Home Breaking News / ତାଜା ଖବର ପୋଲିସ ଓ ତହସିଲଦାର ଙ୍କ ମିଳିତ ଯାଞ୍ଚ: ୮୮ଟି ଅମାନିଆ ବାଇକ ଚାଳକଙ୍କ ଠାରୁ ୪୪ହଜାର ଟଙ୍କା ଜରିମାନା ଆଦାୟ

ପୋଲିସ ଓ ତହସିଲଦାର ଙ୍କ ମିଳିତ ଯାଞ୍ଚ: ୮୮ଟି ଅମାନିଆ ବାଇକ ଚାଳକଙ୍କ ଠାରୁ ୪୪ହଜାର ଟଙ୍କା ଜରିମାନା ଆଦାୟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବୋରିଗୁମ୍ମା(ବିଶ୍ୱଜିତ ପାଣିଗ୍ରାହ): ଦିନକୁ ଦିନ ବୋରିଗୁମ୍ମା ବ୍ଲକ ରେ ଉପର ମୁହଁ ହେଉଛି କରନା ଗ୍ରାଫ।ସରକାର ଙ୍କ କୋଭିଡ ନିୟମ କୁ କଡାକଡି କରିବା ଭାବେ ପାଳନ କରିବା ପାଇଁ ତତ୍ପର ହେଇ ଉଠିଛି ପ୍ରଶାସନ । ଅମାନିଆ ଙ୍କୁ ସାବଡ଼ କରିବା ପାଇଁ ବୋରିଗୁମ୍ମା ତହସିଲଦାର ସୁବାସ ଚନ୍ଦ୍ର ରଇତଏବଂ ପୋଲିସ ର ମିଳିତ ଭାବେ ସହର ବିଭର୍ଣ୍ଣ ସ୍ଥାନରେ ଯାଞ୍ଚ କୁ କଡା କଡୀ କରାଯାଉଛି।ସକାଳୁ ସକାଳୁ ବୋରିଗୁମ୍ମା ସହର ୬୩ ନମ୍ବର ଜାତୀୟ ରାଜପଥ ନିକଟରେ ଗାଡି ମଟର ଗୁଡିକୁ କୁ ଯାଞ୍ଚ କରାଯାଇଛି।ଗାଡି ଚାଳକ ହେଲମେଟ ଓ ମାସ୍କ ନ ପିନ୍ଧି ଗାଡି ଚାଲାଉଥିଲେ ତାଙ୍କୁ ଅଟକାଇ ୫୦୦ ଟଙ୍କା ପର୍ଯ୍ୟନ୍ତ ଫାଇନ ଆଦାୟ କରାଯାଉଛି।ମୋଟ ୮୮ଟି ଅମାନିଆ ବାଇକ ଚାଳକ ଙ୍କ ଠାରୁ ୪୪ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ।ଜରିମାନା ଭରିବା ପରେ ଏଣିକି ମାସ୍କ ଓ ହେଲିମେଟ ପରିଧାନ କରି ବାଇକ ଚଲେଇବେ ବୋଲି କହିଛନ୍ତି ବାଇକ ଚାଳକ।ସେପଟେ ଅମାନିଆ ଙ୍କୁ ସଚେତନ କରିବା ପାଇଁ ଏହି ଯାଞ୍ଚ କରାଯାଉଛି ଏବଂ ଆଗ କୁ ମଧ୍ୟ ଯାଞ୍ଚ ପ୍ରକ୍ରିୟା କୁ କଡାକଡୀ କରାଯିବ ବୋଲି କହିଛନ୍ତି ଥାନାଧିକାରୀସଞ୍ଜୟ କୁମାର ମଣ୍ଡଳ।

related posts

Leave a Comment