Home Breaking News ସୋନପୁର ତହସିଲ ତରଫରୁ ରାଜସ୍ବ ରଥର ପରିକ୍ରମାର ପ୍ରଥମ ଦିନରେ ସୋନପୁର ପୌରାଞ୍ଚଳରେ ବଣ୍ଟନ ହେଲା ଘରଡ଼ିହ ପଟ୍ଟା

ସୋନପୁର ତହସିଲ ତରଫରୁ ରାଜସ୍ବ ରଥର ପରିକ୍ରମାର ପ୍ରଥମ ଦିନରେ ସୋନପୁର ପୌରାଞ୍ଚଳରେ ବଣ୍ଟନ ହେଲା ଘରଡ଼ିହ ପଟ୍ଟା

by Times One Odia
Share with
     
 
 
   

ବିନିକା( ଅକ୍ଷୟ କୁମାର ପୂଜାହାରୀ): ଆଜି ସୋନପୁର ତହସିଲ ପକ୍ଷରୁ ଆୟୋଜିତ ରାଜସ୍ବ ରଥ କୁ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ସବୁଜ ପତାକା ଦେଖାଇ ଶୁଭ ଉଦଘାଟନ କରିଥିବାବେଳେ ଏହି ରାଜସ୍ବ ରଥ ବତ୍ତମାନ ସମୟରେ ଜିଲ୍ଲାର ଗ୍ରାମ ଗୁଡିକୁ ଯାଇ ଲୋକଙ୍କୁ ଘର ପାଖରେ ରାଜସ୍ବ ସମ୍ୱନ୍ଧୀୟ ସୁବିଧା ଯୋଗାଇବ ଯଦ୍ୱାରା ଲୋକଙ୍କୁ ଆଉ ଅଯଥାରେ ଅଫିସ କୁ ଆସିବାକୁ ପଡିବ ନାହିଁ ବୋଲି କହିଛନ୍ତି |
ତହସିଲ ପକ୍ଷରୁ ଆଜି ପ୍ରଥମ ଦିନରେ ସୋନପୁର ପୌରାଞ୍ଚଳରେ ହିତାଧିକାରୀମାନଙ୍କୁ ଘର ଡିହ ଜମି ପଟ୍ଟା ବଣ୍ଟନ କରାଯାଇଛି | ଆଜିର ଏହି କାର୍ଯ୍ୟକ୍ରମରେ ତହସିଲଦାର ନବୀନ କୁମାର ପାଢ଼ୀ ଙ୍କ ସହିତ ଅତିରିକ୍ତ ତହସିଲଦାର ପ୍ରମୋଦ କୁମାର ମେହେର, ତଥା ରାଜସ୍ବ ନିରୀକ୍ଷକ ଙ୍କ ସହ ତହସିଲ କାର୍ଯ୍ୟାଳୟ ର ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ | ଆଗାମୀ ଦିନରେ ଏହି ରଥ ପର୍ଯ୍ୟାୟ କ୍ରମେ ତହସିଲ ର ପ୍ରତ୍ୟେକ ଗାଁ ବୁଲିବା ସହ ଲୋକଙ୍କୁ ରାଜସ୍ବ ସମ୍ୱନ୍ଧୀୟ ସେବା ଯୋଗାଇବ ବୋଲି ଶ୍ରୀ ପାଢ଼ୀ ସୂଚନା ପ୍ରଦାନ କରିଛନ୍ତି |

related posts

Leave a Comment