Home Breaking News / ତାଜା ଖବର ଏବେ ଗାଁ ମୁଁହା କରୋନା ଗ୍ରାଫ

ଏବେ ଗାଁ ମୁଁହା କରୋନା ଗ୍ରାଫ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆଠଗଡ: କୋଭିଡ ର ଦ୍ବିତୀୟ ଲହର ରେ ସହରର ସବୁଆଡେ ଲୋକମାନେ ଅସ୍ତବ୍ୟସ୍ତତ ହେଉଥିବା ବେଳେ ଏବେ ଗାଁ ମୂହାଁ କରୋନା ଗ୍ରାଫ , ଏହିକୁ ନେଇ ସରକାର ଚିନ୍ତା କରୁଥିବା ବେଳେ ସରପଞ୍ଚ ମାନଙ୍କୁ ପୁଣି ଥରେ ଜିଲ୍ଲାପାଳଙ୍କ କ୍ଷମତା ଦେବା ସହ ସ୍ଥାନୀୟ ବିଧାୟକ ମାନଙ୍କୁ ନିଜ ଅଞ୍ଚଳର ସୁରକ୍ଷା ଦାୟିତ୍ବ ଦିଆଯାଇଛି , ଏହି ଆଧାରରେ ଆଠଗଡର ତିଗିରିଆ ଓ ଟାଙ୍ଗି ଚୌଦ୍ବାର ଅଞ୍ଚଳରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ରୋଗର ଲକ୍ଷଣ ଚିହ୍ନଟ ନିମନ୍ତେ ସରପଞ୍ଚ, ସମିତି ସଭ୍ୟ, ସ୍ବାସ୍ଥ୍ୟକର୍ମୀ, ଆଶାକର୍ମୀ,ସାମ୍ବାଦିକ , ରାପିଡ୍ ଆକ୍ସନ ଟିମ୍ କୁ ପଲ୍ସ ଅକ୍ସିମିଟର, ଡିଜିଟାଲ ଥର୍ମୋମିଟର, ଥର୍ମାଲ ସ୍କାନର ଆଦି ଉପକରଣ ଯୋଗାଇ ଦେଇଛନ୍ତି

କରୋନା ଗ୍ରାଫରେ ଓଡିଶାରେ କଟକ ଶୀର୍ଷରେ ପହଞ୍ଚି ଲାଣି । ଆଠଗଡ ଅଞ୍ଚଳରେ ପ୍ରତିଦିନ ୫୦ ରୁ ଉର୍ଦ୍ଧ୍ବ ପଜେଟିଭ୍ କେସ୍ ବାହାରିବା ଫଳରେ ଏବେ ଅଞ୍ଚଳ ବାସୀ ଚିନ୍ତାରେ , ସହର ଛାଡି ଏବେ ଗାଁରୁ ଅଧିକାଂଶ ପଜେଟିଭ୍ କେସ ବାହାରୁଥିବାରୁ ଏବେ ପ୍ରଶାସନ ପାଇଁ ଏହା ଚ୍ୟାଲେଞ ପାଲଟିଛି ।ଏହି ବିପଦ ସମୟରେ ଏହି ଉପକରଣ ଜରିଆରେ ରୀତିମତ୍ତ ସ୍ବାସ୍ଥ୍ୟ ତଦାରଖ କରାଯାଇ ଠିକ୍ ସମୟରେ ରୋଗୀଙ୍କ ଚିକିତ୍ସା କରାଯାଇପାରିବ ବୋଲି ମନ୍ତ୍ରୀ କହିଛନ୍ତି

ସ୍ବାସ୍ଥ୍ୟ କର୍ମୀ ମାନଙ୍କ ସହ ସରପଞ୍ଚ ମାନେ ଲୋକ ମାନଙ୍କ ଲକ୍ଷଣ ଜାଣିବା ପାଇଁ ଏହି ଉପକରଣ ମାନ ଅତ୍ୟନ୍ତ ଜରୁରୀ ଥିବାରୁ ଏହି ଉପକରଣ ପାଇ ମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ସ୍ବାସ୍ଥ୍ୟ ଉପକରଣ ଦ୍ବାରା ସଠିକ ସମୟରେ ଲୋକମାନଙ୍କର ଅକ୍ସିଜେନ ତାପମାତ୍ରା ମାପି ହେବ , ଯେଉଁଥି ପାଇଁ କରୋନାରେ ଗୁରୁତର ହେବା ପୂର୍ବରୁ ସଠିକ ଚିକିତ୍ସା ପାଇପାରିବେ ।

ବିନା ସ୍ବାସ୍ଥ୍ୟ ଉପକରଣ ରେ ସଠିକ ସମୟରେ ସ୍ବାସ୍ଥ୍ୟକର୍ମୀ ମାନେ ରୋଗର କାରଣ ଚିହ୍ନଟ କରିପାରୁନଥିଲେ , ଯେଉଁଥି ପାଇଁ ମାଡି ଚାଲୁଥିଲା କରୋନା , ସ୍ବାସ୍ଥ୍ୟକର୍ମୀ ମାନେ ଏହି ଉପକରଣ ବ୍ୟବହାର କରିବା ଫଳରେ ନିଶ୍ଚିତ କରୋନା ଗ୍ରାଫ୍ ତଳମୂହାଁ ହେବ ବୋଲି ସ୍ବାସ୍ଥ୍ୟ ଅଧିକାରୀ ମତ ଦେଇଛନ୍ତି

related posts

Leave a Comment