Home Breaking News / ତାଜା ଖବର ବୋରିଗୁମ୍ମା ଥାନାରେ ନୂତନ ଆଇଆଇସିଙ୍କ ଯୋଗଦାନ

ବୋରିଗୁମ୍ମା ଥାନାରେ ନୂତନ ଆଇଆଇସିଙ୍କ ଯୋଗଦାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବୋରିଗୁମ୍ମା(ବିଶ୍ୱଜିତ ପାଣିଗ୍ରାହୀ): ବୋରିଗୁମ୍ମା ଥାନା ରେ ନୂତନ ଆଇଆଇସି ଭାବେ ବିଶ୍ୱଜିତ ମହାନ୍ତି ଯୋଗ ଦେଇଛନ୍ତି। ଶ୍ରୀ ମହାନ୍ତି ପୂର୍ବରୁ ଭୁବନେଶ୍ୱର ଇନ୍ଫୋସିଟି ଥାନାରେ ଆଇଆଇସି ଭାବେ କାର୍ଯ୍ୟରତ ଥିଲେ। ତେବେ ତାଙ୍କର କୋରାପୁଟ ଜିଲ୍ଲାକୁ ବଦଳି ପରେ କୋରାପୁଟ ହେଡକ୍ୱାର୍ଟର ରେ ରହିଥିଲେ। କୋରାପୁଟ ଏସ ପି ବରୁଣ ଗୁଣ୍ଟୁପାଲି ତାଙ୍କୁ ବୋରିଗୁମ୍ମା ଥାନା ଆଇଆଇସି ଭାବେ ବଦଳି କରିଛନ୍ତି। ନୂତନ ଆଇଆଇସି ଙ୍କୁ ଥାନାରେ କର୍ଯ୍ୟରତ ଏସ ଆଇ ଶ୍ରୀକାନ୍ତ ସାହୁ, ଏ ଏସ ଆଇ ପ୍ରକାଶ ଚନ୍ଦ୍ର ମିଶ୍ର ଓ ଅନ୍ୟ ପୋଲିସ ଅଧିକାରୀ ମାନେ ସ୍ୱାଗତ କରିଥିଲେ। ବୋରିଗୁମ୍ମା ଥାନା ର ପୂର୍ବତନ ଆଇଆଇସି ସଞ୍ଜୟ କୁମାର ମଣ୍ଡଳ ଙ୍କୁ ଜୟପୁର ଟାଉନ ଥାନା ଆଇଆଇସି ଭାବେ ବଦଳି ହୋଇଥିଲା।

related posts

Leave a Comment