Home Breaking News / ତାଜା ଖବର ବଡମ୍ବା-ନରସିଂହପୁରରେ ୪୩ କୋଭିଡ ପଜିଟିଭ ଚିହ୍ନଟ

ବଡମ୍ବା-ନରସିଂହପୁରରେ ୪୩ କୋଭିଡ ପଜିଟିଭ ଚିହ୍ନଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆଜି ବଡମ୍ବା-ନରସିଂହପୁରରେ ଟେଷ୍ଟିଂରେ ୪୩ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ବଡମ୍ବା ଅଞ୍ଚଳରୁ ୯ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ନରସିଂହପୁର ଅଞ୍ଚଳରୁ ୩୪ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ନରସିଂହପୁରରେ ଅଧିକ କୋଭିଡ ପଜିଟିଭ ଧାରା ବଜାୟ ରହିବା ସଂଶୟ ସୃଷ୍ଟି କରିଛି। ନରସିଂହପୁରର ଆକ୍ରାନ୍ତ ସମସ୍ତଙ୍କୁ କୋଭିଡ କେୟାର ସେଣ୍ଟରରର ଜାଗା ନଥିବାରୁ ୯ଜଣଙ୍କୁ କୋଭିଡ କେୟାର ସେଣ୍ଟର ବଡମ୍ବାକୁ ପଠାଯାଇଛି। ବାକି ହୋମଆଇସୋଲେସନରେ ଥିବା ଲୋକଙ୍କୁ ଡାକ୍ତର ପରାମର୍ଶ ଅନୁଯାୟୀ ଆବଶ୍ୟକ ପଡ଼ିଲେ ୨ଦିନ ଭିତରେ ସମ୍ପ୍ରସାରିତ କୋଭିଡ କେୟାର ସେଣ୍ଟରକୁ ସ୍ଥାନାନ୍ତରିତ କରାଯାଇପାରେ ।

ନରସିଂହପୁରର ଜାନିସାହି-ବସନ୍ତପୁର ଗ୍ରାମପଞ୍ଚାୟତରୁ ୫ଜଣ,ନିମସାହି ଗ୍ରାମପଞ୍ଚାୟତରୁ ୫ଜଣ,ଚମ୍ପେଶ୍ୱର,ଅଢ଼େଇଗୁଣ୍ଡି,ବନ୍ଧହୁଡ଼ା,ରେଗେଡା,ନୂଖାପଡା ଗ୍ରାମପଞ୍ଚାୟତରୁ ୩ଜଣ ଲେଖାଏଁ ବାକି ଗଣଗଣା,ଫୁଲପଡା ଗ୍ରାମ ପଂଚାୟତରୁ ଚିହ୍ନଟ ହୋଇଛନ୍ତି।

ବଡ଼ମ୍ବାର କରଡ଼ିବନ୍ଧ, ଶଶାଙ୍କ , ରତାପାଟ, ଗୋପମଥୁରା, ମଙ୍ଗଳପୁର, ମହୁଲିଆ ପ୍ରଭୃତି ଗ୍ରାମ ପଞ୍ଚାୟତ ରୁ ସାତ ଜଣ ଓ ନରସିଂହପୁର ବଡ଼ମ୍ବାରେ ଟେଷ୍ଟିଂ କରିଥିବା ୨ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

related posts

Leave a Comment