ରାୟଗଡ(ଧନେଶ୍ବର ରାଉତ): ରାୟଗଡ ଜିଲା ଦିନକୁ ଦିନକୋଭିଡ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି ସେହି ପରିପ୍ରେକ୍ଷୀରେ ପ୍ରଶାସନ କଟକଣାକୁ କଡାକଡି କରିଛି। ଆନ୍ଧ୍ର ଓଡିଶା ଓ ଛତିଶଗଡ଼ ବୋର୍ଡରକୁ ସମ୍ପୁର୍ଣ୍ଣ ସିଲ କରି ବୋର୍ଡର ତଥା ଅନ୍ୟ ଛକ ମାନଙ୍କରେ ପୋଲିସ ଓ ସୁରକ୍ଷା ବହିନୀକୁ ମୁତୟନ କରି କଡାକଡି ଯାଞ୍ଚ କରୁଛି।ପ୍ରଥମ ଲହରୀ ଅପେକ୍ଷା ଦ୍ଵିତୀୟ ଲହରିରେ ସଂକ୍ରମତଙ୍କ ସଂଖ୍ୟା ଯେତିକି ଅଧକା ସେତିକି ମୃତ୍ୟୁ ସଂଖ୍ୟା ଅଧିକା ଅଟେ। ଏହି କାରଣରୁ ଅମାନିଆଙ୍କୁ ଆୟତ କରି ସଂକ୍ରମଣର ଚେନ କୁ ରୋକିବାପାଇଁ ପ୍ରଶାସନ ତରଫରୁ ଯାଞ୍ଚ କଲାବେଳେ ସମୁଦାୟ ୨୩୫.୩୦୦ ଟଙ୍କା ଦଣ୍ଡ ଆଦାୟ କରାଯାଇଛି। ଅମାନିଆଙ୍କୁ ବାର ବାର ବୁଝାଇଲେବି ନ ବୁଝି ସରକାରଙ୍କ କଟକଣାକୁ ନ ମାନି ବିନା କାରଣରେ ବୁଲୁଥିବା ୧୪୯ ଜଣଙ୍କଠୁ ୧ଲକ୍ଷ ୯୦ ହଜାର ଓ ବିନା ମାସ୍କରେ ବୁଲୁଥୁବା ୪୫ ଜଣ ଲୋକଙ୍କ ଠାରୁ୪୫ ହଜାର ଟଙ୍କା ଫାଇନ ଆଦାୟ କରିଛି ବୋଲି ପୋଲିସ ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ପ୍ରକାଶ କରିଛନ୍ତି। ମହାମାରୀ ର ପ୍ରକୋପକୁ ଦୃଷ୍ଟିରେ ରଖି ଏହି ଯାଞ୍ଚ କଡକାଡି କରାଯିବ ଅମାନିଆଙ୍କୁ ସାବଡ଼ କରାଯିବ ବୋଲି ଶ୍ରୀ ଶର୍ମା କହିଛନ୍ତି। ସେହିଭଳି ଜିଲାର ଯେତେ ଅନ୍ୟ ରାଜ୍ୟ ସୀମା ରହିଛି ତାକୁ କଡା କଡୀ ଭାବେ ଯାଞ୍ଚ କରାଯିବ ଓ କାହାରିକୁ ବିନକାରଣ ରେ ପ୍ରବେଶ କରିବାକୁ ଦିଆଜିବନି ଯଦି ଜରୁରୀ କାଳୀନ ପ୍ରବେଶ ହୁଏ ସେତେବେଳେ କୋଭିଡ ନେଗେଟିଭ ରିପୋର୍ଟ ଦେଖି ଅନୁମତି ଦିଆଯିବ ବୋଲି କୁହାଯାଇଛି।
କୋଭିଡ ନିୟମ ଭାଙ୍ଗି ୨୩୫.୩୦୦ ଟଙ୍କା ଗଣିଲେ ଅମାନିଆ
Share with
previous post