Home Breaking News / ତାଜା ଖବର ଶେଷରେ ରାଜି ହେଲେ ଡଙ୍ଗରିଆ ମହିଳା କରୋନା ପରୀକ୍ଷା ପାଇଁ

ଶେଷରେ ରାଜି ହେଲେ ଡଙ୍ଗରିଆ ମହିଳା କରୋନା ପରୀକ୍ଷା ପାଇଁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ଵର ରାଉତ): ଶେଷରେ ଡଙ୍ଗରିଆ ମାନଙ୍କୁ ରାଜି କରାଇବାରେ ସଫଳ ହେଲେ ପ୍ରସନିକ ଅଧିକାରୀ। ଅନ୍ଧ ବିଶ୍ବାସର ବସବର୍ତି ହୋଇ ଆଧୁନିକ ଚିକିତ୍ସାକୁ ଗୁରୁତ୍ବ ଦେଉନଥିବା ଡଙ୍ଗରିଆ କନ୍ଧମାନ ଙ୍କୁ ବୁଝାଇ ଗତ କାଲି କିଛି ମହିଳା ଓ ପୁରୁଷଙ୍କ ସ୍ଵଵ୍ ସଂଗ୍ରହ କରାଯାଇଛି। ବିଗତ ଦିନରେ ନମୁନା ସଂଗ୍ରହ କରିବାକୁ ବି ଡି ଓ ତହସିଲଦାର ଓ ପି ଲି ପି ଅଧିକାରୀ ସ୍ବାସ୍ଥ୍ୟ ସେବା ଟିମ୍ ସହ ଯାଇ ଫେରିଥିଲେ ସେମାନେ ସଫା ସଫା ସହଯୋଗ କରିବାକୁ ମନା କରିଦେଇଥିଲେ ତାପରେ ପ୍ରଶାସନ ନିରାଶ ହୋଇ ଫେରିଆସିଲେ। ସେ ଯାହା ହେଉ ପ୍ରଶାସନ ବୁଝାଇ ବାରେ ସଫଳ ହେଇଛି ବିପଦମୁଖି ବିରଳ ଜାତି ସୁରକ୍ଷିତ ହେଇ ପାରିବେ ବୋଲି ଲୋକଙ୍କ ମନରେ ବିଶ୍ୱାସ ଆସିଛି। ଅସୁସ୍ଥ ପର୍ଶଳି ସରପଞ୍ଚ କରନା ରେ ପୀଡ଼ିତ ହୋଇ ଗୁରୁତର ଅବସ୍ଥାରେ ଥିଲେ ତାଙ୍କର ଚିକିତ୍ସା ଆରମ୍ଭ କରିଛି ସ୍ବାସ୍ଥ୍ୟ ବିଭାଗ। ବିଗତ କାଲି ପରୀକ୍ଷା ପାଇଁ କହିବାରୁ ଆମକୁ କିଛି ହେବନାହିଁ କରନା ବୋଲି ସେମିତି କିଛି ନାହିଁ ଆମ ପାଇଁ ନିୟମଗିରି ରାଜା ମହାପୁରୁ ଅଛନ୍ତି ତେଣୁ ଆମର କିଛି ହେବନି ବୋଲି କହି ଚାଲି ଯାଇଥିଲେ। ଗତ କାଲି ଡଙ୍ଗରିଆ କନ୍ଧ ସ୍ଵତନ୍ତ୍ର ଅଧିକାରୀ ମଦନ ମୋହନ ଦଳବେହେରା, ବୁଜାଇବା ପରେ ପରୀକ୍ଷା ପାଇଁ ରାଜି ହୋଇ ପ୍ରାୟ ୨୫ ଜଣ ସ୍ୱବ୍ ଦେଇଛନ୍ତି। ଏହି ପରୀକ୍ଷା ପାଇଁ ଯାଇଥିବା ଦଳରେ ଆଦିବାସୀ ଉନ୍ନୟନ ଅଧିକାରୀ ଟୁକୁ ବାରିକ, ବି ଡି ଓ କାଳୁ ଚରଣ ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥି, ଓ ପି ଲି ପି ପରିଚାଳକ ସଞ୍ଜୟ କୁମାର ସ୍ୱାଇଁ ପର୍ଶଲି ଗ୍ରାମକୁ ଯାଇ ବୁଝାଇଥିଲେ। ଗତ ସପ୍ତାହ ରେ ଏହି ଅଞ୍ଚଳରେ ୨୦ କରନା ସଂକ୍ରମିତ ଚିହ୍ନଟ ହୋଇଥିଲେ ତାକୁ ଅସ୍ଥାୟୀ ପୃଥକ୍ ବାସ ଅଞ୍ଚଳ ଘୋଷଣା କରାଯାଇଥିଲା କିନ୍ତୁ ସେମାନେ ନ ମନିବାରୁ ପ୍ରଶାସନ ର ହୋସ୍ ଉଡ଼ିଯାଇଥିଲା। ପଞ୍ଚାୟତର ଗୁଠକପାଙ୍ଗା ପ୍ରାଥମିକ ବିବ୍ୟାଳୟରେ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର କରି ସରପଞ୍ଚଙ୍କ ଚିକିତ୍ସା ଆରମ୍ଭ ହୋଇଥଲା। ଏହାସହ ଆଦିବାସୀ ଉନ୍ନୟନ ଅଧିକାରୀ ଅଶୋକ କୁମାର ଶତପଥି ଓ ପି ଲି ପି ଅଧିକାରୀ ଶ୍ରୀ ସ୍ୱାଇଁ କହିଛନ୍ତି ସମସ୍ତଙ୍କୁ ସ୍ୱବ୍ ଗ୍ରହଣ କରିବାକୁ ଚେଷ୍ଟା ଜାରି ରହିବ ବୋଲି। ସାଧାରଣଙ୍କ ମତ ଏହିକିଯେ ବିପଦ୍ମୁଖି ସ୍ଵତନ୍ତ୍ର ଜନ୍ ସମାଜ ସୁରକ୍ଷିତ ହେବେ ବୋଲି ଅସ୍ୱସ୍ଥି ମିଳିଛି। ସେହି ଭଳି ଜିଲ୍ଲାର କଲ୍ୟାସିଂହପୁର ବ୍ଲକ ରେ ପ୍ରଥମ ଥର ପାଇଁ ନିଶିଧଞ୍ଚଳ ଘୋଷଣା କରାଯାଇଛି। ଗତ କିଛିଦିନ ତଳେ ମଝିଗୁଡ଼ା ଗ୍ରାମ ପଞ୍ଚାୟତ ସଦର ମହକୁମା ର ଷ୍ଟେଟ୍ ବ୍ୟାଙ୍କ୍ କଲୋନୀରେ ୧୭ ଜଣ ନୂଆ ରୋଗୀ ଚିହ୍ନଟ ହୋଇ ଥିଲେ ତାକୁ ଦୃଷ୍ଟିରେ ରଖି ପୃଥକ ବାସ ରହିବାପାଇଁ କୁହାଯାଇଥିଲା କିନ୍ତୁ ସେମାନେ ଅବାଧ ରେ ବାହାରେ ବୁଲାବୁଲି କରୁଥିବା ଦେଖି ଗ୍ରାମବାସୀ ସରପଞ୍ଚ ଶଶାଙ୍କ ନାଣକା ଙ୍କୁ ଖବର ଦେବାରୁ ବ୍ୟାଙ୍କ୍ ସାହିକୁ ବାରିକେଟ୍ ବାନ୍ଧି କନ୍ତନ୍ ମେଣ୍ଟ ଜୋନ୍ ଘୋଷଣା କରିଛନ୍ତି ଯଦି ଏହାକୁ ଅମାନ୍ୟ କରନ୍ତି ତାହେଲେ ସମ୍ପର୍ଣ୍ଣ ତାଲାବନ୍ଦ ଘୋଷଣା କରାଯିବ ବୋଲି ଚେତାବନୀ ଦେଇଛନ୍ତି।

related posts

Leave a Comment