Home Breaking News / ତାଜା ଖବର କାଳବୈଶାଖୀରେ ଧାନ ଗଜା

କାଳବୈଶାଖୀରେ ଧାନ ଗଜା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କୋମନା(ମିଥୁନ ସାଗର): ଅନେକ ଲୋକଙ୍କ ଠୁ ହାତ ଉଧାର ସହ ନିଜ ଜମା ପୁଞ୍ଜି ରେ କରିଥିବା ରବି ଫସଲ, ଅମଳ ବେଳକୁ କାଳବୈଶାଖୀ ଯୋଗୁଁ ଗଜା ହୋଇ ଯାଇଅଛିl କୋମନା ବ୍ଲକ ଅନ୍ତର୍ଗତ ଧୂମାଭଟା, ମୁଶାପାଲି, କାଣ୍ଡେତରା, ବୁଦ୍ଧିକୋମନା ର ଅନେକ ଚାଷୀ ଏକଡ଼ ଏକଡ଼ ଜମିରେ ରବି ଫସଲ କରିଥିଲେ କିନ୍ତୁ ଗତ କିଛିଦିନ ତଳେ ହୋଇଥିବା କାଳବୈଶାଖୀ,କରା ମାଡ଼ ରେ ବିଳ ର ସବୁ ଧାନ ସୋଇ ପଡ଼ିଥିବା ବେଳେ ଗଜା ହୋଇଯାଇଅଛି, କରୋନା ଭଳି ମହାମାରୀ ବେଳେ ଧାନ ର ଏଭଳି ଅବସ୍ଥା ଚାଷୀଙ୍କୁ “ବୋଝ ଉପରେ ନଳିତା ବିଡା ” ସାଜିଛି l ଧାନର ଅବସ୍ଥା ଏପରି ନା ତାକୁ ଅମଳ କରି ବିକି ପାରିବେ ନା ଖାଇପାରିବେ ଏବେ କରୋନା ଭଳି ଶଙ୍କଟ ସମୟ ରେ ସେମାନେ ପରିବାର ପ୍ରତିପୋଷଣ କେମିତି କରିବେ ତାହା ପ୍ରଶ୍ନବାଚି ସୃଷ୍ଟି କରୁଛି l ଏଥିପ୍ରତି ଦୃଷ୍ଟି ଦେଇ କ୍ଷତିପୂରଣ ଦେବା ପାଇଁ ସ୍ଥାନୀୟ ଚାଷୀମାନେ ସରକାର କୁ ଅନୁରୋଧ କରିଛନ୍ତି

related posts

Leave a Comment