Home Breaking News / ତାଜା ଖବର କରୋନା ମହାମାରୀ ସମୟରେ ଝାଡ଼ପଡା ଜେଲ୍ ରୁ ଆଣି ବ୍ରହ୍ମପୁର ଏସ୍ ଡ଼ିଜି ଏମ୍ କୋର୍ଟରେ ହାଜର କରିବା ଏହା ଏକ ଷଡ଼ଯନ୍ତ :ପ୍ରଦୀପଙ୍କ ଓକିଲ ଦୀପକ ପଟ୍ଟନାୟକ

କରୋନା ମହାମାରୀ ସମୟରେ ଝାଡ଼ପଡା ଜେଲ୍ ରୁ ଆଣି ବ୍ରହ୍ମପୁର ଏସ୍ ଡ଼ିଜି ଏମ୍ କୋର୍ଟରେ ହାଜର କରିବା ଏହା ଏକ ଷଡ଼ଯନ୍ତ :ପ୍ରଦୀପଙ୍କ ଓକିଲ ଦୀପକ ପଟ୍ଟନାୟକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବ୍ରହ୍ମପୁର: ଟାଟା ମୋଟରସ୍ ଚାକିରୀ ଦେବା ନା ରେ ଠକେଇ ମାମଲା । ବ୍ରହ୍ମପୁର ଏସଡ଼ି ଜିଏମ୍ କୋର୍ଟରେ ହାଜର ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ପରାମର୍ଶଦାତା ସର୍ବେଶ୍ୱର ରାଓ । ଟାଟା ମୋଟରସ୍ ଚାକିରୀ ଦେବା ନା ରେ ଠକେଇ ଅଭିଯୋଗ ରେ ଗୋଳନ୍ଥରା ଥାନାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ପରାମର୍ଶଦାତା ସର୍ବେଶ୍ୱର ରାଓ ବିରୋଧ ରେ ମାମଲା ରୁଜୁ ହୋଇଥିଲା । ମାନ୍ୟବର ଏସ୍ ଡ଼ି ଜିମ କୋର୍ଟ ନିର୍ଦ୍ଦେଶ କ୍ରମେ ଆଜି ଉଭୟ ଙ୍କୁ କଡ଼ା ସୁରକ୍ଷା ବଳରେ ଭୁବନେଶ୍ୱର ସ୍ଥିତ ଝାଡ଼ପଡା ଜେଲ୍ ଠାରୁ ଉଭୟଙ୍କ ଅଣାଯାଇ ବ୍ରହ୍ମପୁର ଏସ୍ ଡିଜିଏମ୍ ଜିତେନ୍ଦ୍ର ରୟଙ୍କ ସମ୍ମୁଖରେ ହାଜର କରାଯାଇଥିଲା । ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ପରାମର୍ଶଦାତା ସର୍ବେଶ୍ୱର ରାଓ ଙ୍କୁ ଜି ଆର୍ ନଂ ୬୭୮ରେ ଜଡ଼ିତ କରାଯାଇଥିଲା ।ସୂଚନା ମୁତାବକ ଟାଟା ମୋଟରସ୍ ଚାକିରୀ କରେଇଦେବା କହି ଶିବ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ୪ଲକ୍ଷ ଟଙ୍କା ମାଗିଥିଲେ କିନ୍ତୁ ଯୁବକ ଜଣକ ବିଧାୟକ ପ୍ରଦୀପ କୁ ୨ଲକ୍ଷ ଟଙ୍କା ଦେଇଥିଲେ । ଉକ୍ତ ସମୟରେ ପ୍ରଦୀପଙ୍କ ପରାମର୍ଶଦାତା ସର୍ଭେଶ୍ୱର ଉପସ୍ଥିତ ରହିଥିଲେ ବୋଲି ଯୁବକ ଶିବ ଅଭିଯୋଗ କରିଥିଲେ । କିନ୍ତୁ ତାଙ୍କର ଉକ୍ତ ଅଭିଯୋଗ ଟି ଗୋଳନ୍ଥରା ଥାନା ଗ୍ରହଣ ନ କରିବାରୁ ଶେଷ ରେ ଏ ଘଟଣା ର ଅଭିଯୋଗରେ ଏସ୍ ଡିଜି ଏମ୍ କୋର୍ଟର୍ ଦ୍ଵାରସ ହୋଇଥିଲେ ।ପରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗୋଳନ୍ଥରା ଥାନାରେ ଏକ ମାମଲା ରୁଜୁ କରି ଘଟଣାର୍ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ମାମଲାକୁ ନେଇ ଗୋଳନ୍ଥରା ଥାନା ପୋଲିସ ଜଡ଼ିତ ନିମନ୍ତେ ଉଭୟ ଅଭିଯୁକ୍ତ ୨:୨୫ମିନଟ୍ ସମୟରେ ଏସ୍ ଡ଼ି ଜି ଏମ୍ କୋର୍ଟ ହଜାର ହୋଇଥିଲେ । ମାମଲା ର ବିଚାର ପରେ ଉଭୟ ଙ୍କୁ ବ୍ରହ୍ମପୁର ମଣ୍ଡଳ କାରାଗାର କୁ ପଠେଇଦିଆକାଇଛି । ଆସନ୍ତା କାଲି ସେମାନଙ୍କୁ ଭୁବନେଶ୍ୱର ସ୍ଥିତ ଝାଡ଼ ପଡା ଜେଲ୍ କୁ ସ୍ଥାନସ୍ତାରିତ କରାଯିବାର ସୂଚନା ରହିଛି । ଏହି ମାମଲାରେ ଉଭୟଙ୍କ ଓକିଲ ଦୀପକ ପଟ୍ଟନାୟକ କହିଛନ୍ତି କୌଣସି ମାମଲାରେ ଯଦି ୭ ବର୍ଷରୁ କମ୍ କାରାଦଣ୍ଡ ହୋଇଥାଏ ତେବେ ତାଙ୍କୁ ଥାନା ରୁ ହିଁ ବେଳ୍ ଦେବା ନିମନ୍ତେ ମାନ୍ୟବର ହାଇକୋର୍ଟଙ୍କ ନିୟମ ରହିଛି କିନ୍ତୁ ଏଭଳି କୋରନା ମହାମାରୀ ସମୟରେ ତାଙ୍କୁ ଝାଡ଼ପଡା ଜେଲ୍ ରୁ ଆଣି ବ୍ରହ୍ମପୁର ଏସ୍ ଡ଼ିଜି ଏମ୍ କୋର୍ଟରେ ହାଜର କରିବା ଏହା ଏକ ଷଡ଼ଯନ୍ତ୍ର ବୋଲି କହିଛନ୍ତି ।ଅନ୍ୟ ପକ୍ଷରେ ଉଭୟ ଙ୍କୁ ଏସ୍ ଡ଼ି ଜିଏମ୍ମ୍ କୋର୍ଟରେ ହଜାର ନ କରିବା ନିମନ୍ତେ ଏକ ପିଟିସନ ଦାୟର କାରୀଥିଲେ। ଗତ କାଲି ଏହି ପିଟିସନ ର ଶୁଣାଣି କରି ଏସ୍ ଡ଼ି ଜି ଏମ୍ କୋର୍ଟ ଖାରଜ କରିଥିଲେ । ତେବେ ଆଜି ବ୍ରହ୍ମପୁର ଜେଲରେ ରାତି କାଟିବେ ଗୋପାଳପୁର ବିଧାୟକ ।

related posts

Leave a Comment