Home Breaking News / ତାଜା ଖବର ଅସମୟର ବନ୍ଧୁ ଭାବେ ଆଗେଇ ଆସିଛି ବ୍ରହ୍ମପୁର କାହ୍ନ ଚାରି ଟେବଲ ଟ୍ରଷ୍ଟ

ଅସମୟର ବନ୍ଧୁ ଭାବେ ଆଗେଇ ଆସିଛି ବ୍ରହ୍ମପୁର କାହ୍ନ ଚାରି ଟେବଲ ଟ୍ରଷ୍ଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଜ୍ୟରେ କୋରନା ସ୍ଥିତି ଭୟଙ୍କର ହେବାରେ ଲାଗିଛି।ପ୍ରତିଦିନ ସଂକ୍ରମିତ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ବଢୁଥିବା ବେଳେ ଆମର ଗଂଜାମ ଜିଲ୍ଲା ରେ ମଧ୍ୟ ବଢୁଛି।ଏଥିପାଇଁ ପ୍ରଶାସନ ପକ୍ଷରୁ ଲକ ଡାଉନ, ସଟ ଡାଉନ ଲଗା ଯାଇଛି।
ସମସ୍ତେ ଭୟାବିତ ଅବସ୍ଥାରେ ଥିବା ବେଳେ ବହୁ ଅସହାୟ,ନିରାଶ୍ରୟୀ ଓ ଗରିବ ଶ୍ରେଣୀର ଲୋକମାନେ ବହୁତ ଅଭାବ ଅନଟନ ରେ ଦିନ କାଟୁଛନ୍ତି।
ସେମାନଙ୍କ ପାଇଁ ଅସମୟର ବନ୍ଧୁ ଭାବେ ଆଗେଇ ଆସିଛି ବ୍ରହ୍ମପୁର କାହ୍ନl ଚାରି ଟେବଲ ଟ୍ରଷ୍ଟ।
ପ୍ରତିଦିନ ଅଭାବୀ ଲୋକ ମାନଙ୍କୁ ଖାଦ୍ୟ,ରୋଷେଇ ସାମଗ୍ରୀ ଦେବା ସହ ଗୋଶାଣୀ ନୂଆଗାଁ ର ବଦାନ୍ୟ ବ୍ୟକ୍ତି ଶ୍ରୀଯୁକ୍ତ ଉଳାସ ସାହୁ ଙ୍କ ଆର୍ଥିକ ସହାୟତା କ୍ରମେ ଘରୋଇ ସଙ୍ଗରୋଧରେ ରହୁଥିବା ଲୋକମାନଙ୍କୁ ମଧ୍ୟ ଦୁଇ ବେଳା ସୁଷମ ଖାଦ୍ୟ ତାଙ୍କ ଘରେ ପହଂଚା ଯାଉଛି। ଏହା ଲକ ଡାଉନ ଶେଷ ପର୍ଯ୍ୟନ୍ତ ଜାରି ରହିବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି।
ଏହି କୋରନା କାଳରେ ଟ୍ରଷ୍ଟ ପ୍ରତିଷ୍ଠାତା ଶ୍ରୀମତୀ ରଞ୍ଜନା ମିଶ୍ର ଙ୍କ ନେତୃତ୍ୱ ରେ ଆଜି ଦୁଇ ଶହ ଲୋକଙ୍କ ପାଇଁ ଖାଦ୍ୟ ପ୍ୟାକେଟ ବଣ୍ଟନ କରାଯାଇଛି।ବ୍ରହ୍ମପୁର ରେଳ ଷ୍ଟେସନ ଓ ପୁରୁଣା ବସ ଷ୍ଟାଣ୍ଡ ରେ ରହୁଥିବା ଭୋକିଲା ନିରାଶ୍ରୟୀ ଓ ଗରିବ ଶ୍ରେଣୀର ଲୋକ ମାନଙ୍କୁ ଖାଦ୍ୟ ପାନୀୟ ଦେବା ସହ କୋରନା ପ୍ରତି ସଚେତନ ରହିବାକୁ କହିଛନ୍ତି।
ଏଥିପାଇଁ ଟ୍ରଷ୍ଟ ର ସଦସ୍ୟା ଓ ଇଣ୍ଟରନେସନାଲ ବ୍ରାଣ୍ଡ ଅମ୍ବାସେଡର(ଦୁବାଇ) ଶ୍ରୀମତୀ ଅନିତା ପାତ୍ର ଆର୍ଥିକ ସହାୟତା କରିଛନ୍ତି।।
ଏହି ମହତ କାର୍ଯ୍ୟରେ ରବୀନ୍ଦ୍ରନାଥ ମିଶ୍ର,ବିଜୟ କୃଷ୍ଣ ମହାନ୍ତି, ସ୍ବର୍ଣ୍ଣାଲତା ସାହୁ,ମୃତ୍ୟୁଞ୍ଜୟ ମହାନ୍ତି,ସସ୍ମିତା ସାହୁ,ଏସ ରାମ ପ୍ରସାଦ ପାତ୍ର, ଦିଲ୍ଲୀପ ମହାପାତ୍ର,ପି କୋମଳି,କେ ତରୁନ, ବଂଶୀଧର ଦାସ,ଏନ ରୂପେଶ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହିଛନ୍ତି।

related posts

Leave a Comment