Home Breaking News / ତାଜା ଖବର ନରସିଂହପୁର- ବଡ଼ମ୍ବାରେ କୋଭିଡ କେୟାର ସେଣ୍ଟରର କ୍ଷମତା ବଢିବା ପାଇଁ ମଞ୍ଜୁରୀ

ନରସିଂହପୁର- ବଡ଼ମ୍ବାରେ କୋଭିଡ କେୟାର ସେଣ୍ଟରର କ୍ଷମତା ବଢିବା ପାଇଁ ମଞ୍ଜୁରୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନରସିଂହପୁର(ବିନୋଦ ନନ୍ଦ): ବଡ଼ମ୍ବା ନରସିଂହପୁର କୋଭିଡ ସଂକ୍ରମଣ ବୃଦ୍ଧି ପରିପ୍ରେକ୍ଷୀରେ ଉଭୟ ନରସିଂହପୁର ଓ ବଡ଼ମ୍ବା କୋଭିଡ କେୟାର ସେଣ୍ଟର କ୍ଷମତା ବୃଦ୍ଧି ପାଇଁ ବିଧାୟକ କରିଥିବା ଅନୁରୋଧ କୁ ଆଜି ଅନୁମୋଦନ ମିଳିଛି ବୋଲି କଟକ ଜିଲ୍ଲାପାଳ ଆଜି ସନ୍ଧ୍ୟାରେ ଉଭୟ ବ୍ଲକର ବିଡ଼ିଓଙ୍କୁ , ସିଡିଏମଓଙ୍କୁ ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଡ଼ାଇରେକ୍ଟର ଙ୍କୁ ଚିଠି ଯୋଗେ ଜଣାଇଛନ୍ତି ।

ପ୍ରକାଶ ଥାଉ କି କଟକ ଜିଲ୍ଲାର ସରକାରୀ ଭାବେ ପ୍ରଥମେ ପ୍ରତିଷ୍ଠିତ ବଡ଼ମ୍ବା କୋଭିଡ କେୟାର ସେଣ୍ଟର ର କ୍ଷମତାକୁ ୧୫୦ରୁ ଆଉ ୫୦ ବଢ଼ାଯିବା ଫଳରେ ଏହା ୨୦୦ରେ ପହଁଚିଲା ସେହିପରି ୨ୟ ସରକାରୀ କେନ୍ଦ୍ର ଭାବେ ପ୍ରତିଷ୍ଠିତ ନରସିଂହପୁର କୋଭିଡ କେୟାର ସେଣ୍ଟର ୧୦୦କ୍ଷମତାକୁ ଆଉ ୧୦୦ ବଢ଼ାଯାଇଛି । ଗଲା ପରଦିନ ବିଡ଼ିଓ, ବ୍ଲକ ଚେୟାରମ୍ୟାନ, ଯନ୍ତ୍ରୀ, ମେଡିକାଲ ଅଫିସର ପ୍ରଭୃତିଙ୍କ ଉପସ୍ଥିତିରେ ବଡ଼ମ୍ବା କୋଭିଡ କେୟାର ପ୍ରସ୍ତାବିତ ସଂଲଗ୍ନ ସମ୍ପ୍ରସାରଣ ବିଧାୟକ ମିଶ୍ର ବୁଲିଦେଖିଥିଲେ । କାଲି ସନ୍ଧ୍ୟା ରେ ନରସିଂହପୁର କେନ୍ଦ୍ର ପାଇଁ ସମ୍ପ୍ରସାରିତ ଭିତ୍ତିଭୂମି ପାଇଁ ସ୍ଥାନୀୟ ବିଡ଼ିଓ ଓ ଅଧ୍ୟକ୍ଷ ଯନ୍ତ୍ରୀ ପ୍ରସ୍ତାବିତ ସଂଲଗ୍ନ ସ୍ଥାନ ଗୁଡିକୁ ବୁଲି ଦେଖିଥିଲେ । ପଅରଦିନ ଜିଲ୍ଲା କର୍ତ୍ତୃପକ୍ଷ ସାଂସଦ ଓ ଅନ୍ୟ ବିଧାୟକ ମାନଙ୍କ ଉପସ୍ଥିତି ରେ ଭରଚୁଆଲ ବୈଠକରେ ଦାବି ରଖିଥିଲେ ।

ଏହି ସମ୍ପ୍ରସାରଣ ଦ୍ୱାରା ସାମାନ୍ୟ ସଂକ୍ରମିତ ଅକ୍ରାନ୍ତ ବେଡ଼ ପାଇଁ କଟକ ଯିବାକୁ ପଡ଼ିବ ନାହିଁ । ଏହାର ଆବଶ୍ୟକୀୟ ମେଡିକାଲ କର୍ମଚାରୀ ବ୍ୟବସ୍ଥା ତୁରନ୍ତ ସମ୍ପର୍ଣ୍ଣ କରିବା ପାଇଁ ବିଧାୟକ ଶ୍ରୀ ମିଶ୍ର ଅନୁରୋଧ କରିଛନ୍ତି ।

related posts

Leave a Comment