Home Breaking News / ତାଜା ଖବର ଅର୍ଥ ସାଜିଛି ବାଧକ: କିଡନୀ ରୋଗରେ ଜର୍ଜରିତ ୪ ବର୍ଷର ଶିଶୁ ଶୁଭମ୍

ଅର୍ଥ ସାଜିଛି ବାଧକ: କିଡନୀ ରୋଗରେ ଜର୍ଜରିତ ୪ ବର୍ଷର ଶିଶୁ ଶୁଭମ୍

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଅସ୍ତରଙ୍ଗ(ପ୍ରସନ ଜେନା): ଅର୍ଥ ସାଜିଛି ବାଧକ,କିଡନୀ ରୋଗରେ ଜର୍ଜରିତ ୪ ବର୍ଷର ଶିଶୁ ଶୁଭମ୍। ଚିକି୍ସା ପାଇଁ ନେହୁରା ହେଲେ ଗରିବ ମତାପିତା। ବିଧିର ବିଧାନ କେ କରିବ ଆନ। ବିଧି ଦାଉ ସାଜିଛି ପୁଣି ଏକ ନିସ୍ପାପ ଶିଶୁ ଉପରେ। ମାତ୍ର ୪ ବର୍ଷ ବୟସରେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଜର୍ଜରିତ ହୋଇପଡିଛି କୁନି ଶିଶୁ ଶୁଭମ୍। ଚିକିତ୍ସା କରି କରି ଥକି ପଡିଲେଣି ପିତାମାତା। ନାହିଁ ଆର୍ଥିକ ସମ୍ବଳ କି କୌଣସି ସହାୟତା |ଶେଷରେ ହାତ ଯୋଡ଼ି ନେହୁରା ହୋଇ ଦୁଃଖ ଜଣାଇଛନ୍ତି ଅସହାୟ ପିତାମାତା।
ଆମେ ଦେଖାଉଛୁ ପୁରୀ ଜିଲ୍ଲାର କାକଟପୁର ବ୍ଲକ,କୋଣାର୍କ ନିକଟସ୍ତ କୋତାଙ୍ଗ ଗ୍ରାମର ଘଟଣା। ଏହି ଗାଁର ଦିନମଜୁରିଆ ଭାବେ କାର୍ଯ୍ୟ କରୁଥିବା ସୂର୍ଯ୍ୟକାନ୍ତ ସ୍ବାଇଁଙ୍କ ଏକମାତ୍ର ୪ ବର୍ଷର ପୁଅ ଶୁଭମ୍। ସୁନ୍ଦରିଆ ଡଉଲ ଡାଉଲ ପିଲା ଶୁଭମ୍ ଗତ ୮ ମାସ ହେବ ଭୟଙ୍କର କିଡନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି।ଖେଳ ବୁଲ ସମୟରେ ଶୁଭମ ଭୋଗୁଛି ରୋଗ କୀଡୀନି ରୋଗର ଯନ୍ତ୍ରଣା l ଅନ୍ୟ ପିଲାମାନଙ୍କ ସହ ଖେଳା ଖେଳି କଲା ବେଳେ ଶୁଭମ ଜାଣିପାରେନି ଦଇବ ତାକୁ ଏମିତି ଯାତନା ଦେଇଛି l କିନ୍ତୁ ମା, ବାପା ତାର କଷ୍ଟ ବୁଝି ପାରନ୍ତି ଅଉ ଆଖିରୁ ଲୁହ ଝରାଇବା ବେତିତ ଉପାୟ କିଛି ନାଇଁ, କରଣ ଅର୍ଥ ସେମାନଙ୍କୁ ଚୁପ ରହି ଲୁହ ଝରାଇବାକୁ ବାଧ୍ୟ କରିଛି l
-ଶୁଭମ ବାପା ସୂର୍ଯ୍ୟକାନ୍ତ ସ୍ୱାଇଁ ଜଣେ ଦାଦନ ଶ୍ରମିକ, ତାଙ୍କ କହିବା ଅନୁଯାଇ,ପୁରୀ ଠାରୁ ଆରମ୍ଭ କରି ଭୁବନେଶ୍ବର ଓ କଟକ ରେ ପୁଅର ଚିକିତ୍ସା କରୁଛନ୍ତି ମାତ୍ର ଏପର୍ଯ୍ୟନ୍ତ ଠିକ୍ ହୋଇପାରୁନି ରୋଗ। ଏବେ କଟକ ଶିଶୁ ଭବନରେ ଚିକିତ୍ସା ହେଉଛି ପୁଅ ଶୁଭମ । ଦୀର୍ଘ ୮ ମାସ ହେବ ଚିକିତ୍ସା ପାଇଁ ଧାର କରଜ କରି ପ୍ରାୟ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ଯ ହୋଇପାରୁନି ସୁଭମର ନିରୋଗ। ଡାକ୍ତର କହୁଛନ୍ତି ୧୦ ରୁ ୧୫ ବର୍ଷ ପର୍ଯ୍ୟନ୍ତ ଏହି ପରି ଚିକିତ୍ସା ଓ ଔଷଧ ଖାଇବାକୁ ପଡିବ। କିଡନୀ ସମସ୍ୟା ଯୋଗୁଁ ପ୍ରୋଟିନ ଅଭାବ ଓ ଶରୀରରୁ ପ୍ରୋଟିନ କ୍ଷୟ କାରଣରୁ ତାର ଦେହ ଓ ମୁହଁ ଫୁଲି ଯାଉଛି। ମାସିକ ଔଷଧ ପାଇଁ ଆଉ ସକ୍ଷମ ନୁହନ୍ତି ପିତାମାତା। ଗାଁ ଵାଲା ଯାହା ଅର୍ଥ ଆଦାୟ କରି ଦେଇଥିଲେ ସେ ସରିଗଲାଣି lତେଣୁ ସରକାରଙ୍କ ସାହାର୍ଯ୍ୟ ଓ ସହହୃଦୟ ବେକ୍ତିଙ୍କୁ ସାହାଯ୍ୟ ପାଇଁ କାକୁତି ବିନତୀ ହୋଇଛନ୍ତି ପିତାମାତାଙ୍କ । ମୂଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ମିଳି ପାରିଲେ ଚିକିତ୍ସା ଓ ଔଷଧ କିଣି ପାରିବେ ବୋଲି ଆଶା ରଖିଛନ୍ତି। ଯଦି କୌଣସି ସହୃଦୟ ବେକ୍ତି ଏହି ନିଷ୍ପାପ ଶିଶୁଟିକୁ ସାହାଯ୍ୟ କରିବାକୁ ଚାହାଁନ୍ତି ସାହାଯ୍ୟ କରିବାର ମାଧ୍ୟ୍ୟମ -SURYAKANTA SWAIN , AT-KOTANGA KAKATPUR, PURI,or Bank of india BANK ACCOUNT NUMBER:-571916510001709,IFSC-BKID0005719,PHONE 9438189171

ଗରିବ ଖଟିଖିଆ ମାନଙ୍କ ପାଇଁ ସରକାର ସ୍ବାସ୍ଥ୍ୟ ବୀମା ଓ ଲୋକଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେଉଥିବା ଡେଙ୍ଗୁରା ପିଟୁଛନ୍ତି lକେବେ ଶୁଭମ୍ ପରି ନିରୀହ ଶିଶୁ ପାଇଁ ସହାୟତା ପ୍ରଦାନ କରିବେ ଓ ତାର ସରଳ ଓଠରେ ହସ ଫୁଟିବ ସେ ସମୟକୁ ଅପେକ୍ଷା |

related posts

Leave a Comment