Home Breaking News ଡିଆରଡିଓ ତିଆରି କଲା ଆଂଟିବଡି ଟେଷ୍ଟ କିଟ୍ ଡିପକୋଭ୍ୟାନ୍ , ଦାମ୍ ମାତ୍ର ୭୫ ଟଙ୍କା

ଡିଆରଡିଓ ତିଆରି କଲା ଆଂଟିବଡି ଟେଷ୍ଟ କିଟ୍ ଡିପକୋଭ୍ୟାନ୍ , ଦାମ୍ ମାତ୍ର ୭୫ ଟଙ୍କା

by Times One Odia
Share with
     
 
 
   

କରୋନା କାଳରେ ଡିଆରଡିଓର ଆଉ ଏକ ସଫଳତା । ଡିଆରଡିଓ ପ୍ରସ୍ତୁତ କଲା ଡିପକୋଭ୍ୟାନ୍ କିଟ୍ । ମାତ୍ର ୭୫ ଟଙ୍କାରେ ମାପି ପାରିବେ ଆପଣଙ୍କ ଶରୀରରେ କେତେ ରହିଛି ଆଂଟିବଡି । କରୋନା ବିରୋଧୀ ଲଢେଇରେ ଏହା ବଡ ସଫଳତା ବୋଲି କୁହାଯାଉଛି । ୨-ଡିଜି ଭଳି ଔଷଧ ପ୍ରସ୍ତୁତ କରିବା ପରେ ସଂସ୍ଥାନ ପକ୍ଷରୁ ଏବେ କରୋନା ବିରୋଧରେ ଲଢେଇ କରିବାକୁ ଆପଣଙ୍କ ଶରୀରରେ କେତେ ରହିଛି ଏଣ୍ଟିବଡି ତାହା ମାପିବାକୁ ଡିଆରଡିଓ ପକ୍ଷରୁ ପକ୍ଷରୁ ଡିପକୋଭ୍ୟାନ ନାମରେ ଏକ କିଟ୍ ପ୍ରସ୍ତୁତ କରାଯାଇଛି । ଏହି କିଟ୍ କୁ ଦିଲ୍ଲୀର ବେନଗାର୍ଡ ଡାଇଗ୍ନୋଷ୍ଟିକ ସହାୟତାରେ ବିକଶିତ କରାଯାଇଛି । ଏହି କିଟ୍ ମାଧ୍ୟମରେ ଆପଣ ଜାଣିପାରିବେ କି, ଆପଣଙ୍କ ଶରୀରରେ କରୋନା ବିରୋଧରେ ଲଢେଇ କରିବାକୁ ଆଂଟିବଡି ବା ପ୍ଲାଜମା ଅଛି କି ନାହିଁ । ବର୍ତ୍ତମାନ ଏହି କିଟ୍ ୧ ହଜାରରୁ ଅଧିକ ଲୋକଙ୍କ ଶରୀରରେ ପରୀକ୍ଷା କରାଯିବ । ଆଇସିଏମଆର ଏହି କିଟ୍ କୁ ଏପ୍ରିଲ ମାସରେ ମଞ୍ଜୁରୀ ପ୍ରଦାନ କରିଥିଲା । ଜୁନମାସ ପ୍ରଥମ ସପ୍ତାହରେ ଏହି କିଟ୍ ବଜାରରେ ଆସିବ । ଏହି ଡିପକୋଭ୍ୟାନ୍ ଟେଷ୍ଟିଂ କିଟ୍ ର ଦାମ ରହିବ ୭୫ ଟଙ୍କା । କରୋନା ଲଢେଇରେ ଏହା ବଡ ଭୂମିକା ନେବ ବୋଲି ଆଶା କରାଯାଉଛି ।

related posts

Leave a Comment