Home Breaking News / ତାଜା ଖବର କରୋନା ଭୟ: ପୁରୀ ରଥଖଳାକୁ ଗଣମାଧ୍ୟମ ମନା

କରୋନା ଭୟ: ପୁରୀ ରଥଖଳାକୁ ଗଣମାଧ୍ୟମ ମନା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପୁରୀରେ ଆଗେଇ ଚାଲିଛି ରଥ ନିର୍ମାଣ । ତେବେ କରୋନାକୁ ନଜରରେ ରଖି ରଥ ନିର୍ମାଣ ସ୍ଥାନ ରଥଖଳାକୁ କୌଣସି ମିଡିଆକୁ ପ୍ରବେଶ ଅନୁମତି ନାହିଁ ବୋଲି ସୂଚନା ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ପୁରୀ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ମିଳିତ ଭାବେ ଏହି ନିଷ୍ପତି ଗ୍ରହଣ କରିଥିବା କହିଛି ।
ରଥ ନିର୍ମାଣ ନେଇ ସମସ୍ତ ସୂଚନା ମନ୍ଦିର ପ୍ରଶାସନ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜାରି କରିବ । ସେଥିପାଇଁ କୌଣସି ଗଣମାଧ୍ୟମକୁ ରଥଖଳାକୁ ଯାଇ ଖବର ସଂଗ୍ରହ କରିବା ଆବଶ୍ୟକ ନାହିଁ ବୋଲି ଜିଲ୍ଲା ପ୍ରଶାସନ କହିଛି । ରଥନିର୍ମାଣରେ ନିୟୋଜିତ ସେବାୟତଙ୍କ ମଧ୍ୟରୁ ୮ ଜଣଙ୍କ ପଜିଟିଭ୍ ରିପୋର୍ଟ ଆସିବା ପରେ ଏହି ଚିନ୍ତା ଅଧିକ ବଢି ଯାଇଛି । ସେପଟେ କିପରି ବର୍ତମାନ ସୁରୁଖୁରୁରେ ରଥ ନିର୍ମାଣ ଚାଲିବ ସେ ନେଇ ପୁରୀ ଜିଲ୍ଲା ପ୍ରଶାସନ ପଦ କ୍ଷେପ ଗ୍ରହଣ କରିଛନ୍ତି ।
ପୁରୀରେ ବାୟୋ ବବଲ୍ ସୁରକ୍ଷା ବଳୟ ଭିତରେ ଚାଲିବ ରଥ ନିର୍ମାଣ କାର‌୍ୟ୍ୟ। ରଥକାମରେ ନିୟୋଜିତ ସେବାୟତଙ୍କ ଭିତରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେଇଛି ଶ୍ରୀମନ୍ଦିର ପ୍ରଶାସନ। ବାୟୋ-ବବଲ୍‌ର ଅର୍ଥ କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ଚାରିପଟେ ଏଭଳି ଏକ ସୁରକ୍ଷିତ ବଳୟ ବା ଅଦୃଶ୍ୟ କବଚ ସୃଷ୍ଟି କରାଯିବ, ଯେଉଁଠିକୁ ସଂକ୍ରମଣ ଭେଦ କରିପାରିବ ନାହିଁ।
ଯେଉଁମାନେ ସେହି ବଳୟ ଭିତରେ ରହିବେ, ସେମାନଙ୍କୁ ଉଦ୍ଦିଷ୍ଟ ଏସ୍ଓପି ଗୁଡ଼ିକୁ କଡ଼ାକଡ଼ି ଅନୁସରଣ କରିବାକୁ ପଡ଼ିବ। ସେମାନେ ସଂକ୍ରମଣରୁ ବର୍ତ୍ତିବାକୁ ଘରକୁ ଯାଇପାରିବେନି। ସେହିପରି ପରିବାର ଲୋକ କିମ୍ବା ଅନ୍ୟ କାହାରି ସଂସ୍ପର୍ଶରେ ଆସିପାରିବେ ନାହିଁ। ସୂଚନାଯୋଗ୍ୟ, ରଥଖଳାରେ ନିୟୋଜିତ ୮୮ ଜଣ ସେବାୟତଙ୍କ ଭିତରୁ ୮ ଜଣଙ୍କ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩ ଜଣ ମହାରଣା ଓ ୫ ଜଣ ଭୋଇ ସେବାୟତ ଅଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି।

related posts

Leave a Comment