Home Breaking News / ତାଜା ଖବର ସଂକ୍ରମଣ ବୃଦ୍ଧି ଯୋଗୁଁ ବଢିଲା ଲକ୍ ଡାଉନ୍: ଶନି-ରବି ସଟ୍ ଡାଉନ୍ ବଳବତ୍ତର

ସଂକ୍ରମଣ ବୃଦ୍ଧି ଯୋଗୁଁ ବଢିଲା ଲକ୍ ଡାଉନ୍: ଶନି-ରବି ସଟ୍ ଡାଉନ୍ ବଳବତ୍ତର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇକିଆ(ରଜତ କୁମାର ନାୟକ): କରୋନା ମହାମାରୀ ଭୁତାଣୁ ଜନିତ ସଂକ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟିରେ ରଖି ପୁଣି ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ପୁର୍ଣ୍ଣବାର୍ ଦୁଇ ସପ୍ତାହ ଯାଏଁ ଲକ୍ ଡାଉନ୍ ର ଅବଧି ସମୟ ବୃଦ୍ଧି କରାଯାଇଛି। ନିଷ୍ପତ୍ତି ପ୍ରକାରେ ଜୁନ୍ ୧ ସକାଳ ୫ ଯାଏଁ ୧୫ ଦିନ ଧରି ସମ୍ପ୍ରସାରଣ କରାଯାଇଛି। ଏନେଇ ରାଇକିଆ ତହସିଲ ପ୍ରଶାସନ ପକ୍ଷରୁ ଗୁରୁବାର ଡାକ ବାଜି ଦ୍ବାରା ଲୋକଙ୍କୁ ଅବଗତ କରାଯାଇଛି। ପୂର୍ବ ନିର୍ଦ୍ଧାରିତ ନିୟମ ଅନୁଯାୟୀ ବ୍ଲକ୍ ର ସାପ୍ତାହିକ ହାଟ ବଜାର ଏବଂ ଦୋକାନ ବନ୍ଦ ରହିବ।କେବଳ ଅତ୍ୟାବଶ୍ୟକ ଜିନିଷ ସାମଗ୍ରୀ କିଣିବା ପାଇଁ ସମୋବାର ଦିନ ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ନୂଆ ଗାଇଡ୍ ଲାଇନ୍ ଜାରି ଅନୁଯାୟୀ ପ୍ରତ୍ୟେକ ଦିନ ସକାଳ ୭ଟା ରୁ ମଧ୍ୟାହ୍ନ ୧୧ ଟା ପର୍ଯ୍ୟନ୍ତ କୋହଳ କରାଯାଇଛି।ଏହା ପୂର୍ବରୁ ସକାଳ ୬ ରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ରହିଥିଲା। ଏବଂ ପୂର୍ବ ସାପ୍ତାହିକ ଶନି-ରବି ସଟ୍ ଡାଉନ୍ ବଳବତ୍ତର ରହିବ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହା କାର୍ଯ୍ୟକାରୀ କରାଯିବ। ସରକାରଙ୍କ ନୁଆ ନିୟମ ଅନୁଯାୟୀ ବିବାହ କାର୍ଯ୍ୟକ୍ରମରେ ୫୦ ରୁ ଖସାଇ ୨୫ ଜଣ ଏବଂ ବ୍ରତ, ଶୁଦ୍ଧିକ୍ରିୟା ରେ ୨୫ ରୁ ଖସାଇ ୨୦ ଜଣ ହିଁ ଅନୁମତି ଦିଆଯାଇଛି। କିନ୍ତୁ ଏଥିରେ କୈାଣସି ଭୋଜି ର ଆୟୋଜନ କରାଯିବା ପାଇଁ ବାରଣ କରାଯାଇଛି।ଅଞ୍ଚଳର ଥିବା ସମସ୍ତ ଧର୍ମାନୁଷ୍ଠାନ ମାନଙ୍କରେ ରିତିନିତିରେ କାର୍ଯ୍ୟ ସମ୍ପାଦନ କରାଯିବା କିନ୍ତୁ ଜନସାଧାରଣଙ୍କୁ ଏଥିରେ ଯୋଗ ଦେବାପାଇଁ ବାରଣ କରାଯାଇଛି।ହୋଟେଲ ମାନଙ୍କରୁ ଖାଦ୍ୟଦ୍ରବ୍ୟ ବରାଦ କରି ପାରସଲ୍ ରେ ନେଇପାରିବେ। ଏବଂ ସମସ୍ତ ନିର୍ମାଣ କାର୍ଯ୍ୟ ଚାଲୁ ରହିବ।ବିଶେଷ କରି ନୁଆ ନିୟମ ଅନୁଯାୟୀ ପ୍ରତ୍ୟେକ ଦିନ ସନ୍ଧ୍ୟା ୭ ଟା ରୁ ସକାଳ ୭ ଟା ପର୍ଯ୍ୟନ୍ତ ରାତ୍ରି କାଳିନ କର୍ଫ୍ୟୁ ଜାରି ରହିବ।
ଏହି ମହାମାରୀ ସଂକ୍ରମଣରୁ ବର୍ତ୍ତିବା ପାଇଁ ମାସ୍କ ବ୍ୟବହାର, ସାମାଜିକ ଦୂରତା ଏବଂ ସାନିଟାଇଜର ବ୍ୟବହାର କରାଯିବା ପାଇଁ କୁହାଯାଇଛି।ଏହାର କେହି ଖିଲାପ କଲେ ପ୍ରଶାସନ ପକ୍ଷରୁ ଜୋରିମାନା ଆଦାୟ କରାଯିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
କନ୍ଧମାଳ ଜିଲ୍ଲାରେ ଗୁରୁବାର ୧୦୧ ଜଣ ନୁଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସମୁଦାୟ ୮୦୯୨ ଜଣ ସଂକ୍ରମଣ,ସୁସ୍ଥ ହୋଇଛନ୍ତି ୭୧୯୮ ଜଣ ଏବଂ ୮୫୬ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ରାଇକିଆ ବ୍ଲକ୍ ରେ ୭ ଜଣଙ୍କ ମଧ୍ୟରୁ ବାସନ୍ତୀ ପଲ୍ଲୀ,ଆର୍ସି ନଗର ,ବେରେଡାକିଆ ମାସେଡିକିଆ ଏବଂ ରାଇକିଆରୁ ନୁଆ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଟୁଇଟ କରି ସୁଚନା ଦିଆଯାଇଛି।ଏଥି ପୁର୍ବରୁ ଦୁଇ ଦିନ ଧରି ରାଇକିଆ ବ୍ଲକ୍ ରୁ କୈାଣସି ସଂକ୍ରମଣ ହୋଇନଥିବା ଜଣାପଡିଛି।

related posts

Leave a Comment