Home Breaking News / ତାଜା ଖବର ନରସିଂହପୁରରେ ଗାଁରେ ସ୍ୱାସ୍ଥ୍ୟ ସର୍ଭେଲାନ୍ସ ଓ ସମ୍ଭାବ୍ୟ ପ୍ରାକୃତିକ ଦୁର୍ବିପାକ ସମ୍ପର୍କରେ ବିଧାୟକଙ୍କ ଆଲୋଚନା

ନରସିଂହପୁରରେ ଗାଁରେ ସ୍ୱାସ୍ଥ୍ୟ ସର୍ଭେଲାନ୍ସ ଓ ସମ୍ଭାବ୍ୟ ପ୍ରାକୃତିକ ଦୁର୍ବିପାକ ସମ୍ପର୍କରେ ବିଧାୟକଙ୍କ ଆଲୋଚନା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନରସିଂହପୁର(ବିନୋଦ ନନ୍ଦ): ଆଜି ନରସିଂହପୁର ବ୍ଲକ ସମ୍ମିଳନୀ କକ୍ଷରେ ଗାଁ ଗାଁରେ ସ୍ୱାସ୍ଥ୍ୟ ସର୍ଭେଲାନ୍ସକୁ ଅଭିଯାନ ଭଳି ନେବା ସହିତ କୋଭିଡ ସଚେତନତା କାର୍ଯ୍ୟକ୍ରମକୁ ଗାଁ କଲ୍ୟାଣ ସମିତିର ଯୋଗଦାନରେ ଜୋରଦାର କରିବାକୁ ଫଳପ୍ରଦ ମାଇକ୍ରୋପ୍ଲାନ କରି ଆସନ୍ତା ସପ୍ତାହରୁ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ହୋଇଛି। ବିଡିଓ ଶ୍ରୀ ପ୍ରଦୀପ ସାହୁଙ୍କ ଦ୍ୱାରା ଆହୂତ ଏହି ବୈଠକରେ ବିଧାୟକଙ୍କ ସମେତ ଅଧ୍ୟକ୍ଷ ଶ୍ରୀ କିଶୋର ମିଶ୍ର,ତହସିଲଦାର ଶ୍ରୀ ଆଲୋକ ଦେହୁରୀ,ମେଡିକାଲ ଅଫିସର ଡକ୍ଟର ଜେଠୀ,ବ୍ଲକ ବି.ପି.ଏମ୍ ,କୋଭିଡ ନୋଡାଲ ଅଧିକାରୀ,ଜନସ୍ଵାସ୍ଥ୍ୟ ଅଧିକାରୀ,ମହିଳା ଓ ସ୍ୱାସ୍ଥ୍ୟ ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଆସନ୍ତା ୩ମାସ ଧରି ଏହି ଅଭିଯାନ ଜାରି ରହିବ ବୋଲି କାର୍ଯ୍ୟକ୍ରମ ରାଜ୍ୟସରକାରଙ୍କ ପ୍ରଦତ୍ତ ଗାଇଡ଼ଲାଇନ ଅନୁଯାୟୀ ନିଆଯିବ। ଏହା ସହିତ ଟୀକାକରଣ ଓ ସମ୍ଭାବ୍ୟ ବାତ୍ୟାର ପ୍ରସ୍ତୁତି ସମ୍ପର୍କରେ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ହୋଇ ସିଦ୍ଧାନ୍ତ ନିଆଯାଇଥିଲା।

ନରସିଂହପୁର ଏ ଯାବତ ୮୫୮ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବାବେଳେ ହୋମ ଆଇସୋଲେସନରେ ସଂକ୍ରମିତ ଲକ୍ଷଣଯୁକ୍ତ ଆକ୍ରାନ୍ତ ରଖିବା ଗାଁର ପରିବାରର ସାମୁହିକ ସ୍ୱାସ୍ଥ୍ୟ ପ୍ରତି ଆଶଙ୍କା ସୃଷ୍ଟି କରିଥିବାରୁ ଆବଶ୍ୟକୀୟ ଘର,ଶୌଚାଳୟ ନଥିବା ସଂକ୍ରମିତଙ୍କୁ କୋଭିଡ କେୟାର ସେଣ୍ଟରକୁ ଆଣିବା ପାଇଁ ଆଲୋଚନା ହୋଇଥିଲା ଏଥିପାଇଁ କେୟାର ସେଣ୍ଟରର ସମ୍ପ୍ରସାରଣକୁ ତ୍ୱରାନ୍ୱିତ କରିବାପାଇଁ ମଧ୍ୟ ସମୟସୀମା ଧାର୍ଯ୍ୟ ହୋଇଥିଲା।

ଟୀକାକରଣରେ ଭିଡ଼ କମେଇବାକୁ ଗାଁ କଲ୍ୟାଣ ସମିତିକୁ ସଂପୃକ୍ତ କରି ଗ୍ରାମବାସୀଙ୍କୁ ଆଗୁଆ ଅବଗତ କରିବା ପାଇଁ ଆଲୋଚନା ହୋଇଥିଲା। ୨ୟ ଡୋଜ ପାଇଁ ଅପେକ୍ଷା କରିଥିବା ୪୫ରୁ ଉର୍ଦ୍ଧ୍ବଙ୍କୁ ଅଗ୍ରାଧିକାର ଦେବା ପାଇଁ ବିଧାୟକ ପରାମର୍ଶ ଦେବା ସହିତ ଟୀକାକରଣ କେନ୍ଦ୍ର ଗୁଡ଼ିକରେ ଆସୁଥିବା ଲୋକଙ୍କ ପାଇଁ ଭିତ୍ତିଭୂମି ଶୀଘ୍ର ଯୋଗାଇଦେବାକୁ କହିଥିଲେ। କୋଭିଡ ଟେଷ୍ଟିଂ,ଟୀକାକରଣ,ଟ୍ରେସିଂ ସମ୍ପର୍କରେ ସଚେତନତା କରାଯିବ।

related posts

Leave a Comment