Home Breaking News / ତାଜା ଖବର ବଙ୍ଗୋପସାଗରରେ ଲଘୁଚାପ, ଆସୁଛି ବାତ୍ୟା ୟାସ, ଆସନ୍ତା ୨୭ରେ ବାଲେଶ୍ୱରରେ ଲ୍ୟାଣ୍ଡଫଲ ହୋଇପାରେ

ବଙ୍ଗୋପସାଗରରେ ଲଘୁଚାପ, ଆସୁଛି ବାତ୍ୟା ୟାସ, ଆସନ୍ତା ୨୭ରେ ବାଲେଶ୍ୱରରେ ଲ୍ୟାଣ୍ଡଫଲ ହୋଇପାରେ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୨୨ ତାରିଖ ବେଳକୁ ବାତ୍ୟାର ରୂପ ନେଇପାରେ । ଧୀରେ ଧୀରେ ଏହାକୁ ନେଇ ସ୍ପଷ୍ଟ ଚିତ୍ର ପ୍ରଦାନ କରୁଛି ଭାରତୀୟ ପାଣିପାଗ ବିଭାଗ । ଏହି ଲଘୁଚାପ ଆସନ୍ତା ୨୨ ତାରିଖ ସୁଦ୍ଧା ଉତର ଆଣ୍ଡାମାନ ସାଗର ଓ ନିକଟବର୍ତି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହି ବାତ୍ୟା ସୃଷ୍ଟି ହେବ । ଏହା ପରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତିକରି ମେ ୨୬ ସଂନ୍ଧ୍ୟା ସୁଦ୍ଧା ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଛୁଇଁବ । ଏହି ଲଘୁଚାପ କ୍ଷେତ୍ର ଓ ସମ୍ଭାବ୍ୟ ବାତ୍ୟା ଉପରେ ନିୟମିତ ନଜର ରଖାଯ଼ାଇଛି ବୋଲି ଆଇଏମଡି ପକ୍ଷରୁ ଜାରି ବୁଲେଟିନରେ କୁହାଯ଼ାଇଛି । ଆସନ୍ତା ୨୨ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ
ା ଏହି ଲଘୁଚାପ ଧୀରେ ଧୀରେ ବାତ୍ୟାର ରୂପ ନେଇପାରେ । ଆସନ୍ତା ୨୪ରୁ ୨୬ ତାରିଖ ସମୁଦ୍ର ଅଶାନ୍ତ ରହିବ । ସେଥିପାଇଁ ଆସନ୍ତା ୨୩ ତାରିଖ ସୁଦ୍ଧା ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ଓଡିଶାର ବାଲେଶ୍ୱରରେ ବାତ୍ୟା ମାଡ ହେବାର ଆକଳନ କରାଯାଉଥିବାରୁ ଓଡିଶା ପ୍ରତି ବାତ୍ୟା ବିପଦ ଆଶଙ୍କା ଅଧିକ କରାଯାଉଛି । ବାତ୍ୟା ବର୍ତମାନ ସମୁଦ୍ରରେ ସୃଷ୍ଟି ହୋଇନଥିବାରୁ ଏହାକୁ ନେଇ କିଛି ସ୍ପଷ୍ଟ କରାଯାଇନାହିଁ ବୋଲି କହିଛି ଆଇଏମଡି ।

related posts

Leave a Comment