Home Breaking News / ତାଜା ଖବର କଥା ଦେଇ କଥା ରଖିଲେ ନବୀନ

କଥା ଦେଇ କଥା ରଖିଲେ ନବୀନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କରୋନାର ଦ୍ବିତୀୟ ଲହରୀରେ ଅମ୍ଳଜାନ ପାଇଁ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମଖୀନ ହେଉଥିବା ବେଳେ କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର ବଡ ମେଡିକାଲ ପରିସରରେ ଲିକ୍ୟୁଡ୍ ଅକ୍ସିଜେନ୍ ଭିସେଲ୍ ସିଷ୍ଟମ୍ ତୁରନ୍ତ କାର୍ଯକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏନେଇ ଜିଲ୍ଲା ପ୍ରଶାସନ ଓ ମେଡିକାଲ କର୍ତ୍ରୁପକ୍ଷଙ୍କ ମିଳିତ ଉଦ୍ୟମରେ ଖୁବ୍ କମ୍ ଦିନରେ ପ୍ରତିଷ୍ଠା ହୋଇପାରିଛି ଲିକ୍ୟୁଡ୍ ଅକ୍ସିଜେନ୍ ଭିସେଲ୍ ସିଷ୍ଟମ୍ ।ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ କ୍ୟାମ୍ପସରେ ଆଜି ଲିକ୍ୟୁଡ୍ ଅକ୍ସିଜେନ୍ ଭିସେଲ୍ ସିଷ୍ଟମ୍ ଉଦଘାଟନ ହୋଇଛି । ଏହି ଅକ୍ସିଜେନ୍ ଭିସେଲ୍ ସିଷ୍ଟମ୍ କୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଭିଡ଼ିଓ କନ୍ ଫ୍ରେନ୍ସ୍ ଉଦଘାଟନ କରିଛନ୍ତି ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟର ଭିଡିଓ କନଫେରେସିଂ ମାଧ୍ୟମରେ ସଂଧ୍ୟା ୫:୩୦ମିନିଟରେ ଏହି ଅକ୍କିଜେନ ପ୍ଲାଣ୍ଟକୁ ଶୁଭାରମ୍ଭ କରିଛନ୍ତି  । ଓଡ଼ିଶାରୁ ଅନ୍ୟ ରାଜ୍ୟକୁ ଅକ୍ସିଜେନ ଦେଇ ମୁଖ୍ୟମନ୍ତ୍ରୀ ବେଶ୍ ମାନବିକତା ଦେଖାଇଥିବା ବେଳେ ଆମ ରାଜ୍ଯ ର ବ୍ରହ୍ମପୁର ଏମକେସିଜି ମେଡିକାଲ ପରିସରରେ ଥିବା ଡିସିଏଚ୍ ୨ସମ୍ମୁଖରେ ଏକ ୨୦ ହଜାର ଲିଟର ବିଶିଷ୍ଟ ଅକ୍ସିଜେନ୍ ଲିକ୍ୟୁଡ୍ ଭିସେଲ୍ ସିଷ୍ଟମ୍  ପ୍ରତିଷ୍ଠା କରି ଏକ ନୁଆ ଉଦାହରଣ ସୃଷ୍ଟି କରିଛନ୍ତି ଆଉ ସାଉଁଟିଛନ୍ତି ପ୍ରଶଂସା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି ଯେ ଏହା ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଅମ୍ଳଜାନ ସିଲିଣ୍ଡର ଉପରେ ଚାପ ହ୍ରାସ କରିବାରେ ସହାୟକ ହେବ ଯାହା ଦକ୍ଷିଣ ଓଡିଶା ଜିଲ୍ଲା ବିଶେଷ କରି ଗଞ୍ଜାମର ଆବଶ୍ୟକତାକୁ ପୂରଣ କରିବ । ଏବଂ ବହୁମୂଲ୍ୟ ଜୀବନ ବଞ୍ଚାଇବା ପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେଉଛନ୍ତି ବୋଲି ନିଶ୍ଚିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅମ୍ଳଜାନ ଯୋଗାଣ ପରିଚାଳନା ପ୍ରତି ଘଣ୍ଟା ଉପରେ ନଜର ରଖାଯାଉଛି। ଅମ୍ଳଜାନ ସିଲିଣ୍ଡର କ୍ରୟ, ଅମ୍ଳଜାନ ଉତ୍ପାଦନ ସୁବିଧା ପ୍ରତିଷ୍ଠା ଏବଂ ଏଲ୍.ଏମ୍.ଓ ପାତ୍ରଗୁଡିକ ନିୟୋଜନ ମାଧ୍ୟମରେ ରାଜ୍ୟ ଅମ୍ଳଜାନ ପରିଚାଳନାକୁ ଆହୁରି ମଜବୁତ କରୁଛି। ଭବିଷ୍ୟତରେ ଅମ୍ଳଜାନ ଆବଶ୍ୟକତା ଏବଂ ପରିଚାଳନା ପାଇଁ ଯୋଜନା କରିବାକୁ ଏକ ଟାସ୍କଫୋର୍ସ ମଧ୍ୟ ସ୍ଥାପନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବା କିଶୋର ଦାସ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କୋଭିଡ ବିରୋଧରେ ଲଢେ଼ଇ କରିବା ଓଡିଶା ବର୍ତ୍ତମାନ ଅଗ୍ରଣୀ। ୨କୋଟି ଟଙ୍କା ବ୍ୟୟରେ ଏଲଏମଓ ପ୍ଲାଣ୍ଟ ନିର୍ମାଣ କରାଯାଇଛି। ଏହାର ଉତ୍ପାଦନ କ୍ଷମତା ୨୦ ହଜାର ଲିଟର ବୋଲି ସେ କହିଛନ୍ତି। ତେବେ ଅକ୍ସିଜେନ୍ ଭିସେଲ୍ ସିଷ୍ଟମ୍ କାର୍ଯ୍ୟକ୍ଷମ ହେବା ପରେ ଆଉ ସିଲିଣ୍ଡର ରୋଗୀଙ୍କ ନିକଟକୁ ନେବାକୁ ପଡ଼ିବ ନାହିଁ । ଭିସେଲ୍ ସିଷ୍ଟମ୍ ରୁ ସିଧା ମେନି ଫ୍ଲେମ୍ ରୁମକୁ ଯିବ ଏବଂ ସେଠାରୁ ସିଧା ରୋଗୀଙ୍କ ଶଯ୍ୟା ନିକଟରେ ଅକ୍ସିଜେନ୍ ପହଞ୍ଚିବ । ଏହି କାଯ୍ୟକ୍ରମରେ ରାଜସ୍ଵ କମିଶନର ଟି. ଆପାଙ୍ଗ ଆଓ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ,ବିଧାୟକ ବିକ୍ରମ କୁମାର ପଣ୍ଡା, ଉପଜିଲ୍ଲାପାଳ ଭି.କୀର୍ତ୍ତି ୱାସନ୍,କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦ୍ରର,ଏମ୍‌କେସିଜି ଅଧୀକ୍ଷକ ପ୍ରଫେସର ଡା.ସନ୍ତୋଷ କୁମାର ମିଶ୍ର,ଙ୍କ ସମେତ ଏମ୍ କେ ସି ଜି ମେଡ଼ିକାଲ ବହୁ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।
ତେବେ ଆସନ୍ତା ସୋମବାର ଠୁଁ ରୋଗୀଙ୍କ ନିକଟକୁ ପାଇପ ଯୋଗେ ଅକ୍ସିଜେନ୍ ଯୋଗାଇଦିଆଜିବ ବୋଲି ଏମ୍‌କେସିଜି ଅଧୀକ୍ଷକ ପ୍ରଫେସର ଡା.ସନ୍ତୋଷ କୁମାର ମିଶ୍ର କହିଛନ୍ତି ।
ଏହି ଅବସରରେ ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିବା ବେଳେ ମହାନଗର ନିଗମ କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦ୍ରର ଧନ୍ୟବାଦ ଅର୍ପଣ କରିଥିଲେ ।

related posts

Leave a Comment