Home Breaking News / ତାଜା ଖବର ଜଳିଗଲା ଚେନାଇରେ କାର୍ଯ୍ୟରତ ଓଡ଼ିଆ ଶ୍ରମିକ

ଜଳିଗଲା ଚେନାଇରେ କାର୍ଯ୍ୟରତ ଓଡ଼ିଆ ଶ୍ରମିକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଜଗତସିହପୁର(ନିଗମାନନ୍ଦ ଦାଶ): ଚେନ୍ନାଇର ଏକ କମ୍ପାନିରେ ଶ୍ରମିକଭାବେ କାର୍ଯ୍ୟରତ ବାଲିକୁଦା ଥାନା ଅନନ୍ତପୁର ଫାଣ୍ଡି ଅନ୍ତର୍ଗତ ଅନନ୍ତପୁର ପଞ୍ଚାୟତ ବ୍ରାହ୍ମଣଡ଼ିହି ଗାଁର ଶଙ୍କର ପାତ୍ରଙ୍କ ପୁଅ ବିପ୍ଲବ ପାତ୍ର(୨୦) ଙ୍କର ମୃତ୍ୟୁ ଘଟିଛି। କମ୍ପାନିରେ ଥିନର ଯୋଗେ ମେସିନ୍ ରେ କାମ କରୁଥିବା ବେଳେ ହଠାତ୍ ଅଗ୍ନି ସଂଯୋଗ ଘଟି ତାଙ୍କ ଦେହ ଜଳି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ସେଠାକାର ସରକାରୀ ତମ୍ବlରମ୍ ତାଲୁକ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ବିପ୍ଳବଙ୍କ ମୃତ୍ୟୁ ଖବରପାଇ ମନ୍ତ୍ରୀଙ୍କ ପ୍ରତିନିଧି ତଥା ଯୁବ ସଂଗଠକ ଆଇନଜିବି ପ୍ରକାଶ ପ୍ରଧାନ ସେଠିକାର କୁଣ୍ଡlରଥରୁ ଗ୍ରେଟର ଚେନାଇ ଥାନା ଅଧିକାରୀ ଙ୍କ ସହ ଯୋଗାଯୋଗ କରି କମ୍ପାନୀ ପକ୍ଷରୁ କ୍ଷତିପୂରଣ ପ୍ରଦାନ ପାଇଁ ମଧ୍ୟ ଆଲୋଚନା କରିଥିଲେ। ମୃତ ଦେହକୁ ତାଙ୍କ ଗାଁକୁ ପଠାଇବାକୁ ସେ କମ୍ପାନି କର୍ତ୍ତୃପକ୍ଷଙ୍କ ସହ ଫୋନରେ ଆଲୋଚନା କରିଥିଲେ। ବିପ୍ଳବଙ୍କ ଶବ ବ୍ୟବଚ୍ଛେଦ ସେଠାରେ କରାଯାଇଥିବା ବେଳେ ଆସନ୍ତାକାଲି ମର ଶରୀର ଗାଁରେ ପହଞ୍ଚିବ ବୋଲି ଆଶା କରାଯାଉଛି।କମ୍ପାନି ପକ୍ଷରୁ ପ୍ରାଥମିକ ଭାବେ ୫୦ ହଜାର ଟଙ୍କାର ସହାୟତା ଓ ଯାତାୟାତ ଖର୍ଚ୍ଚ ବହନ କରାଯାଇଛି। ଉକ୍ତ ଖବର ପାଇ ପଡୋଶୀ ଅନନ୍ତପୁର ପଞ୍ଚାୟତ ସଭାପତି ବସୁଦେବ ନାୟକ. ବିଜୁ ଯୁବ ଜନତା ଦଳ ର ବ୍ଲକ ସମ୍ପାଦକ ଭାଗ୍ୟରବି ସ୍ଵାଇଁ. ଗୋକୁଳାନନ୍ଦ ସ୍ଵାଇଁ. ୱାର୍ଡସଭ୍ୟ ବସନ୍ତ ସେଠ୍. ସୁବାଷ କାଣ୍ଡି. କୁସୁପୁର ପୂର୍ବତନ ସରପଞ୍ଚ ପ୍ରଶାନ୍ତ ହାତୀ, ସେବା ସମବାୟ ସମିତି ସମ୍ପାଦକ ଜୟନ୍ତ ହାତୀ , ଯୁବନେତା ସୁବାସ ନାୟକ ପ୍ରମୁଖ ତାଙ୍କ ବାସଭବନରେ ପହଞ୍ଚି ସମବେଦନା ଜଣାଇଛନ୍ତି। ପରବର୍ତୀ ସମୟରେ କମ୍ପାନି ଅନ୍ୟାନ୍ୟ ସହାୟତା ଯୋଗାଇ ଦେଉ ବୋଲି ସାଧାରଣରେ ଦାବି ହେଉଛି l

related posts

Leave a Comment