାଜପା ର ଜିଲାର ଉପସଭାପତି, ସାଧାରଣ ସମ୍ପାଦକ, ସମ୍ପାଦକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ,ସେ ନିର୍ବାଚିତ ଜିଲା ପରିଷଦ ସଭ୍ୟ ହୋଇଥିଲେ, ଜିଲା ସଭାପତି ପଦବୀ ଭଳି ଗୁରୁ ଦାଇତ୍ୱ ତୁଲାଇ ସାରିଛନ୍ତି । ସେ ଜଣେ ମିଷ୍ଟଭାଷୀ, ସରଳ, କର୍ତ୍ତବ୍ୟ ପରାୟନତା, ସମାଜ ସେବୀ ଜ୍ଞାନୀ, ଦୁରଦୁଷ୍ଠି, ଓ ପରାଉପକାରୀ ସଙ୍ଘଠକ ଥିଲେ। ଜିଲା ଭାଜପା ଏହିଭଳି ଜଣେ ପରେ ଜଣେ ନେତାଙ୍କୁ ହରାଉଠୁବାରୁ ଭାଜପା ଶିବିରରେ ଶୋକର ଛାୟା ଖେଳିଯାଇଛି। ସେ ଗତ ୧୨ ତାରିଖ ଦିନ ଭୁବନେଶ୍ୱର ଯାଇ ଚିକିତ୍ସିତ ହୋଇ ୧୮ ଦିନ ଫେରିଥିଲେ ଗତକାଲି ହଠାତ ତାଙ୍କ ଦେହର ଅବସ୍ଥା ବିଗଡ଼ିବାରୁ ଆମ୍ବୁଲାନ୍ସ ଯୋଗେ ରାୟଗଡ ମୁଖ୍ୟ ଡାକ୍ତର ଖାନାକୁ ନିଆଯାଇ ଥିଲେ ଏପରିକି ଆଜି ସକାଳେ ସବୁ କର୍ମୀ ଓ ନେତାମାନେ ସକାଳ ୧୦ ବେଳେ ପଚାରି ତାଙ୍କ ହାଲ ବୁଝିଥିଲେ କିନ୍ତୁ ତାର ଘଣ୍ଟେ ଦେଢ଼ ଘଂଟା ପରେ ଏହି ଶୋକ ବାର୍ତା ଶୁଣି ସମସ୍ତେ ମର୍ମାହତ ହେଇଥିଲେ। ତାଙ୍କ ମୃତ୍ୟୁ ବେଳକୁ ତାଙ୍କ ସ୍ତ୍ରୀ ଓ ଗୋଟିଏ ପୁଅ ଝିଅ ଉପସ୍ଥିତ ଥିଲେ। ସେ ଏକମାତ୍ର ରୋଜଗରିଆ ବ୍ୟକ୍ତି ଥିଲେ ପିଲା ମନେ ଏବେ ପର୍ଯ୍ୟନ୍ତ ପାଠ ପଢୁ ଥିବାରୁ ସେ ବାପା ଚେହୁଣ୍ଡ ହେବା ବଡ଼ ଦୁର୍ଭଗ୍ୟ ଜନକ ଅଟେ। ତାଙ୍କ ନିଧନ ରେ ଭଜପା ଜିଲା ସଭାପତି ଶିବ ପଟନାୟକ, ଯୁବମୋର୍ଚା ସଭାପତି ଦେବାଶିଷ ପଣ୍ଡା, ମହିଳା ମୋର୍ଚା ଜିଲା ସଭାପତି ରଞ୍ଜନା ଉପାଧ୍ୟାୟ, ପର୍ବତନ ରାୟଗଡ ବ୍ଲକ ସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡା, ରାଜ୍ୟ କୃଷକ ମୋର୍ଚ୍ଚା ଉପ ସଭାପତି ରଜତ ମାଦଳା, କେନ୍ଦ୍ର ଆଦିବାସୀ ମୋର୍ଚ୍ଚା ସଭାପତି କାଳୀରାମ ମାଝୀ ଓ ଅନ୍ୟ ଦଳର ନେତାମାନେ ଶୋକ ପ୍ରକଟ କରିଛନ୍ତି। ଏହିଭଳି ନେତାଙ୍କୁ ହରାଇ ଆମେ ମର୍ମାହତ ଅତି ପ୍ରାରଣା କାରୀ ନେତା ଙ୍କୁ ହରାଇଛି ପାର୍ଟିର ଶୂନ୍ୟସ୍ଥାନ ଅପୁରଣ ହୋଇ ରହିବ ବୋଲି ସଭାପତି ଶ୍ରୀ ପଟନାୟକ କହିଛନ୍ତି।

related posts

Leave a Comment