Home Breaking News / ତାଜା ଖବର ମଶାଣିକୁ ନେଇ ବିବାଦ: କ୍ରୀଡ଼ାମନ୍ତ୍ରୀଙ୍କ ପଞ୍ଚାୟତରେ ଶବ ପଡ଼ିରହିଲା ୭ ଘଣ୍ଟା

ମଶାଣିକୁ ନେଇ ବିବାଦ: କ୍ରୀଡ଼ାମନ୍ତ୍ରୀଙ୍କ ପଞ୍ଚାୟତରେ ଶବ ପଡ଼ିରହିଲା ୭ ଘଣ୍ଟା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଅସ୍ତରଙ୍ଗ(ପ୍ରସନ ଜେନା): ପୁରୀଜିଲା ଅସ୍ତରଙ୍ଗ ବ୍ଲକ ନଗର ମୌଜାର ନୂଆକାଳିଆକଣ ମଶାଣିରେ ଶବ ସଂସ୍କାର କରିବାକୁ ଗଲାବେଳେ ବିବାଦ ଉପୁଜି ଦୁଇପଡା ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି|ପ୍ରାୟ ୭ ଘଣ୍ଟା ହେବ ଶବ ପଡିରହିବାର ଏକ ଅଭାବନୀୟ ଘଟଣା ଘଟିଛି|ମଶାଣୀକୁ ଶବ ପୋଡ଼ିବାକୁ ଛାଡୁନଥିବା ବେଳେ ଉତ୍ତେଜନା ପ୍ରକାଶ ପାଇବାରୁ ଆଜି ଅପରାହ୍ନ ୩ଟାରେ ପୁଲିସ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା ଆରମ୍ଭ କରିଥିଲା|ପରିସ୍ଥିତି ଅଣଆୟତଃ ହୋଇ ପୁଲିସ ଉପସ୍ଥିତିରେ ପରସ୍ପର ମଧ୍ୟରେ ଆକ୍ରମଣତ୍ମକ ପରିସ୍ଥିତି ଉପୁଜି ଉଭୟପକ୍ଷ ଆହତ ହେବା ଘଟଣା ଘଟିଛି| ତେବେ ଘଟଣା ସ୍ଥଳରେ ପୁଲିସ ଫୋର୍ସ ପହଞ୍ଚି ଉଭୟପକ୍ଷଙ୍କୁ ଡାକି ବୁଝାସୁଝା ଆରମ୍ଭ କରୁଛି|ଏହି ଘଟଣାଟି କାକଟପୁର ବିଧାୟକ ତଥା ରାଜ୍ୟ କ୍ରୀଡ଼ାମନ୍ତ୍ରୀଙ୍କ ଏରିଆରେ ଘଟିଥିବା ବେଳେ ଶବ ସଂସ୍କାରକୁ ନେଇ ବିବାଦ ଉପୁଜିବା ଦେଖିବାକୁ ମିଳିଛି|ସୂଚନା ମୁତାବକ ଦିନାଡିଆ ପଡାର ପୂର୍ଣ୍ଣାନନ୍ଦ ବେହେରାଙ୍କର ଆଜି ସକାଳ ୯ଟାରେ ମୃତ୍ୟୁ ହୋଇଥିଲା |ତେବେ ତାଙ୍କ ଶବକୁ ସଂସ୍କାର ପାଇଁ ଘରର ଉତ୍ତରପଟେ ଥିବା ନୂଆ କାଳିଆକଣ ମଶାଣୀକୁ ନେବାରେ ସେଠାକାର ଲୋକ ବିରୋଧ କରିଥିଲେ|ଏଭଳି ବିରୋଧ ଯୋଗୁ ଶବ ସଂସ୍କାରକୁ ନେଇ ଆରମ୍ଭ ହୋଇଯାଇଥିଲା ରାଜନୀତି|ଶବ ପଡିରହିଥିବା ବେଳେ ଉଭୟ ପକ୍ଷରୁ ଶତାଧିକ ଲୋକ ରୁଣ୍ଡ ହୋଇ ଯାଇଥିଲେ | କାଳିଆକଣ ଲୋକ ଲୋକଙ୍କ ଦାବି ସେମାନଙ୍କ ମଶାଣିରେ ଅନ୍ୟପଡାର ଶବ ପୋଡା ହୋଇପାରିବନି |ଦିନାଡିଆ ଲୋକ କହିବା କଥା ପଡିରହିଥିବା ଶବ ସେଠାରେ ପୋଡାଯିବ |ଏଭଳି ପରିସ୍ଥି ଉପୁଜିବାରେ ଖବର ପାଇଁ ଅସ୍ତରଙ୍ଗ ପୁଲିସ ଘଟଣା ସ୍ଥଳରେ ପହଞ୍ଚିବାପରେ ବି ଉତ୍ତେଜନା ଥମିନଥିଲା |ହଠାତ ଉଭୟ ପକ୍ଷଙ୍କ ମଧ୍ୟରେ ହାତାହାତି ଓ ଟେକାପଥର ମାଡ ଆରମ୍ଭ ହୋଇଯାଇଥିଲା |ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଅସ୍ତରଙ୍ଗ ଓ କାକଟପୁର ଥାନା ଅଧିକାରୀ,ନିମାପଡା ଏସଡ଼ିପିଓ ଦେବାଶିଷ ମିଶ୍ର ଓ ପୁଲିସ୍ ଫୋର୍ସ ମୁତୟନ ହେବାକୁ ପଡିଥିଲା |ସବୁଠାରୁ ବଡ ଦୁଃଖ ଓ ପରିତାପର ବିଷୟ ଯେ ମୃତ ବ୍ୟକ୍ତିଙ୍କ ଶବ ଦୀର୍ଘ ୭ ଘଣ୍ଟା କାଳ ପଡିରହିଲେ ବି ଶବ ସଂସ୍କାର ହୋଇପାରୁନି|ଘଟଣା ସ୍ଥଳରେ ପୁଲିସ୍ ଛାଉଣୀ ହେବା ସମେତ ଉଭୟ ପକ୍ଷଙ୍କୁ ଡାକି ଆଲୋଚନା ଜାରିରଖିଛି |ବର୍ତମାନ ପର୍ଯ୍ୟନ୍ତ ଶବ ସଂସ୍କାର ହୋଇପାରିନଥିବା ଖବର ମିଳିଛି |

related posts

Leave a Comment