Home Breaking News / ତାଜା ଖବର ଆଶ୍ଚର୍ଯ୍ୟ! ଫାଟିଗଲା ପଥର

ଆଶ୍ଚର୍ଯ୍ୟ! ଫାଟିଗଲା ପଥର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସେମିଳିଗୁଡ଼ା(ଦୀପକ କୁମାର ମାଝୀ): ଆପଣ କେବେ ପଥର ଫାଟିବା ଦେଖିଛନ୍ତି କି!..ତାହା ପୁଣି ଆପେ ଆପେ.. ହଁ ବିଶ୍ୱାସ ନ ହେଲେ ବି ସତ । ଆସନ୍ତୁ ଆମେ ଆଜି ଆପଣ ଙ୍କୁ ଏମିତି ଏକ ବିରଳ ଦୃଶ୍ୟ ଦେଖେଇବୁ।
ଏଭଳି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ସେମିଳିଗୁଡା ନିକଟସ୍ଥ ଚାରଙ୍ଗୁଲ ଜଙ୍ଗଲ ରେ ..
ଗତ କାଲି ସନ୍ଧ୍ୟା ପ୍ରାୟ ୩ଟା ସମୟ ରେ ହଟାତ ଏକ ପ୍ରଚଣ୍ଡ ଧ୍ୱନି ଶୁଣି ଭୟଭୀତ ହେଇଗଲେ ଚାରଙ୍ଗୁଳ ଗ୍ରାମବାସୀ । ପରେ ସେହି ଧ୍ୱନି ଆସିଥିବା ଜାଗା କୁ ଯାଇ ,ଜାଣିବାକୁ ମିଳିଲା ରେ ,କାଇଁ କେଉଁ ଅନାଦି କାଳ ରୁ ଜଙ୍ଗଲ ରେ ଥିବା ଏକ ବିରାଟକାୟ ପଥର ର ଚଟାଣ ଫାଟି ଆଁ କରିଛି।
ଯଦି ବୈଜ୍ଞାନିକ ଦୃଷ୍ଟିକୋଣ ରୁ ଦେଖିବା ତେବେ ଯଦି ପଥର ଦେହ ରେ ହଠାତ ଉଷ୍ମତା ବୃଦ୍ଧିହୁଏ ,ତେବେ ତାହା ଆପେ ଆପେ ଫାଟିଯାଇଥାଏ। କିନ୍ତୁ ବର୍ତ୍ତମାନ ସମୟ ରେ ଏହି ଅଂଚଳ ରେ ସେଭଳି ଖରା ମଧ୍ୟ ହେଉନାହିଁ। ଏହା ହିଁ ଗ୍ରାମବାସୀ ଙ୍କୁ ଆଶ୍ଚର୍ୟ୍ଯ ଚକିତ କରିଛି।

related posts

Leave a Comment