Home Breaking News / ତାଜା ଖବର ଗ୍ରାମୀଣ କୃଷକ ସଂଗଠିତ ନ ହେଲେ ଅମଲା ଓ ଦଲାଲଙ୍କ କବଳିତ ହେବେ

ଗ୍ରାମୀଣ କୃଷକ ସଂଗଠିତ ନ ହେଲେ ଅମଲା ଓ ଦଲାଲଙ୍କ କବଳିତ ହେବେ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ରାୟଗଡ ଏକ କୃଷି ପ୍ରଧାନ ଜିଲା ଅଟେ। ଏଠାର ଅଧିବାସୀ ପ୍ରାୟ ଅସି ପ୍ରତିଶତ କୃଷି ଉପରେ ଆଧାରିତ ହୋଇ ଜୀବିକା ନିର୍ବାହକରନ୍ତି। କୃଷିହିଁ ଜୀବନ ଆଧାର ମଣିଥିବା ଚାଷୀ ଅମଲା ଓ ଅସାଧୁ ବ୍ୟବସାୟି ଓ ଦଲାଲଙ୍କ କବଳିତ ହୋଇ ଶାଗ ମାଛ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଏପରିକି ସରକାର ନିର୍ଧାରିତ ଦରଠାରୁ ବହୁତ କମ ଦମରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ବୋଲି ଚାଷୀ କହିଛନ୍ତି। ତେଣୁ ଯେତେବେଳ ପର୍ଯ୍ୟନ୍ତ ଗ୍ରାମୀଣ ସ୍ତରର ଚାଷୀ ଭାଇ ସଂଘଠିତ ନ ହେବେ ସେତେବେଳ ଯାଇ ଏଗ୍ରାମୀଣହିପରି ଭୟଙ୍କର ପରିସ୍ଥିତିର ସମ୍ମୁଖୀନ ହେଉଥିବେ।ଏପରିକି ଚାଷୀ ପଞ୍ଜିକରଣ ସମୟରେ ଅନେକ ପ୍ରକୃତ ଚାଷୀ ତାଲିଖରୁ ବାଦ ପଡିଥିବା ବେଳେ ବହୁ ଦଲାଲ ଓ ମିଲର ମିଶି ବାଟ ବଣା କରୁଥିବା ନଜୀରକୁ ଆସିଛି । ଗତ ବର୍ଷ ଭୁଲକୁ ପୁନରାବୃତ୍ତି ନ କରିବା ପାଇଁ ଆଗରୁ ଚାଷୀ ଚିହ୍ନଟ ପ୍ରକ୍ରିୟା ଗ୍ରାମୀଣ ସ୍ତରରେ ସଂଗଠିତ ଚାଷୀଙ୍କ ମାଧ୍ୟମରେ ହେଲେ ସ୍ଵଛତା ରହିବ ବୋଲି ଅଖିଳ ଭାରତୀୟ କିଷାନ ସଂଘ ଓଡିଶା ସଭାପତି ରାଧାକୃଷ୍ଣ ମେହେର କହିଛନ୍ତି। ତେଣୁ ଏହି ଖବର ପ୍ରକାଶ କରାଇବାରେ ପ୍ରେରଣା ଦେଇଥିବା ମହାନ ଚାଷୀ ସ୍ବର୍ଗତ ମନୋହର ମାର୍ଥl ଙ୍କ ସୁପୁତ୍ର ବାସୁଦେବ ମାର୍ଥ! ଙ୍କ ଚାଷୀଙ୍କ ପାଇଁ ଆବେଗତାକୁ ଧ୍ୟାନରେ ରଖି ଏହି ଗ୍ରାମୀଣ ଚାଷୀ ସଂଗଠନ କରିବାକୁ ସମସ୍ତେ ଆଗେଇ ଆସିବା କଥା ନେଚେତ ସେହି ପୁରୁଣା ଅବସ୍ଥା ଓ ଶୋଷଣର ଶିକାର ହେବାକୁ ପଡିବ ବୋଲି ଶ୍ରୀ ମାର୍ଥ! କହିଛନ୍ତି। କଥାରେ ଅଛି ଚାଷକାମ ଯାହାର କେଡେ ଆନନ୍ଦ ତାହାର ତାର ସମ୍ପୂର୍ଣ ଆନନ୍ଦ ଅନୁଭବ କରିବାକୁ ହେଲେ ଏହି ପ୍ରୟାସ ଆରମ୍ଭକରି ଚାଷୀ କୂଳକୁ ଏକ ସର୍ବ ମିଳିତ ହରି ଲୁଟରୁ ବଞ୍ଚାଇହେବ ବୋଲି ଶ୍ରୀ ମେହେର କହିଛନ୍ତି। ଚଳିତ ବର୍ଷ ଖରିଫ ଧାନ ସଂଗ୍ରହ ବେଳେ ଜଣେ ଚାଷୀ ଙ୍କ ପରିବାରର ଭାଇ କର୍କଟ ରୋଗର ପୀଡିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଟଙ୍କା ଆବଶ୍ୟକ ପଡିଥିଲା ।ସେ ଧାନ ଧରି ମଣ୍ଡି ଚାରିପଟେ ବୁଲି ବୁଲି ଟଙ୍କା ନ ପାଇ ବହୁତ କକୁତି ମିନତୀ ହୋଇ କହିଥିଲା ମୋର ଟଙ୍କା ନିହାତି ଆବଶ୍ୟକ ଅଛି କମ ଦାମରେ ଦଲାଲକୁ ବିକ୍ରିକରି ରୋଗୀ ପାଖକୁ ଗଲାବେଳକୁ ରୋଗୀର ମୃତ୍ୟୁ ବରଣ ହୋଇ ଯାଇଥିଲା। ଏଭଳି ପରିସ୍ଥିତି କେବେ ଆଉ କାହା ଉପରେ ନହେଉ ବୋଲି ଯଦି ଭାବୁ ଥାଓ ତାହେଲେ ଅତି ଶୀଘ୍ର ପ୍ରତ୍ୟେକ ଗ୍ରାମର ଚାଷୀ ବାହାରି ଏକ ୭ ଜଣିଆ ଚାଷୀ ଚୟନ କରି ଚାଷୀ ଚିହ୍ନଟ ପ୍ରକ୍ରିୟାରେ ସହାୟକ ହେଲେ ଚାଷୀଙ୍କ ଶୋଷଣ କୁ ରୋକି ହେବ ବୋଲି ବରିଷ୍ଠ ଚାଷୀ ରଘୁନାଥ ନିସିକା, ବିନାୟକ କୁଲେସିକା ମହେଶ୍ୱର ବଛା, ଚିନାମୀ ନାଇଡୁ ପ୍ରମୁଖ କହିଛନ୍ତି।

related posts

Leave a Comment