Home Breaking News / ତାଜା ଖବର ଆପଣ ଘରେ ବସି କରିପାରିବେ କରୋନା ଟେଷ୍ଟ, ଆସିଗଲା ହୋମ୍ ଟେଷ୍ଟିଂ କିଟ୍

ଆପଣ ଘରେ ବସି କରିପାରିବେ କରୋନା ଟେଷ୍ଟ, ଆସିଗଲା ହୋମ୍ ଟେଷ୍ଟିଂ କିଟ୍

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କରୋନା କାଳରେ ଖୁସି ଖବର । କୋଭିଡ ୧୯ ଭୂତାଣୁରେ ଆକ୍ରାନ୍ତ ହେଲେ ଆପଣ ଏବେ ଘରେ ରହି ଟେଷ୍ଟ କରିପାରିବେ । ଏହି ହୋମ୍ ଟେଷ୍ଟିଂ କିଟ୍ କୁ ଭାରତ ସରକାର ଅନୁମୋଦନ ଦେଇଛନ୍ତି । ଏହି ଟେଷ୍ଟିଂ କିଟ୍ ଜରିଆରେ ମାତ୍ର ୧୫ ମିନିଟ୍ ଭିତରେ ଆପଣ ଘରେ ଥାଇ ମଧ୍ୟ ଜାଣିପାରିବେ ଆପଣ କୋଭିଡ୍ ପଜିଟିଭ୍ କି ନୁହଁନ୍ତି । ରାପିଡ୍ ଆଂଟିଜେନ୍ ଟେଷ୍ଟିଂ କିଟ୍ କେବଳ ସେହିମାନେ ବ୍ୟବହାର କରିପାରିବେ, ଯେଉଁମାନଙ୍କ ଠାରେ କରୋନାର କୌଣସି ଲକ୍ଷଣ ଦେଖା ଦେଉଛି , ଏନେଇ ପରାମର୍ଶ ଦେଇଛି ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ । ମାଇଁ ଲାବ୍ ଡିସକଭରୀ ସଲ୍ୟୁସନସ ଲିମିଟେଡ୍ ଏହି କରୋନା ପରୀକ୍ଷା କିଟ୍‌ର ନିର୍ମାଣ କରିଛି ।
କିଟ୍ ସହିତ ୟୁଜର୍ସ ମାନୁଆଲ୍ ରହିଛି । ଏହାକୁ ଅନୁକରଣ କରି ଜଣେ ଘରେ ନମୂନା ପରୀକ୍ଷା କରିପାରିବେ । ନମୂନା ପଜିଟିଭ ଥିଲେ ମାତ୍ର ୫ରୁ ୭ ମିନିଟ୍ ଭିତରେ ଆପଣ ପଜିଟିଭ୍ ନେଇ ଏହି କିଟ୍ ଆପଣଙ୍କୁ ଜଣାଇଦେବ । ଆପଣ ନେଗେଟିଭ୍ ଥିଲେ ଅତି ବେଶୀରେ ୧୫ ମିନିଟ୍ ଭିତରେ ଏହା ଜଣାଇଦେବ । ଯଦି କୌଣସି ଫଳାଫଳ ବାହାରିବାକୁ ୨୦ ମିନିଟରୁ ଅଧିକ ସମୟ ଲାଗିଥାଏ, ତେବେ ଏହାକୁ ଇନଭାଲିଡ୍ ବୋଲି ଧରିନେବାକୁ ହେବ ।

ସପ୍ତାହକ ମଧ୍ୟରେ ଏହି କରୋନା ଟେଷ୍ଟିଂ କିଟ୍ ବଜାରରେ ମିଳିବ । ଏହାର ଦାମ୍ ପ୍ରାୟ ୨୫୦ ଟଙ୍କା ରହିବ ବୋଲି ସୂଚନା ମିଳିଛି ।

related posts

Leave a Comment