Home Breaking News / ତାଜା ଖବର କରୋନା ପାଇଁ ସ୍ଥଗିତ ରହିଲା ୨୦୨୧ ଏସିଆ କପ୍‌

କରୋନା ପାଇଁ ସ୍ଥଗିତ ରହିଲା ୨୦୨୧ ଏସିଆ କପ୍‌

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଚଳିତ ବର୍ଷ ଦେଖିବାକୁ ମିଳିବନି ଭାରତ-ପାକ୍ ମୁକାବିଲା । ଶ୍ରୀଲଙ୍କାରେ ଖେଳାଯିବାକୁ ଥିବା ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଂଟକୁ ସ୍ଥଗିତ ରଖାଯାଇଛି । ପୁରା ବିଶ୍ୱରେ କରୋନା ପ୍ରକୋପ ଦେଖା ଦେଇଛି । ଏହାକୁ ନଜରରେ ରଖି ଭାରତରେ ଖେଳାଯାଉଥିବା ଆଇପିଏଲକୁ ମଝିରେ ସ୍ଥଗିତ ରଖାଯାଇଛି । ବର୍ତମାନ ଶ୍ରୀଲଙ୍କାରେ ଖେଳାଯିବାକୁ ଥିଲା ଏସିଆ କପ୍ କ୍ରିକେଟ । ତେବେ ଏହି ଏସିଆ କପ୍ ସ୍ଥଗିତ ରଖାଯାଇଥିବା ସୂଚନା ମିଳିଛି । ଶ୍ରୀଲଙ୍କା କ୍ରିକେଟ ବୋର୍ଡ ମୁଖ୍ୟ କାର୍ଯ୍ୟନିର୍ବାହୀ ଆସଲି ଡିସିଲଭା ସୂଚନା ଦେଇଛନ୍ତି । ଶ୍ରୀଲଙ୍କାରେ ଏସିଆ କପ୍ ଖେଳାଯାଇଥିଲେ ଭାରତ-ପାକିସ୍ତାନ ମ୍ୟାଚ୍ ଦେଖିବାକୁ ମିଳିଥାନ୍ତା । କରୋନା କାରଣରୁ ଶ୍ରୀଲଙ୍କାରେ ଏସିଆ କପ୍ ଆୟୋଜନ ସ୍ଥଗିତ ରହିଥିବାରୁ ବର୍ତମାନ ଭାରତ ପାକ୍ ମୁକାବିଲା ମଧ୍ୟ ଦେଖିବାକୁ ମିଳିବନାହିଁ । ଆସନ୍ତା ଜୁନ୍ ମାସରେ ଏହି ଏସିଆ କପ୍ ଶ୍ରୀଲଙ୍କାରେ ଆୟୋଜନ ହେବାକୁ ରହିଥିଲା । ଏହି ଟୁର୍ଣ୍ଣାମେଂଟକୁ ୨୦୨୩ ବିଶ୍ୱକପ୍ ଯାଏଁ ଘୁଂଚାଇ ଦିଆଯିବା ସଂଭାବନା ରହିଥିବା ସୂଚନା ମିଳିଛି ।

related posts

Leave a Comment