Home Breaking News / ତାଜା ଖବର ୱେବ ମିଡ଼ିଆ ସାମ୍ବାଦିକଙ୍କ ଉପରେ ଆକ୍ରମଣ: ଅଭିଯୁକ୍ତଙ୍କ ଗିରଫ ଦାବୀ

ୱେବ ମିଡ଼ିଆ ସାମ୍ବାଦିକଙ୍କ ଉପରେ ଆକ୍ରମଣ: ଅଭିଯୁକ୍ତଙ୍କ ଗିରଫ ଦାବୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ପୁରୀ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣ ଘଟଣାର ଚବିଶ ଘଣ୍ଟା ନ ପୁରୁଣୁ ଫୁଲ ବାଣୀ ର ଜଣେ ୱେବ ମିଡିଆ ସାମ୍ବାଦିକ ଅଶୋକ ମିଶ୍ରଫିସରି ଅଫିସ ନିକଟରେ ନିଉଜ କରୁଥିବାବେଳେ କିଛି ଅସାମାଜିକ ଯୁବକ ତାଙ୍କୁ ମାଡମାରିବା ଫଳରେ ସେ ଆହତ ହୋଇଛନ୍ତି । ଏନେଇ ଟାଉନଥାନାରେ ସାମ୍ବାଦିକ ମିଶ୍ରଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଦୁର୍ବୁତ୍ତ ମାନଙ୍କୁ ଗିରଫ କରିନଥବା ଜଣା ପଡିଛି । ସେହିପରି ରାତିରେ ଲକ ଡ଼ାଉନର ସ୍ଥିତି ସଂପର୍କରେ ନିଉଜ କରିବାକୁ ଯାଇଥିବାବେଳେ ଡ୍ୟୁଟିରେ ଥିବା ଟାଉନଥାନା ଏସ ଆଇ ମଧ୍ୟ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ମିଶ୍ର ଅଭିଯୋଗ କରିଥିଲେ ।
ବାରମ୍ଵାର ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଉପରେ ଆକ୍ରମଣ ହେଉଥିଲେ ମଧ୍ୟ ରାଜ୍ୟ ସରକାର ସୁରକ୍ଷା ଦେବା ପରିବର୍ତ୍ତେ ଚୁପ ବସିଥିବା ସମସ୍ତ ଙ୍କୁ ଆଶୂର୍ଯ୍ୟ କରିଛି । ଗଣମାଧ୍ୟମ ପ୍ରତିନିଧି ଅଶୋକ ର୍ମିଶ୍ରଙ୍କ ଉପରେ ଦୁର୍ବର୍ତ୍ତଙ୍କ ଆକ୍ରମଣ ଘଟଣା ଓ କର୍ତ୍ତବ୍ୟରତ ସାମ୍ବାଦିକ ଅଶୋକ ମିଶ୍ରଙ୍କୁ ପୋଲିସ ଏସଆଇ ବାବୁଙ୍କ ଦୁର୍ବ୍ୟବହାର ଘଟଣାକୁ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଡ .ଅରୁପ ଜେନା ଓ ବରୀଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ ତିବ୍ର ନିନ୍ଦା କରିବା ସହ ଅଭିଯୁକ୍ତ ଙ୍କ ବିରୁଦ୍ଧରେ ତୁରନ୍ତକାର୍ଯ୍ୟା ନୁଷ୍ଠାନ ଦାବୀ କରିଛନ୍ତି। ନଚେତ ଏହା ବିରୁଦ୍ଧରେ ସଂଘ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ପୋଲିସ ଓ ଜିଲ୍ଲା ପ୍ରଶାସନକୁ ସେମାନେ ଚେତାଇ ଦେଇଛନ୍ତି ।

related posts

Leave a Comment