Home Breaking News / ତାଜା ଖବର ଅଳାବୋଳ ପଞ୍ଚାୟତରେ ଦୃନୀତିର ଅଭିଯୋଗ: ସରପଞ୍ଚଙ୍କ ସ୍ୱାମୀଙ୍କ ବର୍ବରତା,ସାମ୍ବାଦିକଙ୍କୁ ଆକ୍ରମଣ

ଅଳାବୋଳ ପଞ୍ଚାୟତରେ ଦୃନୀତିର ଅଭିଯୋଗ: ସରପଞ୍ଚଙ୍କ ସ୍ୱାମୀଙ୍କ ବର୍ବରତା,ସାମ୍ବାଦିକଙ୍କୁ ଆକ୍ରମଣ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଜଗତସିଂହପୁର(ନିଗମାନନ୍ଦ ଦାଶ): କଥାରେ ଅଛି “‘ସରକାରୀ ମାଲ” “ଦରିଆ ମେ ଡାଲ “ଭଳି ଦେଖିବାକୁ ମିଳିଛି ଜଗତସିଂହପୁର ଜ଼ିଲ୍ଲା ବାଲିକୁଦା ବ୍ଲକ ରେ ଶ୍ରମିକ ନିଜ ଅଞ୍ଚଳରେ କାର୍ଯ୍ୟ ଯୋଗାଇ ଦେବାପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମନରେଗା ଯୋଜନା କାର୍ଯ୍ୟକାରୀ କରାଯାଇଛି ଳ ଏହି ଯୋଜନା ମାଧ୍ୟମରେ ଶ୍ରମିକମାନଙ୍କୁ କାର୍ଯ୍ୟ ଯୋଗାଇ ଦେବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ବିଭାଗଦ୍ୱାରା ଉନୟନମୂଳକ କାର୍ଯ୍ୟ କରାଯିବା ସମ୍ୱନ୍ଧରେ ଜିଆଏସ ଙ୍କୁ ପଚାରିଲେ ସେ କୁହନ୍ତି ମେଡ଼ିସିନ ରେ କାମ କରିବୁ କଣ କରିବେ. ବୋଲି ଗଣମଧ୍ୟମ ପ୍ରତିନିଧି ଙ୍କୁ ସିଧା ଚାଲେଞ୍ଜ ଦେଉଛନ୍ତି l ନରେଗା ଯୋଜନା ରେ ଜଗତସିଂହପୁର ଜ଼ିଲ୍ଲା ବାଲିକୁଦା ବ୍ଲକ ରେ ଅଧିକାଂଶ କାର୍ଯ୍ୟ ଶ୍ରମିକ ବଦଳରେ ମେସିନ କରୁଥିବା ଜ୍ୱଳନ୍ତ ଉଦାହରଣ ଆଳାବଳ ପଞ୍ଚାୟତର ଧନିସ ଗ୍ରାମରେ ଥିବା ଗୋପାଳ ଜି ମଠ ପୋଖରୀ ମେସିନ ରେ ଖୋଳାଯାଉଥିବା ନେଇ ଗ୍ରାମବାସୀ ମାନେ ଅଭିଯୋଗ କରିଲେ ବିଡ଼ିଓ କନିଷ୍ଠ ଯନ୍ତୀ, ସରପଞ୍ଚ ଜିଆରଏସ, କୌଣସି କାର୍ଯ୍ୟନୁଷ୍ଠାନ ହେଉନାହିଁ ବୋଲି ଗ୍ରାମର କିଛି ବ୍ୟକ୍ତି ଜ଼ିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି l ଏତଦବ୍ୟତିତ ଏହି ଯୋଜନାର ନିୟମକୁ ମଧ୍ୟ ଖୁଲମ ଖୁଲା ଉଲ୍ଲଘଂନ କରାଯାଉଥିବା ଅଭିଯୋଗ ହୋଇଛି l ସୂଚନା ଯୋଗ୍ୟ ଯେ ଉକ୍ତ ବ୍ଲକ ରେ ମୃତ୍ତିକା ସଂରକ୍ଷଣ ଯୋଜନା ପକ୍ଷରୁ 2020-2021ଅର୍ଥକ ବର୍ଷରେ ବିଭିନ୍ନ ପାଞ୍ଚୟତରେ ନୂତନ ପୋଖରୀ ଖନନ କରାଯିବା ପାଇଁ ପ୍ରକଳ୍ପ ଅନୁମୋଦନ କରାଯାଇଛି l ବ୍ଲକରେ ଥିବା 30ଟି ପଞ୍ଚାୟତ ପୋଖରୀ ଖୋଳାଯିବା ନିମନ୍ତେ ଅର୍ଥ ମଞ୍ଜୁରୀ କରାଯାଇଛି l ହିତାଧିକାରୀମାନେ ପୋଖରୀ ଖନନ କରିବା ପରେ ମାଛ ଚାଷ ଓ ପୋଖରୀ ହୁଡ଼ାରେ ବିଭିନ୍ନ ପ୍ରକାରର ଗଛ ଲଗେଇବା ଆତ୍ମ ନିର୍ଭରଶୀଳ ହୋଇପାରିବେ l କିନ୍ତୁ ଉକ୍ତ ପୋଖରୀ ଗୁଡିକ ଜବକାର୍ଡଧାରୀ ଙ୍କ ଦ୍ୱାରା ଖୋଳାଯିବାର ନିୟମ ରହିଥିଲେ ମଧ୍ୟ ମେସିନଦ୍ୱାରା ପୋଖରୀ ଖୋଳାଯାଉଛି ଦିବା ଆଲୋକ ରେ ପ୍ରଶାସନ ସାଜିଛି ନିରବ ଦ୍ରଷ୍ଟା l ଆହୁରି ମଧ୍ୟ ଅନେକ ସ୍ଥନରେ ପୁରୁଣା ପୋଖରୀ କୁ ସଫେଇ କରାଯାଇ ବିଲ କରାଯିବାର ମସୁଧା ଚାଳିଥିବା ଜଣାଯାଇଛି l ପୋଖରୀ ଖୋଳୁଥିବା ହିତାଧିକାରୀ କେତେକ ଜବକାର୍ଡଧାରୀଙ୍କ ଜମା ଖାତାକୁ ହାତ କରିକି ଦିନରେ ଓ ରାତିରେ ମେସିନରେ ପୋଖରୀ ଖୋଳି ଅର୍ଥ ହଡ଼ପ କରାଯାଉଥିବା ଜଣାଯାଇଛି l ଗୁରୁତ୍ୱ ପୂର୍ଣ୍ଣ କଥା ହେଲା ମନରେଗା ଯୋଜନାରେ ଯେ କୌଣସି କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ପ୍ରଥମେ ଉକ୍ତ ସ୍ଥାନକୁ ଡ଼ିଓ ଟ୍ୟାଗ ମଧ୍ୟମରେ ଫୋଟ ଉଠାଯିବାର ନିୟମ ରହିଛି ଏହା ସହିତ ସ୍ଥlନରେ ସୂଚନା ଫଳକ ନିର୍ମାଣ କରାଯିବା ପରେ ବିଭାଗୀୟ ଅଧିକାରୀ ଓ ସଂସ୍ପୁକ୍ତ ହିତାଧିକାରୀ ଉପସ୍ଥିତ ରହି ଜିଓ ଟ୍ୟାଗ ମଧ୍ୟମ ରେ ଫୋଟ ଉତ୍ତୋଳନ କରାଯିବା ପରେ କାର୍ଯ୍ୟ ଆରମ୍ଭ କରାଯିବାର ନିୟମ ରହିଛି l କିନ୍ତୁ ବିଭାଗ ପକ୍ଷରୁ ଏଭଳି କରାଯାଉନଥିବା ଆଲୋଚନା ହେଉଛି ଏହି ବିଷୟରେ ବିଭାଗୀୟ ଉଚ୍ଚ କତୃପକ୍ଷ ଜାଣି ମଧ୍ୟ କୌଣସି a ପଦକ୍ଷେପ ନେଇ ନଥିବା ଦେଖିବାକୁ ମିଳିଛି l ଅଳାବଳ ପାଞ୍ଚୟତର କନିଷ୍ଠଯନ୍ତୀ ସରୋଜ ସେଠି ଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ତାଙ୍କ ପ୍ରତିକ୍ରିୟା ରେ କହିଥିଲେ କୌଉଁ ପୋଜେଟ ମୁଁ ଜାଣିନାହିଁ ଯଦି ମେସିନ ଦ୍ୱାରା ଖୋଳାଯାଉଛିମୁଁ ଜିଆରଏସ ଙ୍କୁ ପଚାରିବୁଝୁଛି, କିନ୍ତୁ ଦୁର୍ଭାଗ୍ୟ ଯେ ସରପଞ୍ଚ ଏହି କଥା କହି ମଧ୍ୟ ଆଜି ସମ୍ବାଦ ସଂଗ୍ରହ ପାଇଁ ଯାଇଥିବା ପ୍ରସନ୍ନ ସେଠୀ ଯିଏ କି ଜ଼ିଲ୍ଲା ପ୍ରତିନିଧି ମନ୍ଥନ ପେପର ର ରିପୋଟର ତାଙ୍କୁ ସରପଞ୍ଚ ସ୍ୱାମୀ ଓ ଶଳା କିଛି ଲୋକ ଙ୍କୁ ଲଗାଇ ଆକ୍ରମଣ କରିଛନ୍ତି, ଆଜି ପ୍ରସନ୍ନ ଏହି ବିଷୟରେ ବାଲିକୁଦା ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି, ଖାଲି ଦେଖିବାକୁ ବାକି ରହିଲା ପ୍ରଶାସନ ଆଗକୁ କି ପଦକ୍ଷେପ ନେଉଛନ୍ତି.

related posts

Leave a Comment