Home Breaking News / ତାଜା ଖବର ପାଠାଗାର ନିର୍ମାଣ ପାଇଁ ଭୂମିପୂଜା

ପାଠାଗାର ନିର୍ମାଣ ପାଇଁ ଭୂମିପୂଜା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବ୍ରହ୍ମପୁର ଓ୍ବାର୍ଡ ନଂ ୩୩ ଅନ୍ତର୍ଗତ ଗଜପତି ନଗର ଠାରେ ବିଧାୟକଙ୍କ ହାତପାଣ୍ଠିରୁ ଗଜପତି ନଗର ପାଠାଗାର ନିର୍ମାଣ ପାଇଁ ଭୂମିପୂଜା ହୋଇଥିଲା । ଏହି ଅବସରରେ ବ୍ରହ୍ମପୁର ମହାନଗର ନିଗମ ର କମିଶନର ଡକ୍ଟର ସିଦ୍ଧେଶ୍ୱର ବୋଲିରମ୍ ବୋନ୍ଦାରଏବଂ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର୍ ପଣ୍ଡା ଭୂମି ପୂଜା କରିଥିଲେ । ଏଥି ସହ ଗଜପତି ନଗର ୧୨ ଓ ୧୪ନଂ ସାହିର ଦୁଇଟି ଖୋଲା ସ୍ଥାନ ରେ ପାର୍କ ଓ କଲ୍ୟାଣ ମଣ୍ଡପ ନିର୍ମାଣ କରିବା ପାଇଁ ଉକ୍ତ ଅଞ୍ଚଳ ବୁଲି ଚିହ୍ନଟ କରିଥିଲେ ଏବଂ ଉକ୍ତ ସ୍ଥାନରେ ତୁରନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ କମିଶନର ବୋନ୍ଦାର ଓ୍ବାର୍ଡ କନିଷ୍ଠ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ବିଧାୟକ ବିକ୍ରମ ପଣ୍ଡା, ବ୍ରହ୍ମପୁର ମହାନଗର କମିଶନର ଓ ଡେପୁଟି କମିଶନର, ଗଜପତି ନଗର ଉନ୍ନୟନ କମିଟି ର ସଭାପତି ରାଜେନ୍ଦ୍ର ପଣ୍ଡା, ସାଧାରଣ ସମ୍ପାଦକ ସତୀଶ ପାଣିଗ୍ରାହୀ, ସଦସ୍ୟ ନିର୍ମଳ ପାଢି, କ୍ରିଷ୍ଣା ପଣ୍ଡା, ଅଜୟ ଚୈ।ଧୁରୀ, ନିରଞ୍ଜନ ଦାସ, ସଞ୍ଜୟ ତ୍ରିପାଠୀ, ୟୁ କେଦାରନାଥ ପାତ୍ର, ସୁରେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଠିକାଦାର ସୋନାଲି ଗନ୍ତାୟତ ଙ୍କ ସହଯୋଗ ରେ ଭୂମି ପୂଜା କରାଯାଇଥିଲା ।

related posts

Leave a Comment