Home Breaking News / ତାଜା ଖବର କରୋନାରୁ ମୁକ୍ତି ପାଇଁ ମାଁ ତାରିଣୀ ମନ୍ଦିରେ ଜଳିଲା ଅଖଣ୍ଡ ଦୀପ

କରୋନାରୁ ମୁକ୍ତି ପାଇଁ ମାଁ ତାରିଣୀ ମନ୍ଦିରେ ଜଳିଲା ଅଖଣ୍ଡ ଦୀପ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଡାବୁଗାଁ(ଜି॰ ବିନୋଦ କୁମାର): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମାସ୍ଥିତ ମାଁ ତାରିଣୀ ମନ୍ଦିରରେ ଗ୍ରାମ ର ଉନ୍ନତି ତଥା ମଙ୍ଗଳ ପାଇଁ ମଙ୍ଗଳବାର ଅଖଣ୍ଡ ଦୀପ ଲାଗିଲା । କୋରନାର ପ୍ରକୋପରୁ ଡାବୁଗାଁ ବାସୀ ଙ୍କୁ କେବଳ ମାଁ ହିଁ ରକ୍ଷା କରି ପାରିବେ ବୋଲି ତାରିଣୀ ଭକ୍ତଙ୍କ ବିଶ୍ୱାସ, ଯାହାବି ହେଉ ଏଭଳି ପରିସ୍ଥିତିରେ ମାଁଙ୍କ ଛତ୍ରଛାୟା ର ଆବଶ୍ୟକତା ରହିଛି ବୋଲି ଭକ୍ତ ଙ୍କ ବିଶ୍ଵାସ । କାରଣ କିଛିଦିନ ହେବ ଡାବୁଗାଁ ଅଞ୍ଚଳରେ କୋରନା ଯୋଗୁଁ ମୃତ୍ୟୁର ତାଣ୍ଡବ ଆରମ୍ଭ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ପ୍ରତିଦିନ କରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏବେ କେବଳ ମାଁ ହିଁ ସାହା ଭରସା ବୋଲି ମାଁ ତାରିଣୀ ଭକ୍ତଙ୍କ ଅତୁଟ ବିଶ୍ୱାସ । ମାଁ ଙ୍କ ପ୍ରତି ଥିବା ସମର୍ପିତ ଭାବେ ଆମକୁ କରନା ମୁକାବିଲା ପାଇଁ ଏକ ପ୍ରକାର ଆଧ୍ୟାତ୍ମିକ ଶକ୍ତି ଯୋଗାଉଛି ବୋଲି ଭକ୍ତମାନେ ଦୃଢକ୍ତି ପ୍ରକାଶ କରିଛନ୍ତି । ତାରିଣୀ ଭକ୍ତ ତଥା:- ତାରିଣୀ ମନ୍ଦିରର ପ୍ରତିଷ୍ଠାତା ଦାମୋଧର ପାତ୍ର(ବଡ଼ବାବୁ) ଅଞ୍ଚଳବାସୀଙ୍କୁ ଅନୁରୋଧ କରିଛନ୍ତି ଗାଁ ତଥା ପରିବାର ର ମଙ୍ଗଳ ପାଇଁ ମାଁଙ୍କ ଉଦ୍ଦେଶ୍ୟ ରେ ସମସ୍ତେ ଗୋଟିଏ ଗୋଟିଏ ପ୍ରଦୀପ ପ୍ରଜ୍ଵଳନ କରନ୍ତୁ । ଆଜି ଯେଉଁ ଅଖଣ୍ଡ ଦୀପ ପ୍ରଜ୍ଵଳନ କରାଯାଇଛି ,ଏହାକୁ ହିନ୍ଦୁ ମହାସଂଘର ପ୍ରତିଷ୍ଠାତା ଜୟନ୍ତ କୁମାର ପାତ୍ର, ପୂଜକ ଗୋବିନ୍ଦ ପଣ୍ଡା, ରମେଶ ପଟ୍ଟନାୟକ, ବିଜୟ ପଟ୍ଟନାୟକ ଏବଂ ଅନ୍ୟ ମାନେ ଉପସ୍ଥିତ ଥିଲେ |

related posts

Leave a Comment