Home Breaking News / ତାଜା ଖବର ସପ୍ତାହେ ନ ବିତୁଣୁ ପୁଣି ଫେରିଲେ ଆନ୍ଧ୍ରପ୍ରଦେଶରୁ ୨୫ ଶ୍ରମିକ

ସପ୍ତାହେ ନ ବିତୁଣୁ ପୁଣି ଫେରିଲେ ଆନ୍ଧ୍ରପ୍ରଦେଶରୁ ୨୫ ଶ୍ରମିକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କୋରାପୁଟ(ଦୀପକ କୁମାର ମାଝୀ): ସପ୍ତାହେ ନ ବିତୁଣୁ ପୁଣି ୨୫ ଦାଦନ ଶ୍ରମିକ ଏବେ ଘରମୁହାଁ ହୋଇ ବୈପାରିଗୁଡା ରେ ପହଁଚିଥିବା ଥିବା ଦେଖିବାକୁ ମିଳିଛି ।ଖବରରୁ ପ୍ରକାଶ ଯେ, ଚଳିତ ମାସ ୧୫ତାରିଖ ଦିନ ୨୬ଜଣ ଦାଦନ ଶ୍ରମିକ ଆନ୍ଧ୍ରରୁ ଫେରିଥିବା ବେଳେ ଆଜି ୨୫ ଜଣ ଶ୍ରମିକ ପହଞ୍ଚି ଥିବା ଦେଖିବାକୁ ମିଳିଛି ।ଏହି ୨୫ଜଣ ଶ୍ରମିକ ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଚିପାକୁର ପଞ୍ଚାୟତ ର ବୋଲି ଜଣାପଡ଼ିଛି ।ସମସ୍ତ ଶ୍ରମିକ ଆନ୍ଧ୍ର ପ୍ରଦେଶର ଆନାକ୍କାପାଲ୍ଲୀ ଠାରେ ଇଟା ଭାଟିରେ କାମ କରୁଥିଲେ ବୋଲି ପ୍ରକାଶ କରିଛନ୍ତି ।ଶ୍ରମିକ ମାନେ ଆନ୍ଧ୍ରପ୍ରଦେଶ ରୁ ଗାଡ଼ି ଭଡ଼ା କରି ବୈପାରିଗୁଡା ପର୍ଯ୍ୟନ୍ତ ଆସିଥିଲେ ବୋଲି ଦୁଃଖ ର ସହ ପ୍ରକାଶ କରିଛନ୍ତି ।ବୈପାରିଗୁଡା ସ୍ଥିତ ଗୌଡ଼ସାହି ଛକ ଠାରେ ପହଁଚିବା ପରେ କିଛି ଯୁବଗୋଷ୍ଠୀ ଶ୍ରମିକ ମାନଙ୍କୁ ଟିଫିନ ଦେବାର ବ୍ୟବସ୍ଥା କରାଇଥିଲେ ।ପରେ ପରେ ବୈପାରିଗୁଡା ପୋଲିସ ଏ ଖବର ପାଇବା ପରେ ସେମାନଙ୍କୁ ସ୍ଥାନୀୟ ଡ଼ାକ୍ତରଖାନାକୁ ନେଇଥିଲେ, ସେଠାରେ ସେମାନଙ୍କର ସ୍ବାବ ପରୀକ୍ଷା କରାଯାଇଥିଲା ।ଏହା ପରେ ବୈପାରିଗୁଡା ବିଡ଼ିଓ ଅଭିମନ୍ୟୁ କବି ଶତପଥି ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶ୍ରମିକମାନଙ୍କୁ ଗାଡ଼ି ଯୋଗେ ରାମଗିରି ଟିଏମସିକୁ ପଠାଇଥିଲେ ।

related posts

Leave a Comment