ପୋଲଶରା(ଅଭିମନୁମିଶ୍ର): ଇଟା ବୋଝେଇ ଟ୍ରାକ୍ଟର ଭିତରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ତହସିଲଦାରଙ୍କ ହାବୁଡରେ ପଡିଗଲା ଗଞ୍ଜେଇ ବୋଝେଇ ଟ୍ରାକ୍ଟର।
ଆଜି ସକାଳୁ ସକାଳୁ ଗଞ୍ଜାମ ଜିଲ୍ଲା ର ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ବେଗୁନିଆପଡ଼ା ବଜାର ଠାରୁ କଞ୍ଚଣା ରାସ୍ତା ମଧ୍ୟରେ ଥିବା ବିଜୟ ଫେମିଲି ରେଷ୍ଟୁରାଣ୍ଟ ନିକଟରୁ ଏକ ଟ୍ରାକ୍ଟରରେ ଗଞ୍ଜେଇ ବୋଝେଇ ହୋଇ ଯାଉଥିବା ବେଳେ ସ୍ଥାନୀୟ ତହସିଲଦାର ଗାଡିକୁ ଅଟକାଇ ଥିଲେ। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଟ୍ରାକ୍ଟରରେ ଉପରକୁ ଇଟା ଥିବା ବେଳେ ଭିତରେ ରହିଥିଲା ବସ୍ତା ବସ୍ତା ଗଞ୍ଜେଇ। ଶନିବାର ସଟଡାଉନ୍ ଲାଗୁ ହୋଇଥିବା ବେଳେ ସ୍ଥାନୀୟ ତହସିଲଦାର ଅବନୀ କୁମାର ସାହୁ ସଟ୍ ଡାଉନ୍ ସ୍ଥିତି ପରଖିବା ନିମନ୍ତେ ଅଞ୍ଚଳର ରାଜ ରାସ୍ତାରେ ପହିଁତରା ମାରୁଥିବା ବେଳେ ହଠାତ୍ ଏକ ଈଟା ବୋଝେଇ ଟ୍ରାକ୍ଟର ଉପରେ ପ୍ରଶାସନର ଏକ ସନ୍ଦେହ ସୂଷ୍ଟି ହୋଈଥିଲା ା ଯାହାଫଳରେ ଟ୍ରାକ୍ଟରକୁ ଅଟକାଇ ଥିଲେ। ତେବେ ଟ୍ରାକ୍ଟରକୁ ଅଟକାଇବା ସମୟରେ ହଠାତ ଡ୍ରାଇଭର ଘଟଣା ସ୍ଥଳରୁ ଚମ୍ପଟ୍ ମାରିଥିଲା ।ପଛପଟୁ ଏହି ଟ୍ରାକ୍ଟରକୁ ପିଛା କରି ଏକ କାର୍ ଆସୁଥିଲା ଏବଂ ଉକ୍ତ କାର୍ ରେ ଡ୍ରାଇଭର ଫେରାର୍ ହୋଇଯାଇଥିଲା ବୋଲି ସ୍ଥାନୀୟ ପ୍ରତ୍ଯକ୍ଷ ଦର୍ଶୀ କହିଛନ୍ତି ।ଖବର ପାଇ ବେଗୁନିଆପଡା ଫାଣ୍ଡି ପୋଲିସ, କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି, ଖଲ୍ଲିିକୋଟ ଅବକାରୀ ବିଭାଗ, ଛତ୍ରପୁର ଅବକାରୀ ବିଭାଗ ପୋଲିସ ଫୋର୍ସ ପହଞ୍ଚି ଟ୍ରାକ୍ଟରକୁ ସିଜ୍ କରିଥିବା ବେଳେ ଘଟଣାକୁ ନେଇ ଅଧିକ ଖୋଳତାଡ଼ ଆରମ୍ଭ ହୋଇଛି।ଟ୍ରାକ୍ଟରରେ ଥିବା ଗଞ୍ଜେଇ ର ଆନୁମାନିକ ମୂଲ୍ଯ ୧୦ ଲକ୍ଷରୁ ୧୫ ଲକ୍ଷ ଟଙ୍କା ହେବ ବୋଲି କହିଛନ୍ତି ା ଡେପୁଟି ସୁପରିଟେଣ୍ଡେଣ୍ଟ ଏକ୍ସସାଇଜ୍ ଅଭିରାମ ବେହେରା କହିଛନ୍ତି।
ସ୍ପଷ୍ଟ ଦିବାଲୋକରେ ଟ୍ରାକ୍ଟର ଯୋଗେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଜବତ କଲା ଅବକାରୀ ବିଭାଗ
Share with