Home Breaking News / ତାଜା ଖବର ତାମିଲନାଡୁ ଚାଲାଣ ବେଳେ 18 ଦାଦନ ଶ୍ରମିକ ଅଟକ

ତାମିଲନାଡୁ ଚାଲାଣ ବେଳେ 18 ଦାଦନ ଶ୍ରମିକ ଅଟକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବୋରିଗୁମ୍ମା(ବିଶ୍ୱଜୀତ ପାଣିଗ୍ରାହୀ): କରୋନା କାଳରେ କୋରାପୁଟ ଜିଲ୍ଲାରୁ ତାମିଲନାଡୁ ଅଭିମୁଖେ ଚାଲାଣ ହେଉଥିଲା ପ୍ରବାସୀ ଶ୍ରମିକ ଙ୍କ ବସ।କାଠରଗଡା ପଞ୍ଚାୟତର ନୂଆଗୁଡା ଗ୍ରାମ ନିକଟରୁ 18 ଜଣ ପ୍ରବାସୀ ଶ୍ରମିକଙ୍କୁ ଧରି ତାମିଲନାଡୁ ର ତିରୂପର ଜିଲ୍ଲାର ଲଷ୍ମୀ ଭେଙ୍କେଟେଶ୍ୱର ସୂତାମିଲ କୁ ନେଉଥିଲା ବସ ନମ୍ବର KL 40 B 3099।ଆଜି ସକାଳ 8.30 ମିନିଟ ସମୟରେ ରେ ବିସିଂହପୁର ଥାନା ଅଧିକାରୀ ଦାମୋଦର ବିହାରୀ ବସକୁ ଅଟକାଇ ଥାନାରେ ଅଟକ ରଖୀଛନ୍ତି।ଘଟଣାସ୍ଥଳରେ ଜିଲ୍ଲା ଶ୍ରମିକ ଅଧିକାରୀ ପ୍ରସନ୍ନ ପାଣିଗ୍ରାହୀ ଏବଂ SDPO ହରେକୃଷ୍ଣ ମାଝୀ ପହଞ୍ଚି ଶ୍ରମିକ ମାନଙ୍କ ପଚରା ଉଚରା କରିଛନ୍ତି।ଅଟକ 18 ଜଣ ଶ୍ରମିକ ଙ୍କ ମଧ୍ୟରେ ବୋରିଗୁମ୍ମା ବ୍ଲକ ରୁ ୧୫,ନବରଙ୍ଗ ପୁର ଜିଲ୍ଲାରୁ ୨ଜଣ ଏବଂ କଳାହାଣ୍ଡି ରୁ ଜଣେ ଶ୍ରମିକ ରହିଥିବା ବେଳେ ଦୁଇ ଜଣ ଶ୍ରମିକ ୧୮ ବର୍ଷ ରୁ କମ ବୟସ ର ରହିଛନ୍ତି।ସମସ୍ତ ଶ୍ରମିକ ଙ୍କୁ ବିନା ଲାଇସେନ୍ସ ରେ ଏବଂ ବିନା କୋଭିଡ ପରିକ୍ଷ୍ୟା ରେ ଚାଲାଣ ହେଉଥିବା ବେଳେ ସେମାନଙ୍କର ଟେଷ୍ଟ ପରେ ଛଡ଼ାଯିବ ବୋଲି କହିଛନ୍ତି ଜିଲ୍ଲାଶ୍ରମ ଅଧିକାରୀ।ସେପଟେ ସମସ୍ତ କାଗଜପତ୍ର ପ୍ରସ୍ତୁତି ସରିବା ପରେ ବସ ଟିକୁ ଥାନା ରୁ ଛଡ଼ାଯିବ ବୋଲି ସୂଚନା ଦେଇଛନ୍ତି SDPO ହରେକୃଷ୍ଣ ମାଝୀ।
ଅନ୍ୟପଟେ କରନା ସମୟ ରେ କାମ ଧନ୍ଦା ମିଳୁନି ଏଣୁ ଆମେ ଅଧିକ ଟଙ୍କା ମିଳୁଥିବାରୁ ତାମିଲ ନାଡୁ ଯାଉଛୁ ବୋଲି କହିଛନ୍ତି ପ୍ରବାସୀ ଶ୍ରମିକ।

related posts

Leave a Comment