Home Breaking News / ତାଜା ଖବର ବିଶାଖାପାଟଣା ନୌସେନା ଦ୍ୱାରା ‘ଅକ୍ସିଜେନ୍ ଅନ୍ ଭିଲ” କାର୍ଯ୍ୟକ୍ରମର ଶୁଭାରମ୍ଭ

ବିଶାଖାପାଟଣା ନୌସେନା ଦ୍ୱାରା ‘ଅକ୍ସିଜେନ୍ ଅନ୍ ଭିଲ” କାର୍ଯ୍ୟକ୍ରମର ଶୁଭାରମ୍ଭ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିଶାଖାପାଟଣା(ଜ୍ୟୋତିନ୍ଦ୍ର ନାରାୟଣ ପାଢ଼ୀ): ସାରା ଭାରତରେ କରୋନାର ଦ୍ୱିତୀୟ ଲହରୀ ଯୋଗୁଁ ବହୁ ହସ୍ପିଟାଲରେ ଅକ୍ସିଜେନର ଅଭାବ ଦେଖା ଦେଇଛି ଏଥି ସହିତ ଆନ୍ଧ୍ରପ୍ରଦେଶରେ କରୋନା ବିକଟାଳ ରୂପ ନେବା ସହ ରାଜ୍ୟର ସମସ୍ତ ହସ୍ପିଟାଲରେ ପ୍ରତେକ ଦିନ ଅକ୍ସିଜେନର ବହୁଳ ଅଭାବ ଦେଖାଦେଉଛି ଏଣୁ ବିଶାଖାପାଟଣାରେ ରହିଥିବା ଭାରତୀୟ ନୌସେନାର ଇଷ୍ଟର୍ଣ୍ଣ ନାଭାଲ୍ କମାଣ୍ଡ (ENC) ଅଧୀନରେ ନାଭାଲ୍ ଡାକୟାର୍ଡ଼ ବିଶାଖାପାଟଣା ଦ୍ୱାରା “ଅକ୍ସିଜେନ୍ ଅନ୍ ଭିଲ” କାର୍ଯ୍ୟକ୍ରମର ଶୁଭାରମ୍ଭ ଆଜି ଫ୍ଲାଗ୍ ଅଫିସର କମାଣ୍ଡିଂ-ଇନ୍-ଚିଫ୍ ENC ଉପାଧ୍ୟକ୍ଷ ଏବି ସିଂ ଉଦଘାଟନ କରିଛନ୍ତି. ବିଶାଖାପାଟଣା ନାଭାଲ୍ ଡାକୟାର୍ଡ଼ରେ କାର୍ଯ୍ୟରତ ବୈଷୟିକ ଦଳର କିଛି କର୍ମଚାରୀ ମିଶି ଏହି ‘ଅକ୍ସିଜେନ୍ ଅନ୍ ଭିଲ” ପ୍ଲାଣ୍ଟର ନିର୍ମାଣ କରିଛନ୍ତି. ଏହି ଅକ୍ସିଜେନ ପ୍ଲାଣ୍ଟ ଗୋଟିଏ ଟ୍ରେଲରରେ ଲଗାଯାଇଛି ଯାହାକୁ ଅତି ସହଜରେ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ସ୍ଥାନାନ୍ତର କରଯାଇପାରିବ ଏବଂ ଅଳ୍ପ ଜାଗାରେ ଓ ରାସ୍ତା ଉପରେ ରଖି ଅକ୍ସିଜେନ ପ୍ରସ୍ତୁତ କରାଯାଇ ହସ୍ପିଟାଲ ଗୁଡିକୁ ପ୍ରଦାନ କରାଯାଇପାରିବ. ଏହି ପ୍ଲାଣ୍ଟ ୧ ମିନିଟରେ ୧୦୦ ଲିଟର ଅକ୍ସିଜେନ ପ୍ରସୂତ କରିବା କ୍ଷମତା ରହିଛି ଏବଂ ଯେକୌଣସି ହସ୍ପିଟାଲର ପାଇପଲାଇନ ସିଷ୍ଟମ ସହ ସିଧାସଳଖ ସଂଯୋଗ କରାଯାଇ ଅକ୍ସିଜେନ ପ୍ରଦାନ କରାଯିବ. ତୁରନ୍ତ ଆବଶ୍ୟକସ୍ଥଳେ ହସ୍ପିଟାଲର ସ୍ଥିର ଅକ୍ସିଜେନ ପାଇପ ସିଷ୍ଟମ ସହ ସଂଯୋଗ କରାଯାଇ ୧୬ଟି ବେଡ଼କୁ ଅକ୍ସିଜେନ ପ୍ରଦାନ କରାଯାଇପାରିବ. ହସ୍ପିଟାଲଗୁଡିକରେ ଅକ୍ସିଜେନର ଅଭାବକୁ ରୋକିବା ପାଇଁ ଏହି ‘ଅକ୍ସିଜେନ୍ ଅନ୍ ଭିଲ” ଏକ ବ୍ୟାକଅପ୍ ଭାବରେ କାର୍ଯ୍ୟ କରିପାରିବ. ଅକ୍ସିଜେନର ଅଭାବ ସମୟରେ ବିଶେଷ କରି ଛୋଟ ଛୋଟ ହସ୍ପିଟାଲ ଏବଂ ଗ୍ରାମାଞ୍ଚଳରେ ଆବଶ୍ୟକୀୟ ଭିତ୍ତିଭୂମି ନଥିବା ଯୋଗୁଁ ଏହି କରୋନା ମହାମାରୀ ସମୟରେ ଗ୍ରାମାଞ୍ଚଳରେ ଅକ୍ସିଜେନ ଯୋଗାଇବା ପାଇଁ ଆନ୍ଧ୍ରପ୍ରଦେଶ ରାଜ୍ୟସରକାର ବହୁ ଅସୁବିଧାର ସମୁଖିନ ହେଉଛନ୍ତି ଏଣୁ ରାଜ୍ୟସରକାରଙ୍କ ସମସ୍ତ ଉଦ୍ୟମକୁ ସଫଳ କରିବା ପାଇଁ ଏହି ‘ଅକ୍ସିଜେନ୍ ଅନ୍ ଭିଲ” ପ୍ଲାଣ୍ଟର ନିର୍ମାଣ କରଯାଇଥିବା ENC ଉପାଧ୍ୟକ୍ଷ ଏବି ସିଂ ପ୍ରକାଶ କରିଛନ୍ତି. ଭାରତୀୟ ନୌସେନାର ଇଷ୍ଟର୍ଣ୍ଣ ନାଭାଲ୍ କମାଣ୍ଡର ଏହି ଉଦ୍ୟମକୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଓ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ପ୍ରଶଂସା କରିଛନ୍ତି.

related posts

Leave a Comment