Home Breaking News / ତାଜା ଖବର କୋଭିଡ ନିୟମକୁ ଉଲଙ୍ଘନ: ଜରିମନା ଆଦାୟ

କୋଭିଡ ନିୟମକୁ ଉଲଙ୍ଘନ: ଜରିମନା ଆଦାୟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କାଶୀନଗର(ପ୍ରଶାନ୍ତ ସାହୁ): ରାଜ୍ୟରେ କରୋନାର ୨ୟ ଲହରି ହୁହୁ ବଢୁଥିବା ସତ୍ତ୍ୱେ କିଛି ଅମାନିଆ ଏହି କଟକାଣା କୁ ଭୂକ୍ଷେପ ନକରି ନିଜ ନିଜ ବାହା ଘର ଭୋଜିରେ ସଂପୃକ୍ତ ରହୁଛନ୍ତି।ଏହିପରି ଏକ ଘଟଣା ଘଟିଛି ଗଜପତି ଜିଲ୍ଲା କାଶୀନଗର ଏନ ଏ ସି ୱାର୍ଡ ନଂ_୪ ରେ ଏକ ବିବାହ ଭୋଜିରେ ପ୍ରାୟ ୧ହଜାର ରୁ ଉର୍ଦ୍ଧ ଲୋକଙ୍କ ପାଇଁ ଭୋଜି ଆୟୋଜନ ହୋଇଥିଲା। ଖବର ପାଈ ଭୋଜି ଚାଲିଥିବା ସ୍ଥାନକୁ ତହସିଲଦାର ଲକ୍ଷ୍ମୀ ପ୍ରସାଦ ସାହୁ,ଥାନା ଆଇଆଇସି ସୁଶାନ୍ତ ସାହୂ ନିଜ ବାହିନୀ ଧରି ପହଞ୍ଚି ଭୋଜି ବନ୍ଦ କରିବା ସହ ଆୟୋଜକ କେ ଧର୍ମାରାଓ ଙ୍କ ଠାରୁ ୧୦ ହଜାର ଟଙ୍କା ଜରିମାନା ଆଦାୟ କରିଥିଲେ।ପ୍ରଶାସନ ଚାଲିଯିବା ପରେ ପୁଣି ଭୋଜି ଆରମ୍ଭ ହୋଇଥିଲା। ହେଲେ ଏଠାରେ ପ୍ରଶାସନ ଫାଇନ୍ ଆଦାୟ କରି କାମ ସରିଗଲା ବୋଲି ଭାବିଲେ। ପୁଣି ପୋଲିସ ଭୟରେ ଯେଉଁମାନେ ଚାଲିଯାଇଥିଲେ। ପୁଣି ଭୋଜି ଆୟାଯୋକ ସମସ୍ତଙ୍କୁ ଡାକି ଖାଇବାକୁ ଦେଲେ। ହେଲେ ଆୟଯୋକ ପୋଲିସ ପ୍ରଶାସନ ଆଖିରେ ଧୁଳିଦେଇ। କୋଭିଡନିୟମକୁ ଖାତର ନକରି ଚାଲିଲେ। ଏହା ଦ୍ବାରା କୋଭିଡ ହୋଇନ ପରେକି। ଏହା କଣ ପ୍ରଶାସନ ର ଦାଇତ୍ୱ ନାହିଁ କି। ଜନ ସାଧାରଣ ଙ୍କ ମନରେ ଦ୍ୱନ୍ଦ ସୃଷ୍ଟି ହେଉଛି। କଡ଼ା କଡି ଭାବେ କଟକଣା ପାଳନ କରିବା ଦାୟିତ୍ବ ପ୍ରଶାସନ ର ହେବା କଥା ।ହେଲେ ଏଠାରେ ସିଧା ପ୍ରଶାସନ ର କର୍ତ୍ତବ୍ୟ କୁ ଆଙ୍ଗୁଳି ନିର୍ଦ୍ଦେଶ ହେଉଛି।

related posts

Leave a Comment