Home Breaking News / ତାଜା ଖବର ପାକ୍ ସଂସଦରେ ସାଂସଦଙ୍କ ବିସ୍ଫୋରକ ବୟାନ, କଣ ଆଟମ୍ ବମ୍ ମ୍ୟୁଜିୟମରେ ରଖିବାକୁ ତିଆରି ହୋଇଛି?

ପାକ୍ ସଂସଦରେ ସାଂସଦଙ୍କ ବିସ୍ଫୋରକ ବୟାନ, କଣ ଆଟମ୍ ବମ୍ ମ୍ୟୁଜିୟମରେ ରଖିବାକୁ ତିଆରି ହୋଇଛି?

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବର୍ତମାନ ଇସ୍ରାଏଲ-ପାଲେଷ୍ଟାଇନ ସଂଘର୍ଷକୁ ଦେଖି ସାରା ବିଶ୍ୱ ଚିନ୍ତା ପ୍ରକଟ କଲାଣି । ପ୍ରାୟ ୧୦ ଦିନରୁ ଅଧିକ ସମୟ ଧରି ଯୁଦ୍ଧ ଲାଗି ରହିଛି । ଇସ୍ରାଏଲ ସେନା ଓ ପାଲେଷ୍ଟାଇନ୍ ଆତଙ୍କୀ ସଂଗଠନ ମଧ୍ୟରେ ରକେଟ୍ ବର୍ଷା କରିବାରେ ଲାଗିଛନ୍ତି । ଏସବୁ ମଧ୍ୟରେ ପାକିସ୍ତାନର ଜଣେ ସାଂସଦ ସଂସଦରେ ଇସ୍ରାଏଲ ବିପକ୍ଷରେ ଧର୍ମଯୁଦ୍ଧ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଏଥିସହିତ ପରମାଣୁ ଆକ୍ରମଣ କଥା ଉଠାଇଛନ୍ତି। ପାକ୍ ସାଂସଦଙ୍କର ଏଭଳି ବିବାଦୀୟ ଭାଷଣର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।
ସାମ୍ବାଦିକା ନାଇଲା ଇନାୟତ ନିଜ ଟ୍ବିଟର ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଛନ୍ତି। ସେୟାର ହୋଇଥିବା ଭିଡିଓରେ ପାକ୍ ସାଂସଦ ମୌଲାନା ଚିତରାଲୀ ଭାଷଣ ଦେଉଥିବାର ଦେଖିବାକୁ ମିଳିଛି। ଇସ୍ରାଏଲ ବିପକ୍ଷରେ ଧର୍ମଯୁଦ୍ଧ କରିବା ପାକିସ୍ତାନ ବିପକ୍ଷରେ ଏକାମାତ୍ର ବିକଳ୍ପ ରହିଛି ବୋଲି ମୌଲାନା ସଂସଦରେ କହିଛନ୍ତି। ଏଥିସହିତ ଭାଷଣରେ କାଶ୍ମୀର ନା ନେଇଥିବାର ମଧ୍ୟ ଦେଖିବାକୁ ମିଳିଛି। ସେ କହିଛନ୍ତି ଯେ, ଯଦି ଆମେ ପାଲେଷ୍ଟାଇନ୍ ଓ କଶ୍ମୀରକୁ ସ୍ବାଧୀନତା ଦେଇ ପାରିବା ନାହିଁ ତେବେ ଆମକୁ ମିଶାଇଲ, ପରମାଣୁ ବୋମା ବା ବଡ଼ ସେନାର ଆବଶ୍ୟକତା ନାହିଁ। କେବଳ ସଂଗ୍ରହାଳୟରେ ରଖିବା ପାଇଁ ପରମାଣୁ ବୋମା ରଖାଯାଇଛି କି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ପାକ୍ ସାଂସଦ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

related posts

Leave a Comment