Home Breaking News / ତାଜା ଖବର ଫିରିଙ୍ଗିଆ ଥାନା ଭୃଙ୍ଗୀଯୋଡି ଗାଁ ନିକଟରେ ଜଣେ ବୃଦ୍ଧଙ୍କ କ୍ଷତ ବିକ୍ଷତ ମୃତଦେହ ଜବତ: ହତ୍ୟା ସନ୍ଦେହ, ପୋଲିସର ତଦନ୍ତ ଜାରି

ଫିରିଙ୍ଗିଆ ଥାନା ଭୃଙ୍ଗୀଯୋଡି ଗାଁ ନିକଟରେ ଜଣେ ବୃଦ୍ଧଙ୍କ କ୍ଷତ ବିକ୍ଷତ ମୃତଦେହ ଜବତ: ହତ୍ୟା ସନ୍ଦେହ, ପୋଲିସର ତଦନ୍ତ ଜାରି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫିଇଙ୍ଗିଆ(ସୁବ୍ରତ କୁମାର ମହାନ୍ତି): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଭୃଙ୍ଗିଯୋଡି ଗାଁ ନିକଟରେ ଥିବା ଘାଇ ପଛପଟ ଏକ ନାଳ ରୁ ଜଣେ 65 ବର୍ଷୀୟ ବୃଦ୍ଧ ଙ୍କ କ୍ଷତ ବିକ୍ଷତ ମୃତ ଦେହ ଉଦ୍ଧାର କରାଯାଇଛି. ମୃତ ବୃଦ୍ଧ ଜଣକ ଭୃଙ୍ଗିଯୋଡି ଗାଁ ର ଦାନାଇଁ କହଁର ବୋଲି ଜଣା ପଡ଼ିଥିବା ବେଳେ ପାରିପାର୍ଶ୍ଵିକ ପରିସ୍ଥିତି ରୁ ଏହା ଏକ ହତ୍ୟା ସୁପରିକଳ୍ପିତ ହତ୍ୟା କାଣ୍ଡ ବୋଲି ଜଣା ପଡୁଛି. ଏହି ଘଟଣା ସାରା ଫିଇଙ୍ଗିଆ ଅଂଚଳରେ ଏବେ ଚର୍ଚ୍ଚା ଜୋର ଧରିଛି. ଅନ୍ୟପଟେ ଘଟଣା ସ୍ଥଳରେ ଫିଇଙ୍ଗିଆ ଥାନାର ଭାରପ୍ରାପ୍ତ ଥାନା ଅଧିକାରୀ ଦଶରଥ ହେମରମ ଙ୍କ ନେତୃତ୍ୱ ରେ ଏକ ଟିମ ପହଁଛି ଶବ ଜବତ କରିବା ସହ ମୃତ ବୃଦ୍ଧ ଙ୍କ ପରିବାର ଲୋକଙ୍କ ଉପସ୍ଥିତି ରେ ଶବ ର ପାଞ୍ଚନାମା କରି ପ୍ରାଥମିକ ତଦନ୍ତ ପରେ ଏକ ଅପମୃତୁ ମାମଲା ରୁଜୁ କରି ଶବ କୁ ବ୍ୟବାଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଲୟକୁ ପଠାଇ ଦେଇ ଅଧିକ ତଦନ୍ତ ଜାରି ରଖିଛନ୍ତି. ଅନ୍ୟପାଟେ ମୃତ ବୃଦ୍ଧ ଙ୍କ ପରିବାର ଲୋକ ମଧ୍ୟ ଏହା ଏକ ହତ୍ୟା କାଣ୍ଡ ବୋଲି ଅଭିଯୋଗ କରିଥିବା ବେଳେ ପରିବାର ଲୋକଙ୍କ ବୟାନ ଅନୁସାରେ ଗତକାଲି ଅର୍ଥାତ ମଙ୍ଗଳ ବାର ଦିନ ସନ୍ଧ୍ୟା ସମୟରେ ମୃତ ବୃଦ୍ଧ ଜଣକ ଭୃଙ୍ଗିଯୋଡି ଗାଁ ର ଲଦେ କହଁର ନାମକ ଜଣେ ବ୍ୟକ୍ତି ଙ୍କ ସାଙ୍ଗରେ ଗାଁ ପାଖରେ ଥିବା ଘାଇ ପଟକୁ ବୁଲିବାକୁ ଯାଇଥିଲେ. କିନ୍ତୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମୃତ ବୃଦ୍ଧ ଜଣକ ଘରକୁ ଫେରି ନଥିବା ବେଳେ ମୃତ ବୃଦ୍ଧ ଙ୍କ ସାଙ୍ଗରେ ଯାଇଥିବା ଲଦେ କ ହଁର କିନ୍ତୁ ଘରକୁ ଫେରି ଆସିଥିଲା. ଏହାପରେ ପରିବାର ଲୋକ ରାତି ସାରା ଖୋଜା ଖୋଜି କଲା ପରେ ଗାଁ ପାଖରେ ଥିବା ଘନିକଟରେ ସମ୍ପୃକ୍ତ ବୃଦ୍ଧ ଜଣକ ମରି ପଡ଼ିଥିବା ଦେଖିବାକୁ ପାଇଥିଲେ. ଅନ୍ୟ ପଟେ ଏହି ଘଟଣା ପରେ ଅଂଚଳର ଜନ ସାଧାରଙ୍କ ମଧ୍ୟରେ ଏକ ପ୍ରକାର ଆସନ୍ତୋଷ ର ବାତାବରଣ ସୃଷ୍ଟି ହୋଇ ଥିବା ବେଳେ ଗାଁ ପାଖ ରାସ୍ତା କଡରେ ଥିବା ସରକାରୀ ମଦ ଦୋକାନ ପାଇଁ ଅନାଚାଳରେ ଚୋରି. ରହଯାନୀ. ଡକାୟତି. ହତ୍ୟା ଭଳି ଦୁଷ୍କର୍ମ ଭଳି ଅପରାଧିକ କାର୍ଯ୍ୟ କଳାପ ବଢ଼ିବଢ଼ି ଭଳିଛି ବୋଲି ଅଭିଯୋଗ ଆଣିଥିବା ବେଳେ ଏହି ମଦ ଦୋକାନ କୁ ତୁରନ୍ତ ଏହି ଜାଗାରୁ ହଟାଇବା ପାଇଁ ଦାବି କରିଛନ୍ତି. ସୂଚନା ଥାଉକି ଗତ ଦୁଇ ମାସ ମଧ୍ୟରେ ଏହି ଭୃଙ୍ଗିଯୋଡି ଅଂଚଳରେ ଦୁଇ ଦୁଇ ଟି ହତ୍ୟା କାଣ୍ଡ ସହ ଗୋଟିଏ ଗଣ ବଳାତ୍କାର ହୋଇ ସାରିଥିବା ବେଳେ ଅଭିଯୁକ୍ତ ମାନେ ପୋଲିସ ହାତରେ ଧରା ପଡି ଜେଲ ମଧ୍ୟ ଯାଇ ସାରିଛନ୍ତି. ଅନ୍ୟପଟେ ଏହି ଘଟଣାରେ ଲଦେ କହଁର ନକମ ଜଣେ ବ୍ୟକ୍ତଙ୍କୁ ସନ୍ଦେହରେ ଥାନାରେ ଅଟକ ରଖି ପୋଲିସ ପଚରା ଉଚୁରା ଜାରି ରଖିଥିବା ବେଳେ ମୃତ ବୃଦ୍ଧ ଙ୍କ ଶବ ବ୍ୟବାଚ୍ଛେଦ ରିପୋର୍ଟ ଆସିବା ପରେ ଏହା ହତ୍ୟା ନା ଆକସ୍ମିକ ଦୁର୍ଘଟଣା ତାହା ସ୍ପଷ୍ଟ ହେବା ବୋଲି ଘଟଣାର ତଦନ୍ତ କାରି ପୋଲିସ ଅଫିସର ସିଦ୍ଧାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି.

related posts

Leave a Comment