Home Breaking News / ତାଜା ଖବର ମହାରାଷ୍ଟ୍ର ଗଡଚିରୋଲିରେ ଏନକାଉଁଟର, ୧୩ ନକ୍ସଲ ନିପାତ

ମହାରାଷ୍ଟ୍ର ଗଡଚିରୋଲିରେ ଏନକାଉଁଟର, ୧୩ ନକ୍ସଲ ନିପାତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମହାରାଷ୍ଟ୍ର ଗଡଚିରୋଲିରେ ସୁରକ୍ଷାବଳକୁ ବଡ ସଫଳତା । ଏନକାଉଁଟରରେ ନିପାତ ହୋଇଛନ୍ତି ୧୩ ଜଣ ନକ୍ସଲ । ଫଳରେ ବୟମହାରାଷ୍ଟ୍ରରେ ଲାଲ୍ ବାହିନୀକୁ ଝଟକା ଲାଗିଛି । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୧୩ ନକ୍ସଲ ନିହତ ହୋଇଛନ୍ତି । ମହାରାଷ୍ଟ୍ରର ଗଡ଼ଚିରୋଲି ଫରେଷ୍ଟରେ ନକ୍ସଲ-ସୁରକ୍ଷାକର୍ମୀ ଗୁଳି ବିନିମୟ ବେଳେ ୧୩ ନକ୍ସଲ ନିହତ ହୋଇଛନ୍ତି । ଆଜି ସକାଳୁ ସୁରକ୍ଷାକର୍ମୀମାନେ ମାଓ କ୍ୟାମ୍ପ ଉପରେ ଜୋରଦାର ହମଲା କରିଥିଲେ । ଏହି ସମୟରେ ୧୩ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ କ୍ୟାମ୍ପରୁ କେତେକ ମାରଣାସ୍ତ୍ର, ବନ୍ଧୁକ, ଗୁଳି ଆଦି ଜବତ କରାଯାଇଛି । କାସାନସୁର ଦଲାମର ମାଓବାଦୀମାନେ ଗ୍ରାମବାସୀଙ୍କ ସହ ଏକ ବୈଠକ ଆୟୋଜନ କରୁଥିବା ନେଇ ପୋଲିସକୁ ସୂଚନା ମିଳିଥିଲା । ତେବେ ବୈଠକ ପୂର୍ବରୁ ମାଓକ୍ୟାମ୍ପରେ ସୁରକ୍ଷାକର୍ମୀମାନେ ଆକ୍ରମଣ କରିଥିଲେ ।

related posts

Leave a Comment