Home Breaking News / ତାଜା ଖବର ରାଇକିଆ ୨୧,କନ୍ଧମାଳ ୧୩୨ ଜଣ ପଜିଟିଭ୍ ଚିହ୍ନଟ

ରାଇକିଆ ୨୧,କନ୍ଧମାଳ ୧୩୨ ଜଣ ପଜିଟିଭ୍ ଚିହ୍ନଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇକିଆ(ରଜତ କୁମାର ନାୟକ):କରୋନା ସଂକ୍ରମଣ କମିବାର ନାଁ ନେଉ ନଥିବା ବେଳେ ଚିନ୍ତାରେ ସରକାର, ଜିଲ୍ଲା ପ୍ରଶାସନ ଏବଂ ସାଧାରଣ ଲୋକେ।ଏହାକୁ ଦୃଷ୍ଟିରେ ରଖି ଲକ୍ ଡାଉନ୍ ର ଅବଧିକୁ ୧୫ ଦିନ ଯାଏଁ ବୃଦ୍ଧି କରାଯାଇଛି କନ୍ଧମାଳ ଜିଲ୍ଲାରେ ମଧ୍ୟ ଦିନ ଦିନ ବହୁ ସଂଖ୍ୟକ ଲୋକ କରୋନା ଭୁତାଣୁ ଜନିତ ମହାମାରୀ ସଂକ୍ରମଣରେ ଆକ୍ରାନ୍ତ ହେଇଥିବା ଜଣାପଡିଛି। ଏନେଇ ଜିଲ୍ଲା ପ୍ରଶାସନ ଏବଂ ବ୍ଲକ୍ ପ୍ରଶାସନ,ସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟରେ ବ୍ୟସ୍ତତା ବଢ଼ିଛି ।ସରକାରଙ୍କ କୋଭିଡ-୧୯ ନୁଆ ନିୟମ ଅନୁଯାୟୀ ଜିଲ୍ଲାରେ ତଥା ବ୍ଲକ୍ ମାନଙ୍କରେ ତାହା ପାଳନ କରାଯାଉଛି। ବ୍ଲକ୍ ପ୍ରଶାସନ ପକ୍ଷରୁ ଅଞ୍ଚଳର ବିଭିନ୍ନ ଦୁର୍ଗମ ଏରିଆକୁ ଯାଇ କରୋନା ସଂକ୍ରମଣ ନେଇ ସଚେତନତା କରିବା ସହ ମାସ୍କ ବଣ୍ଟନ ଓ ବ୍ୟବହାର ସମ୍ପର୍କରେ ଅବଗତ କରାଯାଉଛି।କୋଭିଡ୍-୧୯ ନିୟମର ଉଲଘଂନରେ ବ୍ୟବସାୟ ପ୍ରତିଷ୍ଠାନ ଖୋଲିବା, ଏବଂ ବିବାହ ଭୋଜିର ଆୟୋଜନ ନ କରିବାକୁ ବାରଣ କରାଯାଇଛି। ନେଇ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନତା କରାଯାଉଛି ଏବଂ ଏହାର କେହି ଖିଲାପ କଲେ ଜୋରିମାନା ମଧ୍ୟ ଆଦାୟ କରାଯାଉଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଶନିବାର କରୋନା-୧୯ ରିପୋର୍ଟ ଅନୁଯାୟୀ ଜିଲ୍ଲାରୁ ୧୩୨ ଜଣଙ୍କୁ କରୋନା ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରୁ ରାଇକିଆ ବ୍ଲକ୍ ରୁ ଦୁଇ ଅଙ୍କ ବଢ଼ି ଗୋଟିଏ ଦିନରେ ୨୧ ଜଣ ନୁଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୧୩୨ ଜଣକୁ ମିଶାଇ ଜିଲ୍ଲାରେ ସମୁଦାୟ ୮୩୨୪ ଜଣ ସଂକ୍ରମଣ, ସୁସ୍ଥ ହୋଇଛନ୍ତି ୭୩୯୩ ଜଣ ଏବଂ ୮୯୩ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ଜିଲ୍ଲାପାଳଙ୍କ ଟୁଇଟ୍ ମାଧ୍ୟମରେ ସୁଚନା ଦିଆଯାଇଛି। ଜିଲ୍ଲାରେ ଏବଂ ରାଇକିଆ ବ୍ଲକ୍ ରେ ମଧ୍ୟ ଶନି-ରବି ସଟ୍ ଡାଉନ୍ ବଳବତ୍ତର ରହିଛି।ଏଥିଯୋଗୁଁ ରାସ୍ତା ଖାଁ ଖାଁ ଲାଗୁଛି। ଲୋକଙ୍କ ପାଇଁ ଜରୁରୀକାଳିନ ସେବାରେ ଔଷଧ ଦୋକାନ ଏବଂ ମେଡିକାଲ ଖୋଲା ରହିଥିବା ବେଳେ ବ୍ୟବସାୟ ପ୍ରତିଷ୍ଠାନ ସମ୍ପୁର୍ଣ୍ଣ ବନ୍ଦ ରହିଛି।

related posts

Leave a Comment