Home Breaking News / ତାଜା ଖବର ଗାଁ ଗାଁରେ ଗୀତ ଗାଇ ସଚେତନତା କଲେ ପାଟଣାଗଡ଼ ବିଡ଼ିଓ

ଗାଁ ଗାଁରେ ଗୀତ ଗାଇ ସଚେତନତା କଲେ ପାଟଣାଗଡ଼ ବିଡ଼ିଓ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପାଟଣାଗଡ଼(ପ୍ରିୟବ୍ରତ ସରାଫ): ସମଗ୍ର ଦେଶରେ କରୋନା ମହାମାରୀ ଭୟାବହ ଦେଖିବାକୁ ମିଳିଛି ସହରରୁ ବର୍ତ୍ତମାନ ଗାଁ ଗାଁ ରେ କରୋନା ଦେଖାଦେଇଥିବାରୁ ଜନସାଧାରଣଙ୍କ ମନରେ ଭୟାବହ ସୃଷ୍ଟି କରିଛି ତାକୁ ଦୂର କରିବା ପାଇଁ ପାଟଣାଗଡ଼ ବିଡ଼ିଓ ଗୀତ ମାଧ୍ୟମରେ ଗାଈ ଲୋକଙ୍କୁ ହାତ ଯୋଡି ସଚେତନ କରୁଥିବା ଦେଖିବାକୁ ମିଳିଛି। ସଚେତନତା ଅଭାବରୁ ଟୀକା ନେବାକୁ ଲୋକେ ଡରୁଥିବା ବେଳେ ଏହି ସମୟରେ ବିଡ଼ିଓ ନୀଳମାଧଵ ସୁନା ଗାଁ ଗାଁ ଯାଇ ସରକାରଙ୍କ ନିୟମ ମାନି ଚାଲିବାକୁ କହିଛନ୍ତି। ” ଆସ ସଭେ ନେବା ଟୀକା କରୋନା ପଡିବ ଫିକା ” ଗୀତ ଗାଇ ଲୋକଙ୍କୁ ଆଜି ପାଟଣାଗଡ଼ ବ୍ଲକର ଉଳବା ଓ କଉଡ଼ିଆ ଗାଁରେ ସଚେତନତା କରିଥିଲେ। ଆଜି ପ୍ରଥମେ ପାଟଣାଗଡ଼ ବ୍ଲକର ଉଳବା କଉଡ଼ିଆ ଗ୍ରାମରେ ଆରମ୍ଭ କରାଯାଇ ଥିଲା ଏହି କାର୍ଯ୍ୟକ୍ରମ ରେ ପାଟଣାଗଡ଼ ବ୍ଲକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାୟକ , ସ୍ଥାନୀୟ ଡାକ୍ତରଖାନାର କୋବିଡ଼ ଦାଇତ୍ଵ ରେ ଥିବା ମନୋଜ ଆଚାର୍ଯ୍ୟ ବିପିଓ ଘନଶ୍ୟାମ ତ୍ରିପାଠୀ ଭଇଷା ଡାକ୍ତର ଖାନାର ଫାର୍ମାସିଷ୍ଟ ମାନସ ମେହେର, ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀ , ଗ୍ରାମର ଜନସାଧାରଣ ଉପସ୍ଥିତ ଥିଲେ।

related posts

Leave a Comment