Home Breaking News / ତାଜା ଖବର କରୋନା ଉଜାଡି ଦେଲା ଶିଳ୍ପୀ ରଘୁନାଥଙ୍କ ପରିବାର

କରୋନା ଉଜାଡି ଦେଲା ଶିଳ୍ପୀ ରଘୁନାଥଙ୍କ ପରିବାର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କରୋନାରେ ପୁରା ଉଜୁଡି ଗଲା ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ପରିବାର । ମାତ୍ର ୧୨ ଦିନରେ ପରିବାରର ୩ ଜଣଙ୍କୁ ନେଇଗଲା କରୋନା ।
ମେ’ ୯ ତାରିଖରେ କରୋନାରେ ଆଖି ବୁଜିଥିଲେ ରାଜ୍ୟସଭା ସାଂସଦ ତଥା ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ର। ମେ’ ୧୯ ତାରିଖରେ ଅର୍ଥାତ୍ ଗତକାଲି ପ୍ରାଣ ହରାଇଥିଲେ ତାଙ୍କ ସାନ ପୁଅ ତଥା ପୂର୍ବତନ ରଣଜୀ କ୍ରିକେଟର ପ୍ରଶାନ୍ତ ମହାପାତ୍ର। ଆଉ ଆଜି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ତାଙ୍କ ବଡ଼ ପୁଅ ଯଶୋବନ୍ତ ମହାପାତ୍ର। ସେ ବି କରୋନାରେ ଆକ୍ରାନ୍ତ ହୋଇଥିଲେ। ମୃତ୍ୟୁ ବେଳକୁ ତାଙ୍କ ୫୨ ବର୍ଷ ହୋଇଥିଲା। ସେ ଭୁବନେଶ୍ବର ସମ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କ ନିଧନ ଘଟିଛି।

related posts

Leave a Comment