Home Breaking News / ତାଜା ଖବର ଓଡିଶାର ପ୍ରଥମ ପ୍ରେକ୍ଷାଳୟ ଓ ଭାରତ ର ହାତଗଣତି କିଛି ପ୍ରେକ୍ଷାଳୟ ମଧ୍ୟରେ ଅନ୍ୟତମ

ଓଡିଶାର ପ୍ରଥମ ପ୍ରେକ୍ଷାଳୟ ଓ ଭାରତ ର ହାତଗଣତି କିଛି ପ୍ରେକ୍ଷାଳୟ ମଧ୍ୟରେ ଅନ୍ୟତମ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ୱର(ଶ୍ରୀନିବାସ ପଟ୍ଟନାୟକ): ଓଡିଶାର ପ୍ରଥମ ପ୍ରେକ୍ଷାଳୟ ଓ ଭାରତ ର ହାତଗଣତି କିଛି ପ୍ରେକ୍ଷାଳୟ ମଧ୍ୟରେ ଅନ୍ୟତମ #SSVTବ୍ରହ୍ମପୁର ର ଦୁର୍ଲଭ ଭିଡିଓ ଦେଖନ୍ତୁ।
ପ୍ରାୟ ୩୦ ବର୍ଷ ତଳେ ବ୍ରହ୍ମପୁର ସହର କିପରି ଦିଶୁଥିଲା ତାହା ବି ଦେଖନ୍ତୁ।

SSVT ପ୍ରେକ୍ଷାଳୟ ବ୍ରହ୍ମପୁର ସହର ରେ ୧୯୨୭ ରେ ଆରମ୍ଭ ହୋଇଥିଲା ଓ ଭାରତ ର ପ୍ରଥମ ଚଳଚ୍ଚିତ୍ର ‘ରାଜା ହରିଶ୍ଚନ୍ଦ୍ର’ ଏଠାରେ ପ୍ରଦର୍ଶିତ ହୋଇଥିଲା।

ଏହି ପ୍ରେକ୍ଷାଳୟ ଖୋଲିବାର ୭ ବର୍ଷ ପରେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ସୀତା ବିବାହ’ ନିର୍ମାଣ ହୋଇ ଏହିଠାରେ ପ୍ରଦର୍ଶିତ ହୋଇଥିଲା।
ଭାରତର ପୁର୍ବ ରାଷ୍ଟ୍ରପତି VV Giri ଓ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଏହିଠାରେ ଅନେକ ଚଳଚ୍ଚିତ୍ର ଦେଖିଥିଲେ।

କୋଲକାତା ଠାରୁ ହାଇଦ୍ରାବାଦ ମଧ୍ୟରେ ରହୁଥିବା ରାଜା-ମହାରାଜା, ବିଦେଶୀ ଅଧିକାରୀ ଓ ସମ୍ଭ୍ରାନ୍ତ ଶ୍ରେଣୀର ଲୋକ ଏହି ଥିୟେଟର ରେ ଚଳଚ୍ଚିତ୍ର ଦେଖୁଥିଲେ। ବିଦେଶୀ ଅଧିକାରୀଙ୍କ ଏହା ପସନ୍ଦ ର ସ୍ଥାନ ଥିଲା।
୧୦୦୦ ଟି ସିଟ୍ ଥିବା ଏହି ପ୍ରେକ୍ଷାଳୟ ରେ ସାଧାରଣ ଜନତା ମଧ୍ୟ ଚଳଚିତ୍ର ଦେଖୁଥିଲେ। ଦୂରଦୂରାନ୍ତ ରୁ ଜନସାଧାରଣ ରେଳ ମାଧ୍ୟମ ରେ ବ୍ରହ୍ମପୁର ଆସି ଗୋଟେ ଚଳଚିତ୍ର କୁ ଅନେକ ଥର ଦେଖିବାର ଉଦାହରଣ ବି ରହିଛି।
୧୯୯୯ ମହାବାତ୍ୟା ରେ ଏହି ଐତିହାସିକ ପ୍ରେକ୍ଷାଳୟ ନଷ୍ଟ ହୋଇ ଯାଇଥିଲା ଓ ଏହାକୁ ଉଦ୍ଧାର କରିବା ପାଇଁ କୌଣସି ପ୍ରୟାସ କରାଯାଇ ନଥିଲା।
ଏହିଭଳି ଐତିହାସିକ ପ୍ରେକ୍ଷାଲୟ କୁ ଜୀବନ୍ତ ରଖିବା ଉଚିତ୍ ନୁହଁ କି?

related posts

Leave a Comment