Home Breaking News / ତାଜା ଖବର ଟେଭାପଡା ଓ କଡ୍ରକା ବଣ୍ଡେଲି ପରିଦର୍ଶନରେ ଉପ ଜିଲ୍ଲାପାଳ

ଟେଭାପଡା ଓ କଡ୍ରକା ବଣ୍ଡେଲି ପରିଦର୍ଶନରେ ଉପ ଜିଲ୍ଲାପାଳ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ରାୟଗଡ ଜିଲା କଲ୍ୟାଣସିଙ୍ଘପୁର ବ୍ଲକ ସୁନଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ନିୟମଗିରି ଦୁର୍ଗମ ପାହାଡ଼ ରେ ରହିଥିବା ୨ଟି ଡଙ୍ଗରିଆ ଗ୍ରାମକୁ ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଯାଇ କୋଭିଡ ପରିଚାଳନା କେନ୍ଦ୍ର ପରିଦର୍ଶନ କରି ସେହି ୨ ଗ୍ରାମର ପ୍ରଜାଙ୍କୁ ଭତା ପ୍ରଦାନ କରିଥିଲେ। ଗତ ଦିନରେ ସ୍ୱାବ ଟେଷ୍ଟ ପାଇଁ ପ୍ରଶାସନ କୁ ଅସହଯୋଗ କରିଥିବା ପ୍ରଜା ଏବେ ସହଯୋଗର ପ୍ରତିଶୃତି ଦେଇ ନମୁନା ସଂଗ୍ରହ କରିବାକୁ ସାହାଯ୍ୟ କରିଥିବା ଯୋଗୁ କିପରି ଭାବେ ସଂଗ୍ରହ କରାଯାଉଛି ତାହା ଅନୁଧ୍ୟାନ କରିଛନ୍ତି। ଏହି ଗ୍ରାମ ହେଲା ସୁନଖଣ୍ଡି ଗ୍ରାମ ପଂଚାୟତର ଟେଭାପଡା ଓ କଡ୍ରକା ବଣ୍ଡେଲି ଅଟେ। ଉଭୟ ଗ୍ରାମର ସମସ୍ତେ ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର ଲୋକମାନେ ପ୍ରାୟ55 ଘର ସଂଖ୍ୟା ଓ ପାଖା ପାଖି 300 ଜନ ସଂଖ୍ୟା ବିଶିଷ୍ଟ ଅଟେ। ଗ୍ରାମରେ କୋଭିଡ ସମ୍ୱନ୍ଧରେ ବୁଝାଇ କିପରି ସଂକ୍ରମଣ ରୁ ନିଜକୁ ରକ୍ଷା କରିବାକୁ ପଡିବ ତାହା ଅବଗତ କରାଇଥିଲେ।ସେହିଭଳି ଏହି ମହାମାରୀ ର ବିକଟାଳ ପରିସ୍ଥିତିରେ ଭତା ପାଇଁ ପଞ୍ଚାୟତ କୁ ଯାଇ ଗହଳି କରିବେ ଓ ସଂକ୍ରମଣର ଶିକାର ହେବେ ବୋଲି ସ୍ଥାନୀୟ ସରପଞ୍ଚ ଅଞ୍ଜନୀ ନିସିକା ଭତ୍ତା କୁ ସେହି ଗ୍ରାମରେ ବଣ୍ଟନ ବ୍ୟବସ୍ଥା କରିଥିଲେ। ଏହି ପରିଦର୍ଶନରେ ଉପ ଜିଲ୍ଲାପାଳ ବ୍ୟତୀତ ଅତିରିକ୍ତ ଦାୟିତ୍ୱ ତୁଲାଉଥିବା ବି ଡି ଓ କାଳୁ ଚରଣ ନାୟକ,ପି ଏ ଆଇ ଟି ଡି ଏ ,ବି ପି ଏମ, ରାଜ୍ୟ ସଭା ସାଂସଦ କଲ୍ୟାଣସିଙ୍ଘପୁର ପ୍ରତିନିଧି ଜି ଶ୍ରୀନୁ,ସି ଡି ପି ଓ ରାଞ୍ଜୁରଣୀ ମିଶ୍ର ଓ ଆଶା ଅଙ୍ଗନବାଡି ଅନ୍ୟ ଅଧିକାରୀ ସାମିଲ ହୋଇଥିଲେ।

related posts

Leave a Comment