Home Breaking News / ତାଜା ଖବର ଅସହାୟ ମାଆ ଓ କଁଅଳ ଛୁଆକୁ ପ୍ରଶାସନର ସହାୟତା

ଅସହାୟ ମାଆ ଓ କଁଅଳ ଛୁଆକୁ ପ୍ରଶାସନର ସହାୟତା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କୋରାପୁଟ(ଦୀପକ କୁମାର ମାଝୀ): ମାଲକାନଗିରି ଚାଲିଚାଲି ଯାଉଥିବା ଅସହାୟ ପରିବାରକୁ ସାହା ହେଲା ପ୍ରଶାସନ l ଏହିପରି ଘଟଣାଟି ମାଲକାନଗିରି ଅଞ୍ଚଳର ସୁରେନ୍ଦ୍ର ମୁଦୁଲି ଙ୍କ ପତ୍ନୀ ପଦ୍ମା ମୁଦୁଲି ଠାରେ ଦେଖିବାକୁ ମିଳିଛି l ଆଜି ସକାଳେ କୋରାପୁଟ ମେଡିକାଲରୁ ନିଜର 18 ଦିନ ର ଛୁଆ କୁ ଧରି ଗରିବ ପରିବାର ଦୁହେଁ ସ୍ୱାମୀ ଓ ସ୍ତ୍ରୀ କୋରାପୁଟ ଠାରୁ 500 ଟଙ୍କା ଦେଇ ଏକ ଅଟ ରେ ଜୟପୁର ପଂହଁଚି ଥିଲେ l ଆଉ ଟଙ୍କା ନଥିବାରୁ ପରେ ଏକ ମାଳବାହି ଟ୍ରକରେ ବୈପାରୀଗୁଡା ପର୍ଯ୍ୟନ୍ତ ଆସିଥିଲେ l ବୈପାରୀଗୁଡା ରୁ ଚାଲି ଚାଲି ମାଲକାନଗିରି ଅଭିମୁଖେ ଯାଉଥିବା ବେଳେ ସ୍ଥାନୀୟ ଲୋକ ବୈପାରୀଗୁଡା ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ଓ ବୈପାରୀଗୁଡା ଥାନା ଅଧିକାରୀ ଙ୍କୁ ଅବଗତ କୋରାଇଥିଲେ l ସ୍ୱାସ୍ଥ୍ୟ ଅଧିକାରୀ ଡ଼କ୍ଟର ଅଧିରାଜ ସାହୁ ଉଭୟଙ୍କ ମା ପୁଅ ର ସ୍ୱାସ୍ଥ୍ୟ ପରୀକ୍ଷା ପରେ ନିଜ ଗାଡ଼ିରେ ତାଙ୍କ ଘରେ ଛାଡି ଆସିଥିଲେ ଏହା ସହ ବୈପାରୀଗୁଡା ଥାନା sub-inspector ଅସିତ ବଲଵାନ୍ତରାୟ ଆର୍ଥିକ ସହାୟତା କରିଥିଲେ,ଏବଂ ଆଇନଜିବୀ ପି ରମେଶ ପାତ୍ର ଖାଇବା ବ୍ୟବସ୍ଥା କରିଥିଲେ l କରନା ର ଏହି ତାଲା ବନ୍ଦ ପ୍ରଭାବ ରେ ନିଜ ଘରକୁ ଫେରିବା ପାଇଁ ସଂଘର୍ଷ କରୁଥିବା ଅସହାୟ ପରିବାର କୁ ପ୍ରଶାସନ ଓ ସ୍ୱଚ୍ଛାସେବୀଙ୍କ ସହାୟତାକୁ ସାଧାରଣରେ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି

related posts

Leave a Comment