Home Breaking News / ତାଜା ଖବର ଫୁଲବାଣୀରୁ ୧୪ ଓ ଜିଲ୍ଲାରୁ ୧୦୧ ନୂତନ କରୋନା ପଜିଟିଭ ଚିହ୍ନଟ

ଫୁଲବାଣୀରୁ ୧୪ ଓ ଜିଲ୍ଲାରୁ ୧୦୧ ନୂତନ କରୋନା ପଜିଟିଭ ଚିହ୍ନଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ( ସୁନୀଲ ପଟନାୟକ) କନ୍ଧମାଳ ଜିଲ୍ଲାରେ ଆଜି ୧୦୧ଜଣ କରୋ ନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ଫୁଲବାଣୀ ସହରରୁ ଆଜି ୧୪ଜଣ କୋରନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଫୁଲବାଣୀ ବ୍ଲକ ରୁ ୩ଜଣ ଚିହ୍ନଟ ହୋଇଛନ୍ତି । ଆଜି ଫୁଲ ବାଣୀ ସହରର ମୁଖି ସାହିରୁ ୩,ସେରି କଲଚର ଅଫିସର ୩. କେନ୍ଦୁପଦରରୁ ୨ ,ଜଣ.ଲେଖଁ। ଏ ଚିହ୍ନଟ ହୋଇ ଥିବା ବେଳେ ଅମଲାପଡ଼ା, ମାଷ୍ଟ୍ରପଡ଼ା, ଗୋପାଳ ସାହି, ମେନରୋଡ, ଇରି ଗେସନ କୋଲନୀ, ଓ ଶିଳ୍ପାଞ୍ଚଳ ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ସେହିପରି ଗୁରୁବାର ଜିଲ୍ଲାର ତୁମୁଡିବନ୍ଧ ବ୍ଳକର ୧୧ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ବାଲିଗୁଡ଼ା ସହରରୁ ୧୦ଜଣ ଚିହ୍ନଟ ହୋଇଥିବାବେଳେ ବ୍ଳକରୁ ୪ ଜଣ, ,ଦ।ରିଙ୍ଗବାଡି ୭.ଜଉଦୟଗିରି ୪., ଚକାପାଦ ୭,ଖଜୁରୀପଡ଼ା ୮,କୋଟଗଡ଼ ୯.
ଫିରିଙ୍ଗିଆ ୫,ଟିକାବାଲି ୪, ରାଇକିଆ ୭,କନୂଆଗାଁରୁ ୩ ଜଣ .
ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି କନ୍ଧମାଳର ଦୁଇ ଜଣବାହାରେ ପଜିଟିଭ ଚିହ୍ନଟ ହୋଇଥିବାବେଳେ କଳାହାଣ୍ଡି ଅଞ୍ଚଳର ୩ଜଣ କରୋନାପଜିଟିଭ ଚିହ୍ନଟ ହୋଇଛନ୍ତି
ଆଜିର ୧୦୧ଜଣଙ୍କୁ ମିଶାଇ ଜିଲ୍ଲାରେ ଏ ଯାଏଁ ମୋଟ ୮ ୫୬ଜଣ ପଜିଟିଭ ରୋଗୀ ଚିକିତ୍ସିତ 6 ହେଉଛନ୍ତି । ସେହିପରି ବର୍ତ୍ତମାନ ସୁଧା ଜିଲ୍ଲାରେ ୮୦୯୨କରୋନାସଂକ୍ରମିତ ଚିହ୍ନଟ ହୋଇ ଥିବା ବେଳେ ମୋ ଟ ୭୧୯୮ଜଣ ସୁସ୍ଥ ହୋଇସାରିଛନ୍ତି । ମୃତ୍ୟୁ ସଂଖ୍ୟା ବୃଦ୍ଧିପାଇ ୩୮ରେ ପହଞ୍ଚିଛି । ।
ଜିଲ୍ଲାପ୍ରଶାସନ ପକ୍ଷରୁ କରେ ନା ସଂକ୍ରମିତ ଙ୍କ ସଂଖ୍ୟା ଯେପରି ନିୟନ୍ତ୍ରଣରେ ରହିବ ସେଥିପ୍ରତି ସତର୍କ ନଜର ରଖାଯାଉଥିବା କଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଭାକର ମହାରଣା କହିଛନ୍ତି। ପ୍ରଶାସନ ଓ ପୋଲି ସର ଉଦ୍ୟମ ସାଙ୍ଗଙ୍କୁ ଜନସାଧାରଣଙ୍କ ସଚେତନତା ଯୋଗୁଁ ଜିଲ୍ଲାରେ କରେ। ନା ସଂକ୍ରମିତ ଙ୍କ ସଂଖ୍ୟାଧିରେ ଧିରେ ଜିଲ୍ଲାରେ କମୁଥିବା କଥା ମହାରଣା କହିଛନ୍ତି । ସେହିପରି ଘରେ ରହିବାଲାଗି ପ୍ରଶାସନ ପକ୍ଷରୁ କୁହାଯାଉଛି । ଆବଶ୍ୟକସ୍ଥଳେ ଘରୁ ପଦାକୁ ବାହାରିଲେ ସର୍ବଦା ମାସ୍କ ପିନ୍ଧିବା ସହ ସାମାଜିକ ଦୁରତା ରକ୍ଷାକରିବା ଓ ହାତକୁ ବାରମ୍ଵାର ସାନିଟାଇଜ କରିବାକୁ ପ୍ରଶାସନ ପରାମର୍ଶ ଦେଇଛି ।

related posts

Leave a Comment