Home Breaking News / ତାଜା ଖବର ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ନେଇ ହଟାଗୋଳ

ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ନେଇ ହଟାଗୋଳ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବୋରିଗୁମ୍ମା(ବିଶ୍ୱଜିତ ପାଣିଗ୍ରାହୀ): ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ବୋଡିଗାଁ ପଂଚାୟତ ରେ ଚାଉଳ ଯୋଗାଣ କୁ ନେଇ ହିତାଧିକାରୀ ଓ ପ୍ରଶାସନ ମଧ୍ୟ ରେ ବାକ ଯୁଦ୍ଧ ହେଇଥିବା ଦେଖିବାକୁ ମିଳିଛି। ହିତାଧିକାରୀ ଙ୍କ କହିବା ଅନୁଯାୟୀ, ଗତ 3ଦିନ ହେବ ଚାଉଳ ବଣ୍ଟା ଯାଉଥିଲା, ଓ ତା ସହିତ ବାର୍ଦ୍ଧକ୍ୟ ଭତା ମଧ୍ୟ ଦିଆଯାଉଥିଲା। କିନ୍ତୁ ବୋଡିଗାଁ ରେ ଗତକାଲି ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ,ଆଜି ସକାଳୁ ସମଗ୍ର ବୋଡିଗାଁ କୁ ଶଟ୍ ଡାଉନ ଘୋଷଣା କରିଛନ୍ତି।ଏଥିରୁ ଚାଉଳ ଯୋଗାଣ ମଧ୍ୟ ବାଦ ପଡ଼ିନାହିଁ। ଚାଉଳ ବଣ୍ଟନ ବନ୍ଦ କରାଯାଇଥିଲା। ଅନ୍ୟପଟେ ପ୍ରାୟ 15ଦିନ ପୂର୍ଵ ରୁ ଯୋଗାଣ ସହାୟକ ଙ୍କ ପରିବାର ରେ ଜଣେ ସଂକ୍ରମିତ ଚିହ୍ନଟ ହେଇଥିଲେ। ପାରେ ଯୋଗାଣ ସହାୟକ ମଧ୍ୟ ନିଜର କରୋନା ପରିକ୍ଷ୍ୟା କରାଇଥିଲେ, ତାହା ନେଗେଟିଭ ବାହାରିଥିଲା। କିନ୍ତୁ ବର୍ତ୍ତମାନ ସରପଞ୍ଚ ହଟାତ ଏଭଳି ନିଷ୍ପତି କୁ ଗ୍ରହଣ କରିପାରୁନାହାନ୍ତି ଲୋକେ।

ଏ ନେଇ ବୋରିଗୁମ୍ମା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ, ଯଦି ଯୋଗାଣ ସହାୟକ ଙ୍କ ଦ୍ଵାରା ସଂକ୍ରମିତ ହେବାର ଆଶଙ୍କା ଅଛି ତେବେ ଆସନ୍ତା କାଲି ଅନ୍ୟ ଜଣେ ଯୋଗାଣ ସହାୟକ ଙ୍କୁ , ଏହି ଦାୟିତ୍ବ ରେ ନିଯୁକ୍ତ କରାଯିବ। କରୋନା ପରିସ୍ଥିତି କୁ ଦୃଷ୍ଟି ରେ ରଖି ରାଜ୍ୟସରକାର ଭତ୍ତା ଓ ଚାଉଳ ଯୋଗାଣ ପାଇଁ ଆଗୁଆ ପଦକ୍ଷେପ ନେଇ ସମୟ ପୂର୍ଵ ରୁ ବାଣ୍ଟିବାକୁ ନିଷ୍ପତି ନେଇଥିଲେ।
ଘଟଣା ଏତେ ତୀବ୍ର ରୂପ ରେ ଅଣାୟତ ହେଲା ଯେ ଲୋକେ ସମସ୍ତ କରୋନା କଟକଣା କୁ ଭୁଲିଯାଇଥିଲେ , ସଂଗେ ସଂଗେ ବି. ସିଂପୁର ପୋଲିସ ଘଟଣା ସ୍ଥଳ ରେ ପହଂଚି ଲୋକ ଙ୍କୁ ବୁଝାସୁଝା କରିବା ସହିତ ପରିସ୍ଥିତି କୁ ଆୟତ୍ତ କୁ ଆଣିଥିଲେ।

related posts

Leave a Comment