Home Breaking News / ତାଜା ଖବର ଶିକ୍ଷକଙ୍କ ହାତରେ କରୋନା କଣ୍ଟ୍ରୋଲ ରୁମ

ଶିକ୍ଷକଙ୍କ ହାତରେ କରୋନା କଣ୍ଟ୍ରୋଲ ରୁମ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କୋମନା(ମିଥୁନ ସାଗର): କରୋନା ମହାମାରୀ ସଂକ୍ରମଣ ରୋକିବା ପାଇଁ ସରକାର ଅନେକ ପ୍ରକାର ଉପାୟ ଅବଲମ୍ବନ କରୁଛନ୍ତି, ପ୍ରତ୍ୟେକ ଦିନ ସଂକ୍ରମଣ ହାର କେତେ ଜିଲ୍ଲା ରେ କେତେ ଅଛି ସେ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି…

ସେହି କ୍ରମରେ ନୂଆପଡା ଜିଲ୍ଲା ଅନ୍ତର୍ଗତ କୋମନା CHC ରେ ଶିକ୍ଷକ ମାନଙ୍କୁ କରୋନା କଂଟ୍ରୋଲ ରୁମ ର ଦାଇତ୍ୱ ଦିଆଯାଇଛି ସେମାନେ ଗୃହସଙ୍ଗରୋଧରେ ରହୁଥିବା କରୋନା ସଂକ୍ରମିତ ବ୍ୟକ୍ତି ଙ୍କ ସହ ଫୋନ ମାଧ୍ୟମରେ ଯୋଗାଯୋଗ କରିବା ସହିତ ସେମାନଙ୍କ ସୁଚାରୁ ଚିକିତ୍ସା ନିମନ୍ତେ ସହଯୋଗ କରୁଛନ୍ତି

କରୋନା କୁ ପ୍ରତିହତ କରିବା ପାଇଁ ସେମାନେ ମଧ୍ୟ ଆଗ ଧାଡିରେ ରହୁଥିବାରୁ ଶିକ୍ଷକଙ୍କୁ ମଧ୍ୟ କରୋନା ଯୋଦ୍ଧା ଭାବେ ଘୋଷଣା କରାଯାଉ ବୋଲି ସେମାନେ ଦାବି ଉପସ୍ଥାପନ କରୁଛନ୍ତି l ଶିକ୍ଷକ ଙ୍କ ଏହି ଦାବି ସମ୍ବନ୍ଧ ରେ ଆମେ କୋମନା BDO ଙ୍କୁ ଯୋଗାଯୋଗ କରିଥିଲୁ ସେ କହିଥିଲେ ଆମ୍ଭେ ଶିକ୍ଷକ ଙ୍କ ଏହି ଦାବି କୁ ଉପରିସ୍ଥ ଅଧିକାରିଙ୍କୁ ଜଣାଇବେ l

related posts

Leave a Comment