୫୦ ଟଙ୍କା ର ଶାଗ ସହ 3 ଟି କଞ୍ଚା କଦଳୀ, ଗୋଟେ ପଟେ ପେଟ ର ଭୋକ ତ ଅନ୍ୟପଟେ ପୋଲିସ ର ମାଡ଼ ର ଭୟ, ସୁନସାନ ରାଜ ରାସ୍ତାର ଏକ କୋଣ ରେ ପେଟ ର ଭୋକ କୁ ନେଇ ବିକ୍ରି ଉଦ୍ଦେଶ୍ୟ ରେ ବସିଛି ଜନେ ବିଧବା ମହିଳା,କୋରନା ମହାମାରୀ ର କୋପ ରେ ସମସ୍ତେ ଘାଇଲା । କି ଧନୀ କି ଗରିବ ସମସ୍ତଙ୍କୁ ସଂକ୍ରମଣ କରି ଚାଳିଛି ଏଇ ଅଦୃଶ୍ୟ ଶତ୍ରୁ । ଏଥିରେ ଚାଲି ଯାଉଛି ମୂଲ୍ୟବାନ ଜୀବନ ପ୍ରଭାବିତ ହେଉଛି ଜୀବିକା । ଏସବୁ ଭିତରେ ପେଶୀ ହେଉଛନ୍ତି ଗରିବ। ତଥାପି ପେଟ ଚାଖଣ୍ଡ ପାଇଁ କରିବାକୁ ପଡୁଛି ସଂଘର୍ଷ । ଇଚ୍ଛା ନଥାଇ ବି ଗ୍ରାହକ ଙ୍କୁ ଅପେକ୍ଷା କରି ବସିଛନ୍ତି ଫୁଟ୍ ପାଥ୍ ରେ ବସୁଥିବା ଛୋଟ ଛୋଟ ପରିବା ବ୍ୟବସାୟୀ । ଏମିତି ଏକ ଶାଗ ବିକାଳୀ ଜଣକ ବସି ରହିଥିଲେ ଗ୍ରାହକ ଙ୍କ ଅପେକ୍ଷା ରେ । ବ୍ୟବସାୟୀ ଜଣକ ଆଦିବାସୀ ବିଧବା ମହିଳା। ଏବଂ ସେ ବିକ୍ରୀ କରିବାକୁ ଆଣିଥିଲେ ଜଙ୍ଗଲ ରୁ ସଂଗ୍ରହ କରିଥିବା କିଛି ବରଡ଼ା ଶାଗ । ଲକ୍ ଡାଉନ୍ ରେ ବ୍ୟବସାୟ ପାଇଁ ମିଳିଥିବା ଚାରି ଘଣ୍ଟା ସମୟ ବିତି ଯାଇଥିଲେ ବି ଏହି ମହିଳା ଜଣକ ଚାହିଁ ବସିଥିଲେ ଗ୍ରାହକଙ୍କୁ l କାରଣ ପାଖରେ ରହିଥିବା ଶାଗ ତକ ବିକ୍ରୀ ହେଇଗଲେ ସେ ଘରକୁ ଚାଲିଯିବେ ଏବଂ ସେହି ପଇସାରେ ପରିବାର ପୋଷୋଣ ହେବ । ସୁନ୍ ସାନ୍ ସହର ରେ ଏକୁଟିଆ ମହିଳା ଜଣକ ବସିଥିବା ନଜର କୁ ଆସିଥିଲା ଉମରକୋଟ ତହସିଲଦାର ଙ୍କ । ଲୋକ ଡାଉନ୍ ସମୟ ରେ ଦିଆ ଯାଇଥିବା ସମୟ ଅବଧି ସରିବା ପରେ ପେଟ୍ରୋଲି ରେ ଯାଉଥିବା ସମୟରେ ହଠାତ୍ ଅଟକିଗଲେ । ରାସ୍ତା କଡ଼ରେ ବସିଥିବା ମହିଳା ଙ୍କ ପ୍ରତି ଦେଖାଇଥିଲେ ମାନବିକତା । ଉକ୍ତ ମହିଳା ଙ୍କ ଠାରୁ ସବୁ କଥା ଜାଣିବା ପରେ ତା ପାଖରେ ଥିବା ସମସ୍ତ ଶାଗ କୁ କିଣି ନେଇଥିଲେ । ମହିଳା ଙ୍କ ପାଖରେ ମୋଟ 50 ଟଙ୍କା ର ଶାଗ ରହିଥିଲା । ସବୁତକ ଶାଗ ନେଇ ତହସିଲଦାର ଡ଼ା ହିମାଞ୍ଚଳ ମାଝି ତାଙ୍କୁ 200 ଟଙ୍କା ଦେଇଥିଲେ । ଏବଂ ମହିଳା ଜଣକୁ ଘରକୁ ଚାଲି ଯିବାକୁ କହିଥିଲେ । ଗରିବ ମହିଳା ବ୍ୟବସାୟୀ ଜଣକ ପ୍ରଥମେ ତହସିଲଦାର ଙ୍କୁ ଚିହ୍ନି ପାରି ନଥିଲେ ବି ପରେ ଜାଣିପାରିଲେ ଓ ଆତ୍ମ ବିହ୍ୱର ହୋଇପଡ଼ିଥିଲେ । ଓ ଘରକୁ ଚାଲି ଯାଇଥିଲେ । ଘୋର କୋରନା କାଳ ରେ ତହସିଲଦାର ଙ୍କ ମାନବିକତା ଓ ମହାନ୍ କାମକୁ ପ୍ରଶଂସା କରିଚନ୍ତି ଉମରକୋଟ ବାସି ।
ମାନବିକତା ଦେଖେଇଲେ ତହସିଲଦାର: ଗରିବ ମହିଳା ବ୍ୟବସାୟୀଙ୍କ ଠାରୁ କିଣି ନେଲେ ସବୁତକ ଶାଗ
Share with
previous post